୧୮ ବର୍ଷରେ ଫିଲ୍ମ ମେକର – ଅନ୍ତର୍ଜାତୀୟ ସ୍ତରରେ ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବୟସ ମାତ୍ର ୧୮ବର୍ଷ। ହେଲେ ପ୍ୟାଶନ ଫିଲ୍ମ ମେକିଂ। ଏତେ କମ୍‌ ବୟସରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଓଡ଼ିଶାର ରାଜକିଶୋର ମହାପାତ୍ର। ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଦେଇଛି ନୂଆ ପରିଚୟ। କେବଳ ଏତିକି ନୁହେଁ, ତାଙ୍କ ଡକ୍ୟୁମେଣ୍ଟାରୀ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହେବା ସହ ପ୍ରଶଂସିତ ମଧ୍ୟ ହୋଇଛି।

ଭୁବନେଶ୍ୱରର ଛାତ୍ର ରାଜକିଶୋର ଏକ ସାମାଜିକ କାହାଣୀକୁ ଆଧାର କରି ନିର୍ମାଣ କରିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ‘ମାୟା: ଏ ଷ୍ଟେଟ୍‌ ଅଫ୍‌ ଟ୍ରାନ୍ସ’। ୨୦୧୯ ଜାନୁୟାରୀ ୭ରେ ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଶର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ନିକଟରେ ଆମେରିକାର ଫିଲାଡେଲ୍‌ଫିଆ ସହରରେ ଅନୁଷ୍ଠିତ ଫିଲାଡେଲ୍‌ଫିଆ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମର ଆଓ୍ବାର୍ଡ ପାଇଛି। ଏହାବ୍ୟତୀତ ଏହି ଫିଲ୍ମ ମୁମ୍ବାଇର ଦାଦା ସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବାକୁ ମଧ୍ୟ ମନୋନୀତ ହୋଇଥିଲା। ସହରାଞ୍ଚଳ ବସ୍ତିରେ ରହୁଥିବା ଶିଶୁ ଓ କିଶୋରମାନେ କିଭଳି ପରିସ୍ଥିତିରେ ଫସି ନିଶା କବଳରେ ପଡ଼ୁଛନ୍ତି ଓ ଅତି ସାଧାରଣରେ ମିଳିପାରୁଥିବା ଅଠା, ଜୋତା ପଲିସ୍‌, ନେଲ୍‌ ପଲିସ୍‌ ଭଳି ଘରୋଇ ସାମଗ୍ରୀର ଅପବ୍ୟବହାର କରୁଛନ୍ତି, ତାହା ଉପରେ ଏହି ଫିଲ୍ମ ଆଧାରିତ ହୋଇଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ଅଧିକ ଗବେଷଣା କରିବା ସହ ରାଜକିଶୋର ଫିଲ୍ମ ତିଆରି ପାଇଁ ପ୍ରାୟ ଦେଢ଼ବର୍ଷ କାମ କରିଥିଲେ। ଆଉ ଏଥିପାଇଁ ସେ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଯାଇ ସେଠାରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହେବା ସହ ତାଙ୍କ ପରିସ୍ଥିତି ବୁଝିବାକୁ ପ୍ରୟାସ କରିଥିଲେ। ଏହାଛଡ଼ା ମନସ୍ତତ୍ତ୍ୱବିତ୍‌ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ଡ. ସୁଶାନ୍ତ ସାହୁ, ସାମାଜିକ କର୍ମୀ ଘାସିରାମ ପଣ୍ଡା, ଡଲି ଦାସ ପ୍ରମୁଖଙ୍କଠାରୁ ଏହାର କାରଣ, ନକାରାତ୍ମକ ପ୍ରଭାବ ଓ ପ୍ରତିକାର ସମ୍ପର୍କରେ ଅବଗତ ହୋଇଥିଲେ। କେବଳ ‘ମାୟା’ ନୁହେଁ, ସେ ଅନ୍ୟ କେତେକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ଏହାସହ ଅଜିତ୍‌ ଦାସ ଓ ବିକାଶ ଚୌଧୁରୀଙ୍କ ପରି ବରିଷ୍ଠ ଅଭିନେତାଙ୍କ ସହ କାମ କରିଛନ୍ତି। ଆଗକୁ ମଧ୍ୟ ଏହିଭଳି ସାମାଜିକ ଘଟଣାବଳୀକୁ ନେଇ ଫିଲ୍ମ ତିଆରି କରିବାକୁ ରାଜକିଶୋର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?