ଭୁବନେଶ୍ୱର,୨୩।୧୧: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଗତ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାର ସାମଗ୍ରିକ ପାସ୍ ହାର ୭୯.୧୫ ପ୍ରତିଶତ ରହିଛି।
ପ୍ରକାଶିତ ଫଳାଫଳ ଅନୁଯାୟୀ, ପେପର-୧ରେ ୪୧ ହଜାର ୧୯୨ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବାବେଳେ ପେପର-୨ରେ ୩ ହଜାର ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ପେପରକୁ ମିଶାଇ ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି।
ଫଳାଫଳ ପ୍ରକାଶ ପାଇବା ପରେ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଶିକ୍ଷକତା କ୍ଷେତ୍ରରେ ନିଜର ଯୋଗ୍ୟତା ପ୍ରମାଣିତ କରିବାର ସୁଯୋଗ ପାଇଛନ୍ତି।

