Posted inଖେଳ

୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି: ସୁଶୀଲ କୁମାର

ନୂଆଦିଲ୍ଲୀ, ୬।୪(ପି.ଟି.): ‘ମୋ ଖେଳ ଶେଷ ହୋଇଗଲା ବୋଲି ଲୋକେ ଭାବୁଛନ୍ତି। ମୋ ସଫଳତାକୁ ଲୋକ ମଧ୍ୟ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି। ତେବେ ଏହା ମୋତେ ଆଦୌ ପ୍ରଭାବିତ କରିନାହିଁ ’ ବୋଲି ଦୁଇଥର ଅଲିମ୍ପିକ୍ସ ପଦକ ହାସଲ କରିଥିବା ଅଭିଜ୍ଞ ଭାରତୀୟ ରେସଲର ସୁଶୀଲ କୁମାର କହିଛନ୍ତି। ମୋ ଅବସର ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ମୋ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି ସେ କହିଛନ୍ତି।
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ସେ ସଂଘର୍ଷ କରୁଥିଲେ। ତେବେ କୋଭିଡ୍‌-୧୯ କାରଣରୁ ଗୋଟିଏ ବର୍ଷ ଅଲିମ୍ପିକ୍ସ ଘୁଞ୍ଚିଯିବା ପରେ ପ୍ରସ୍ତୁତ ପାଇଁ ଏହା ବେଶ୍‌ ସହାୟ ହେବ ବୋଲି ସେ କହିଛନ୍ତି। ଆସନ୍ତାମାସ ୩୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସୁଶୀଲ ଅଧିକ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇଛନ୍ତି ବୋଲି କହିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସୁଶୀଲ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଏହା ମୋତେ ନିରାଶ କରିଥିଲା। ତେବେ ଏହା ଅତୀତ ହେଲାଣି।
ରେସଲିଂରେ ଇଞ୍ଜୁରି ଫ୍ରି ରହିବାକୁ ହେଲେ ଅଧିକରୁ ଅଧିକ ଅଭ୍ୟାସ କରିବା ଜରୁରୀ। ଏକ ଲକ୍ଷ୍ୟ ସ୍ଥିର କରି ତାହା ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏବେ ଦିନରେ ଦୁଇଥର ଅଭ୍ୟାସ କରୁଛି। ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଏ କରିବା ହେଉଛି ମୋର ମୂଳ ଲକ୍ଷ୍ୟ। ୭୪ କେ.ଜି ବର୍ଗରେ ସୁଶୀଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଗରେ ଭାରତ ଏପର୍ଯ୍ୟନ୍ତ ଅଲିମ୍ପିକ୍‌ କୋଟା ହାସଲ କରିନାହିଁ।
୨୦୧୧ରେ ମଧ୍ୟ ଲୋକେ ଏପରି କହୁଥିଲେ। ମୋତେ କ’ଣ କରିବାକୁ ହେବ ବେଶ୍‌ ଭଲ ଭାବେ ଜଣାଅଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସେ ସମାଲୋଚକଙ୍କୁ ଚୁପ୍‌ କରାଇଥିଲେ। ପୂର୍ବରୁ ସେ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଅଲିମ୍ପିକ୍‌ ଯୋଗ୍ୟତା ହାସଲ ପାଇଁ ମୋତେ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ତେବେ ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସୁଶୀଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri