Posted inଖେଳ

୨୦୨୦ ସିଜନ ଶେଷରେ ଫେରାରି ଛାଡିବେ ଭେଟେଲ

ପ୍ୟାରିସ୍‌,୧୨।୫ (ଏଏଫ୍‌ପି): ଜର୍ମାନୀର ଫର୍ମୁଲା-୧ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଚଳିତ ୨୦୨୦ ସିଜନ ପରେ ଫେରାରି ଛାଡିବେ ବୋଲି କହିଛନ୍ତି। ୪ଥର ଫର୍ମୁଲା-୧ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିବା ଏହି ଡ୍ରାଇଭର ଫେରାରି ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଉ ଇଚ୍ଛା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଭେଟେଲଙ୍କ ବଦଳ ଡ୍ରାଇଭରଙ୍କ ସମ୍ପର୍କରେ ଅବଶ୍ୟ କିଛି କୁହାଯାଇନାହିଁ। ଭେଟେଲ ୨୦୧୫ରେ ଫେରାରି ସହିତ ଜଡିତ ରହିଆସିଥିଲେ। ତେବେ ଏହାପୂର୍ବରୁ ସେ ରେଡବୁଲ୍‌ ତରଫରୁ ବିଭିନ୍ନ ପ୍ରତିଯୋଗିତାର ପ୍ରତିନିଧିତ୍ୱ କରିଆସୁଥିଲେ। ଫେରାରି ଛାଡିବା ଏକ ମିଳିତ ନିଷ୍ପତ୍ତି ବୋଲି ୩୨ ବର୍ଷୀୟ ଭେଟେଲ କହିଛନ୍ତି। ୨୦୨୦ ଶେଷ ହେବା ସହିତ ସ୍କୁଡେରିଆ ଫେରାରି ସହିତ ମୋର ସମ୍ପର୍କ ଶେଷ ହେବ। ଏ ନେଇ ଫେରାରି ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ ଭେଟେଲ କହିଛନ୍ତି।

କ୍ରୀଡ଼ାରେ ଦୁଇ ପକ୍ଷ ମିଳିତ ଭାବେ ସାମଞ୍ଜସ୍ୟ ସହ କାର୍ଯ୍ୟ କରିବା ଆବଶ୍ୟକ ହୋଇଥାଏ। କିନ୍ତୁ ଏପରି ଆଉ ସମ୍ଭବ ହେଉ ନ ଥିବାରୁ ଫେରାରି ଛାଡିବାକୁ ନିଷ୍ପତ୍ତି ନେଇଛି ବୋଲି ଭେଟେଲ କହିଛନ୍ତି। ଭେଟେଲ ଫେରାରି ତରଫରୁ ପ୍ରତିନିଧିତ୍ୱ କରି ୧୪ଟି ରେସ୍‌ ଜିତିଛନ୍ତି। ତେବେ ଆର୍ଥିକ ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେଇନାହିଁ ବୋଲି ସେ ସଫେଇ ଦେଇଛନ୍ତି। ଭେଟେଲଙ୍କ ବଦଳ ଡ୍ରାଇଭର ଭାବେ ମର୍ସିଡିଜ୍‌ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କୁ ଫେରାରି ସାମିଲ କରିବ ବୋଲି ଚର୍ଚ୍ଚା ହେଉଛି। ଫେରାରି ପୂର୍ବତନ ଡ୍ରାଇଭରମାନେ ମଧ୍ୟ ଏହି ଦୌଡରେ ରହିଛନ୍ତି ବୋଲି କୁହାଯାଇଛି।
ଭେଟେଲ ଓ ଆମେ ଏ ନେଇ ମିଳିତ ଭାବେ ନିଷ୍ପତ୍ତି ନେଇଛୁ ବୋଲି ଟିମ୍‌ ପ୍ରିନ୍ସିପାଲ ମାଟିଆ ବିନୋଟ୍ଟୋ କହିଛନ୍ତି। ଏହି ନିଷ୍ପତ୍ତି ନିହାତି କଷ୍ଟକର ଥିଲା। ଏହି ନିଷ୍ପତ୍ତି ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ ଓ ଏବେ ଅଲଗା ହେବାର ସମୟ ଆସି ଉପନୀତ ହୋଇଛି ବୋଲି ଉଭୟ ପକ୍ଷ ତରଫରୁ ସ୍ପଷ୍ଟ କରାଯାଇଛି। ଫେରାରି ସହିତ ୧୪ଟି ରେସ୍‌ ଜିତିଥିବା ଫେରାରି କ୍ୟାରିୟରରେ ମୋଟ୍‌ ୫୩ଟି ରେସ୍‌ରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri