ଆଜି ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ

ଯୁବପିଢ଼ି ହିଁ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ବାର୍ତ୍ତାବହ। ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୬ଷ୍ଠ ସଂସ୍କରଣରେ ପହଞ୍ଚୁଥିବାବେଳେ ପ୍ରସଙ୍ଗ ରହିଛି ‘କ୍ଲାଇମେଟ ଚେଞ୍ଜ: ଆଡପଟେଶନ ଆଣ୍ଡ୍‌ ସର୍ଭାଇଭାଲ’। ମଙ୍ଗଳବାର ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଧରିତ୍ରୀ ୟୁଥ କନକ୍ଲେଭ-୨୦୨୬ରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ସେହିପରି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନ ଅର୍ଥାତ୍‌ ନଭେମ୍ବର ୨୪ରେ ପରିବେଶ ସମ୍ପର୍କିତ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’ ଶୀର୍ଷକ ପ୍ରଥମ ପ୍ୟାନେଲ ଆଲୋଚନାରେ ଡବ୍ଲ୍ୟୁଟିଆଇର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିବେକ ମେନନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହ ‘ଏଫ୍‌ଓଏସ୍‌ଇପି’ର ସଂରକ୍ଷଣ ଜୀବବିଜ୍ଞାନୀ ଡ. ବରଖା ସୁବ୍ବା ଏବଂ ଏନଭାଇରନମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ)ର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ। ଅନୁରୂପ ଭାବେ ‘ଆର୍ଦ୍ରଭୂମି ଓ ଚିଲିକା’ ଶୀର୍ଷକ ଦ୍ୱିତୀୟ ପ୍ୟାନେଲ ଆଲୋଚନାରେ ଡବ୍ଲ୍ୟୁଟିଆଇ ଏବଂ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌-ଇଣ୍ଡିଆର ପରାମର୍ଶଦାତା ପ୍ରଫେସର ବି.ସି. ଚୌଧୁରୀ, ସାମୁଦ୍ରିକ ସଂରକ୍ଷଣ ବୈଜ୍ଞାନିକ ଡ. ଆରୋନ ସାଭିଓ ଲୋବୋ, ଓୟୁଏଟି କୃଷି ଅର୍ଥନୀତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶୁଭାଙ୍ଗୀ ରଥ ଏବଂ ଦକ୍ଷିଣ ଫାଉଣ୍ଡେଶନର ପ୍ରତିଷ୍ଠାତା ଟ୍ରଷ୍ଟି ପ୍ରଫେସର କାର୍ତ୍ତିକ ଶଙ୍କର ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ନନ୍ଦ କିଶୋର ଭୁଜବଳଙ୍କୁ ‘ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ’ ସହିତ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତି ଓ ସଙ୍ଗଠନକୁ ପୁରସ୍କୃତ କରାଯିବ। ଏହା ସହିତ ମ୍ୟୁଜିକ ବ୍ୟାଣ୍ଡ ‘ଦି ଆହ୍ବାନ ପ୍ରୋଜେକ୍ଟ’ ଦ୍ବାରା ପରିବେଶ ଉପରେ ସଙ୍ଗୀତ ପରିବେଷଣ କରାଯିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଲାଗିଲା ଜବରଦସ୍ତ ଝଟକା, ୨୭ ନଭେମ୍ବରରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୪।୧୧: ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଏକ ବଡ଼ ଝଟକା ଲାଗିଛି, କାରଣ ଦ୍ରୁତ ବୋଲର ବ୍ଲେୟାର ଟିକନର ଏହି ମ୍ୟାଚରୁ ବାଦ ପଡ଼ିଛନ୍ତି। ଟିକନର…

ପ୍ରତିଶ୍ରୁତି

ଗଣମାଧ୍ୟମ ନିରପେକ୍ଷ ରହୁ କହିଦେବା ସହଜ, କିନ୍ତୁ ତାହାକୁ ବଜାୟ ରଖିବା କଷ୍ଟକର। ଗଣମାଧ୍ୟମ ନିଜର ଚାହିଦା ମେଣ୍ଟାଇବା ପାଇଁ ନିରପେକ୍ଷ ରହିବା ଅଯଥା ବୋଲି ଅନେକ…

ଦିଲ୍ଲୀରେ କେବଳ ବିଏସ୍‌-୬ ଯାନ ଚଳାଚଳ କରୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ଦିଲ୍ଲୀ-ଏନ୍‌ସିଆରରେ ବାରମ୍ବାର ଦେଖାଦେଉଥିବା ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଚିନ୍ତା ପ୍ରକଟ କରି ଜାତୀୟ ରାଜଧାନୀରେ କେବଳ ବିଏସ୍‌୬ ଯାନବାହନ ଚଳାଚଳ ପାଇଁ…

ୟୁରୋପ ବାହାରକୁ ବ୍ୟାପିଲା ଯୁଦ୍ଧ

କିଭ୍‌,୨୪ା୧୧: ଫିନ୍‌ଲାଣ୍ଡ ଉପସାଗରରେ ରୁଷିଆ ସେନା ସହ ସମ୍ପୃକ୍ତ ଏକ ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ୟୁକ୍ରେନ୍‌ ରବିବାର ଲିବ୍ୟାର ଏକ ବନ୍ଦରରେ ରୁଷିଆ…

ପରିବେଶ ସୁରକ୍ଷା ପାଇଁ ୫ ‘ଜ’ ଜରୁରୀ: ସିଦ୍ଧାନ୍ତ

ଭୁବନେଶ୍ୱର,୨୪।୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀ ଷଷ୍ଠ ସଂସ୍କରଣ ପ୍ରଥମ ଦିନ ସୋମବାର ସ୍ବସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ‘ଧରିତ୍ରୀ କ୍ଲାଇମେଟ୍‌…

ହ୍ବାଟ୍ସଆପ୍‌ ୱେବ୍‌ ଲଗ୍‌-ଇନ୍‌ କରି ଛାଡ଼ିଦେଲେ ଆକାଉଣ୍ଟ ହାଇଜାକ ହୋଇପାରେ

ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ସର୍ବସାଧାରଣ କମ୍ପ୍ୟୁଟର କିମ୍ବା ଶେୟାର କରାଯାଉଥିବା ଡିଭାଇସରେ ହ୍ବାଟ୍ସଆପ୍‌ ୱେବ୍‌ ସେସନ୍‌ ଲଗ୍‌-ଇନ୍‌ ଅବସ୍ଥାରେ ଛାଡ଼ିଦେଲେ, ଏହା ସାଇବର ଅପରାଧୀଙ୍କ ପାଇଁ ଆକାଉଣ୍ଟ…

ଆଜିଠୁ କଟକ ବାଲିଯାତ୍ରା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ,୨୪।୧୧(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି…

ଭତ୍ତାକୁ ନେଇ ବିଧାନସଭାରେ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିଲେ ନାହିଁ। ସେଥିପାଇଁ ସଂଖ୍ୟାଧିକ ଲୋକ ଭତ୍ତା ନ ପାଇ ମୃତ୍ୟୁବରଣ କଲେଣି। ୬ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?