Posted inTrending, ଖେଳ

ଟିମ୍‌ ଇଣ୍ଡିଆ ପାଇଁ କଣ୍ଟା ସାଜିବେ ନ୍ୟୁଜିଲାଣ୍ଡର ଏହି ୨ ଘାତକ ବୋଲର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଘାରିଲା ଚିନ୍ତା

ଖ୍ରୀଷ୍ଟଚର୍ଚ୍ଚ,୨୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଯଦିଓ ବିଜୟର ନିକଟତର ହୋଇ ମଧ୍ୟ ଟିମ ଇଣ୍ଡିଆକୁ ସଫଳତା ମିଳି ନ ଥିଲା, ତଥାପି ମ୍ୟାଚ ଡ୍ର’ ରଖିବାରେ ଦଳ ସଫଳ ହୋଇଥିଲା। ଅନଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇ ଭଲ ପ୍ରଦର୍ଶନ କରିପାରିବ ବୋଲି ଏହି ମ୍ୟାଚ ପ୍ରମାଣିତ କରିଛି।

ଏବେ ସମସ୍ତଙ୍କ ନଜର ଖ୍ରୀଷ୍ଟଚର୍ଚ୍ଚରେ ହେବାକୁ ଥିବା ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଉପରେ। ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିଜୟ ରାସ୍ତାରେ କଣ୍ଟା ସାଜିପାରନ୍ତି ନ୍ୟୁଜିଲାଣ୍ଡର ଦୁଇ ଘାତକ ଦ୍ରୁତ ବୋଲର ମ୍ୟାଟ ହେନରୀ ଓ କାଇଲ ଜାମିସନ।

ନଭେମ୍ବର ୨୭ ତାରିଖରୁ ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଦୀର୍ଘ ୬ ବର୍ଷରୁ ଅଧିକ ସମୟ ପରେ ଏହି ମଇଦାନରେ ଟେଷ୍ଟ ଖେଳିବାକୁ ଓହ୍ଲାଇବ ଟିମ ଇଣ୍ଡିଆ। ୨୦୨୦ ଗସ୍ତରେ ଭାରତ ଏଠାରେ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିଲା ଏବଂ ସେଥିରେ ପରାଜୟର ସାମ୍ନା କରିଥିଲା। ଏଥର ଭାରତ ପାଖରେ ପୂର୍ବ ପରାଜୟର ବଦଲା ନେବା ସହ ସିରିଜ ଜିତିବାର ସୁଯୋଗ ରହିଛି। କିନ୍ତୁ ଘରୋଇ ମାଟିରେ ନ୍ୟୁଜିଲାଣ୍ଡର ଦୁଇ ଅଭିଜ୍ଞ ପେସର ମ୍ୟାଟ ହେନରୀ ଓ କାଇଲ ଜାମିସନ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି।

ପ୍ରଥମ ଟେଷ୍ଟରେ ୱେଲିଂଟନ ପିଚ ବ୍ୟାଟରଙ୍କୁ ସୁହାଉଥିବାରୁ ଏହି ଦୁଇ ବୋଲର ବିଶେଷ ପ୍ରଭାବ ପକାଇପାରି ନଥିଲେ। ଉଭୟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। କିନ୍ତୁ ହେଗଲି ଓଭାଲର ପରିସ୍ଥିତି ଭିନ୍ନ ହୋଇପାରେ। ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ଏହି ମଇଦାନରେ ରେକର୍ଡ ବେଶ ଦମଦାର। ସେ ହେଗଲି ଓଭାଲରେ ୮ଟି ମ୍ୟାଚ୍ର ୧୬ଟି ଇନିଂସରେ ମୋଟ ୪୦ଟି ୱିକେଟ ନେଇଛନ୍ତି। ଏଠାରେ ତାଙ୍କ ବୋଲିଂ ହାର ରହିଛି ୨୩.୩୨। ବର୍ତ୍ତମାନ ସକ୍ରିୟ ବୋଲରଙ୍କ ମଧ୍ୟରେ ଏହି ମଇଦାନରେ ସର୍ବାଧିକ ଉଇକେଟ ତାଙ୍କ ନାମରେ ରହିଛି।

ମ୍ୟାଟ ହେନରୀଙ୍କ ପରେ ଭାରତ ପାଇଁ ଦ୍ୱିତୀୟ ବଡ଼ ଚ୍ୟାଲେଞ୍ଜ ହେଉଛନ୍ତି କାଇଲ ଜାମିସନ। ଲମ୍ବା କଦର ଏହି ଦ୍ରୁତ ବୋଲର ହେଗଲି ଓଭାଲରେ ମାତ୍ର ୫ଟି ମ୍ୟାଚ ଖେଳି ୧୦ଟି ଇନିଂସରେ ୨୮ଟି ଉଇକେଟ ଅକ୍ତିଆର କରିଛନ୍ତି। ଏହି ମଇଦାନରେ ତାଙ୍କ ବୋଲିଂ ହାର ମାତ୍ର ୧୭.୫୭ ରହିଛି। ଏହାବ୍ୟତୀତ ନ୍ୟୁଜିଲାଣ୍ଡର ଆଉ ଜଣେ ବୋଲର ଜ୍ୟାକବ ଡଫି ମଧ୍ୟ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ସେ ଏହି ମଇଦାନରେ ମାତ୍ର ଗୋଟିଏ ମ୍ୟାଚ ଖେଳି ୮ଟି ଉଇକେଟ ନେଇଥିବା ରେକର୍ଡ ରହିଛି।

ତେଣୁ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ପାଇଁ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ଆକ୍ରମଣ ବଡ଼ ପରୀକ୍ଷା ହେବ। ଘରୋଇ ଦଳର ବୋଲରଙ୍କୁ ସଫଳତାର ସହ ମୁକାବିଲା କରିପାରିଲେ ହିଁ ଭାରତ ପାଇଁ ସିରିଜ ବିଜୟର ସ୍ବପ୍ନ ସାକାର ହୋଇପାରିବ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବର୍ଷ ପରେ ଶେଖ ହସିନାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିର ହୋଇଛି ତାରିଖ; କାହିଁକି ସେ ଏହିଦିନ ଫରିବାକୁ ଚାହୁଁଛନ୍ତି? ମାଗିଲେ ବିମାନ

ନୂଆଦିଲ୍ଲୀ/ଢାକା,୨୪।୧୧: ଭାରତରେ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାସିତ ଜୀବନ ବିତାଇବା ପରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ…

ରାଉରକେଲା ଏନ୍‌ଆଇଟିର ଗବେଷଣା, ମାନବ ମୂତ୍ରରୁ ପ୍ରସ୍ତୁତ ହେବ ସାର

ରାଉରକେଲା,୨୪।୧୧(ସଙ୍ଗୀତା ଜେନା): ଅପଚୟ ମାନବ ମୂତ୍ରରୁ ମୂଲ୍ୟବାନ କୃଷି ଉପଯୋଗୀ ସାର ପ୍ରସ୍ତୁତ ହେବ। ଏପରି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ…

ଗୋଟିଏ ସ୍କୁଲରୁ ବାହାରିଛନ୍ତି ଏହି ୪ ଅନ୍ତର୍ଜାତୀୟ କ୍ରିକେଟର: କ୍ରିକେଟ୍‌ ଜଗତରେ କରୁଛନ୍ତି ଧମାଲ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ଜଗତରେ ନିଜ ପ୍ରତିଭା ବଳରେ ଅନେକ ଖେଳାଳି ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆପଣ ଜାଣନ୍ତି କି ଏପରି ଏକ ସ୍କୁଲ…

୨୮ ଦିନ ପରେ ଖୋଲିଲା ଗାଜଲବାଡି ଘାଟି: ଆଜିଠୁ ଗଡ଼ିବ ଯାତ୍ରୀବାହୀ ବସ

ଦାରିଙ୍ଗବାଡ଼ି,୨୪।୧୧: ଦୀର୍ଘ ୨୮ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗାଜଲବାଡ଼ି ଘାଟି ରାସ୍ତାରେ ଆଜିଠାରୁ ଗଡ଼ିବ ଯାତ୍ରୀବାହୀ ବସ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ଗଞ୍ଜାମ…

ନେପାଳରେ ୫.୩ ତୀବ୍ରତାର ଭୂକମ୍ପ; ଭାରତ-ଚାଇନାରେ ମଧ୍ୟ ଅନୁଭୂତ ହେଲା ଝଟକା

କାଠମାଣ୍ଡୁ/ନୂଆଦିଲ୍ଲୀ,୨୪।୧୧: ମଙ୍ଗଳବାର ସକାଳେ ନେପାଳର କୋଶୀ ପ୍ରଦେଶରେ ୫.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ନେପାଳର…

ଯୁବରାଜ ସିଂହଙ୍କ ବାପାଙ୍କୁ ପୃଥ୍ବୀ ଶ’ଙ୍କ ଧମକ, କହିଲେ…

ନୂଆଦିଲ୍ଲୀ,୨୪।୧୧: ପୃଥ୍ବୀ ସ’ (Prithvi Shaw), ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହି ବିବାଦ ଏକ…

Video: Nvidiaକୁ ଫେରିବା ପରେ ମାଲାମାଲ ହେଲେ ଜେନସେନ ହୁଆଙ୍ଗ, ଜାଣନ୍ତୁ ସେ କ’ଣ କହିଲେ? ତାଙ୍କୁ କରାଗଲା ଭବ୍ୟ ସ୍ବାଗତ

ଓ୍ବାଶିଂଟନ,୨୪।୧୧: ଜେନସେନ ହୁଆଙ୍ଗ ‘ଏନଭିଡିଆ’ (Nvidia) କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ନାଟକୀୟ ପ୍ରତ୍ୟାବର୍ତ୍ତନ ତାଙ୍କ ଜୀବନକୁ ହଠାତ ବଦଳାଇ ଦେଇଛି; ସେ ନିଜର ପୂର୍ବ ସ୍ଥିତି…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଲାଗିଲା ଜବରଦସ୍ତ ଝଟକା, ୨୭ ନଭେମ୍ବରରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୪।୧୧: ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଏକ ବଡ଼ ଝଟକା ଲାଗିଛି, କାରଣ ଦ୍ରୁତ ବୋଲର ବ୍ଲେୟାର ଟିକନର ଏହି ମ୍ୟାଚରୁ ବାଦ ପଡ଼ିଛନ୍ତି। ଟିକନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?