୧୮ ବର୍ଷରେ ଫିଲ୍ମ ମେକର – ଅନ୍ତର୍ଜାତୀୟ ସ୍ତରରେ ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବୟସ ମାତ୍ର ୧୮ବର୍ଷ। ହେଲେ ପ୍ୟାଶନ ଫିଲ୍ମ ମେକିଂ। ଏତେ କମ୍‌ ବୟସରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଓଡ଼ିଶାର ରାଜକିଶୋର ମହାପାତ୍ର। ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଦେଇଛି ନୂଆ ପରିଚୟ। କେବଳ ଏତିକି ନୁହେଁ, ତାଙ୍କ ଡକ୍ୟୁମେଣ୍ଟାରୀ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହେବା ସହ ପ୍ରଶଂସିତ ମଧ୍ୟ ହୋଇଛି।

ଭୁବନେଶ୍ୱରର ଛାତ୍ର ରାଜକିଶୋର ଏକ ସାମାଜିକ କାହାଣୀକୁ ଆଧାର କରି ନିର୍ମାଣ କରିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ‘ମାୟା: ଏ ଷ୍ଟେଟ୍‌ ଅଫ୍‌ ଟ୍ରାନ୍ସ’। ୨୦୧୯ ଜାନୁୟାରୀ ୭ରେ ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଶର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ନିକଟରେ ଆମେରିକାର ଫିଲାଡେଲ୍‌ଫିଆ ସହରରେ ଅନୁଷ୍ଠିତ ଫିଲାଡେଲ୍‌ଫିଆ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମର ଆଓ୍ବାର୍ଡ ପାଇଛି। ଏହାବ୍ୟତୀତ ଏହି ଫିଲ୍ମ ମୁମ୍ବାଇର ଦାଦା ସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବାକୁ ମଧ୍ୟ ମନୋନୀତ ହୋଇଥିଲା। ସହରାଞ୍ଚଳ ବସ୍ତିରେ ରହୁଥିବା ଶିଶୁ ଓ କିଶୋରମାନେ କିଭଳି ପରିସ୍ଥିତିରେ ଫସି ନିଶା କବଳରେ ପଡ଼ୁଛନ୍ତି ଓ ଅତି ସାଧାରଣରେ ମିଳିପାରୁଥିବା ଅଠା, ଜୋତା ପଲିସ୍‌, ନେଲ୍‌ ପଲିସ୍‌ ଭଳି ଘରୋଇ ସାମଗ୍ରୀର ଅପବ୍ୟବହାର କରୁଛନ୍ତି, ତାହା ଉପରେ ଏହି ଫିଲ୍ମ ଆଧାରିତ ହୋଇଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ଅଧିକ ଗବେଷଣା କରିବା ସହ ରାଜକିଶୋର ଫିଲ୍ମ ତିଆରି ପାଇଁ ପ୍ରାୟ ଦେଢ଼ବର୍ଷ କାମ କରିଥିଲେ। ଆଉ ଏଥିପାଇଁ ସେ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଯାଇ ସେଠାରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହେବା ସହ ତାଙ୍କ ପରିସ୍ଥିତି ବୁଝିବାକୁ ପ୍ରୟାସ କରିଥିଲେ। ଏହାଛଡ଼ା ମନସ୍ତତ୍ତ୍ୱବିତ୍‌ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ଡ. ସୁଶାନ୍ତ ସାହୁ, ସାମାଜିକ କର୍ମୀ ଘାସିରାମ ପଣ୍ଡା, ଡଲି ଦାସ ପ୍ରମୁଖଙ୍କଠାରୁ ଏହାର କାରଣ, ନକାରାତ୍ମକ ପ୍ରଭାବ ଓ ପ୍ରତିକାର ସମ୍ପର୍କରେ ଅବଗତ ହୋଇଥିଲେ। କେବଳ ‘ମାୟା’ ନୁହେଁ, ସେ ଅନ୍ୟ କେତେକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ଏହାସହ ଅଜିତ୍‌ ଦାସ ଓ ବିକାଶ ଚୌଧୁରୀଙ୍କ ପରି ବରିଷ୍ଠ ଅଭିନେତାଙ୍କ ସହ କାମ କରିଛନ୍ତି। ଆଗକୁ ମଧ୍ୟ ଏହିଭଳି ସାମାଜିକ ଘଟଣାବଳୀକୁ ନେଇ ଫିଲ୍ମ ତିଆରି କରିବାକୁ ରାଜକିଶୋର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri