ଆଜିଠୁ ୧୦ଦିନ ଧରି ଚାଲିବ ସାଂସ୍କୃତିକ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୪।୧୧(ଲିଙ୍ଗରାଜ ରାଉତ) ଆଜିଠୁ ଭୁବନେଶ୍ୱର ବାଲିଯାତ୍ରା ଆରମ୍ଭ ହେବାକୁଯାଉଛି। ଏହା ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବ। ଏହି ଅବସରରେ ନାମୀଦାମୀ କଳାକାରମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ ସା ବେଶ୍‌ ମନୋରମ ହେବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମହୋତ୍ସବ ସମିତି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ପାତ୍ରଙ୍କ ସୂଚନା ଅନୁଯାୟୀ ଏଥର ଭୁବନେଶ୍ୱର ବାଲିଯାତ୍ରା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ୧୦ ଦିନ ଧରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନାମୀଦାମୀ କଳାକାରମାନଙ୍କୁ ନେଇ ମେଲୋଡ଼ି ଓ ଓଡ଼ିଶାର କଳା ସଂସ୍କୃତିକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ।

ଶାନ୍ତିଶୃଙ୍ଖଳାର ସହ ଏହାକୁ ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ଓ ଟ୍ରାଫିକ ପୋଲିସ ମୁତୟନ ସହ ଅଗ୍ନିଶମ ବିଭାଗ, ଓଡ୍ରାଫ୍ଟ ଟିମ୍‌, ସ୍ବାସ୍ଥ୍ୟ ଟିମ୍‌ ଉପସ୍ଥିତ ରହିବେ। ଜରୁରୀକାଳୀନ ସେବା ପାଇ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ।

ଗାଡ଼ି ମୋଟର ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ବ୍ୟବସ୍ତା, କୌଣସି ପ୍ରକାର ଅସୁବିଧାକୁ ସୁଧାରିବା ପାଇଁ ସୂଚନା କେନ୍ଦ୍ର କରାଯିବ। ଏଥିସହ ସମସ୍ତ ବାଲିଯାତ୍ରା ପଡ଼ିଆକୁ ସିସିଟିଭି କ୍ୟାମେରା ନଜରରେ ରଖାଯିବ। ବିଭିନ୍ନ ପ୍ରକାର ଷ୍ଟଲରେ ଲୋକମାନେ କିପରି ଶାନ୍ତି ଶୃଙ୍ଖଳା ସହ ବୁଲି କିଣା କିଣି କରିପାରିବେ ସେ ବ୍ୟବସ୍ଥା କରାଯିବା ସହ ମିନାବଜାରର ମଜା ଲୋକମାନେ ଉଠାଇବେ।

ଏ ବର୍ଷ ୭୦୦ ଷ୍ଟଲ ହେବାପାଇଁ ସ୍ଥିର କରାଯାଇଛି ବୋଲି ସମିତି ତରଫରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯଶୋବନ୍ତ ଓଝା, ଜ୍ଞାନରଞ୍ଜନ ରାଉତ, ର୍ନିମଳ ରାଉତ, ସନ୍ତୋଷ ନାଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଖାତାକୁ ଆସିବ ୧୦ ହଜାର ଟଙ୍କା, ଡିସେମ୍ବରରେ ମିଳିବ ପ୍ରଥମ କିସ୍ତି: ଜାଣନ୍ତୁ କେଉଁମାନେ ପାଇବେ ଲାଭ

ନୂଆଦିଲ୍ଲୀ, ୨୪।୧୧: ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳାଙ୍କ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ମହିଳାମାନେ ନିଜର ଖର୍ଚ୍ଚ ତୁଲାଇବାରେ…

ବରିଷ୍ଠ-କନିଷ୍ଠ ଖେଳାଳିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଭାରତୀୟ ଦଳ ଭାଙ୍ଗି ପଡ଼ିଥିଲା; ଖେଳାଳିମାନେ ପରସ୍ପର ସହ କଥା ହେଉ ନ ଥିଲେ

ନୂଆଦିଲ୍ଲୀ,୨୪।୧୧: ଯେତେବେଳେ ଏକ ଦଳ ଏକଜୁଟ ହୋଇ ଖେଳିବାରେ ବିଫଳ ହୁଏ, ସେତେବେଳେ ଏହାର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ୧୯୯୨ ବିଶ୍ୱକପ…

ଡ୍ରୋନ୍‌ କ୍ୟାମେରାରେ ମହାବଳ! ୨ ବଳଦଙ୍କୁ ମାରି ଖାଇବା ପରେ ଆତଙ୍କ

ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ…

ମାତ୍ର ୩୬ ବଲ୍‌ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍‌ଙ୍କ ଉଡ଼ିଲା ହୋଶ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର…

ପୀତବାସ ହତ୍ୟା ମାମଲା: ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର,୨୪।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଭଜପା ନେତା ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ମଙ୍ଗଳବାର…

ପ୍ରସ୍ତୁତ ହେଲାଣି ICC, ଆଇପିଏଲ ପରି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରେ ମଧ୍ୟ ବ୍ୟାଟଗୁଡ଼ିକର ହେବ ସ୍ବତନ୍ତ୍ର ଯାଞ୍ଚ

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଏକ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଜଣେ…

ରାହୁ-କେତୁଙ୍କ ଗୋଚର: କାର୍ତ୍ତିିକ ପୂର୍ଣ୍ଣିିମାଠୁ ୩ ରାଶିଙ୍କ ଉପରେ ଅଶୁଭ ପ୍ରଭାବ! ମାଡିଆସିବ ଘୋର ସମସ୍ୟା

ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ…

ଶୁଭମନ ଗିଲଙ୍କ ଗୋଟିଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଶ୍ୱିନ୍‌, କହିଦେଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?