ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଟକ ବାଲିଯାତ୍ରାର କରିବେ ଶୁଭାରମ୍ଭ

ଭୁବନେଶ୍ବର,୨୪।୧୧: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇଛନ୍ତି । ଅପରାହ୍ଣରେ ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ କରିବେ । କାଲି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟରେ ସଡ଼କପଥ ଯୋଗେ କଟକରେ ଆସି ପହଞ୍ଚିବେ। ପରେ ସିଲଭରସିଟି ବୋଟ୍‌ କ୍ଲବରୁ କଳିଙ୍ଗ ତରଙ୍ଗିଣୀ ନୌକା ଯୋଗେ ବାଲିଯାତ୍ରା ପଡ଼ିଆକୁ ଯିବେ। ଏଥିପାଇଁ କଳିଙ୍ଗ ତରଙ୍ଗିଣୀ ନୌକାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ଜଣ ବସିବାର ବ୍ୟବସ୍ଥା କରାଯାଇଛି।

ବାଲିଯାତ୍ରା ପଡ଼ିଆରେ ନୌକା ପହଞ୍ଚିବା ପରେ କଟକ ଇନ୍‌ କଟକଠାରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ । ପରେ ସେଠାରୁ ଓର୍‌ମାସ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ରାଷ୍ଟ୍ରପତି ପହଞ୍ଚି ମହୋତ୍ସବର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ରେ ଏକାଥରରେ ୫ ରେକର୍ଡ ଭାଙ୍ଗିଲେ ପ୍ରିୟାଂଶ ଆର୍ଯ୍ୟ: କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ଇନ୍ଦୋର,୨୪।୧୧: ଗୋଟିଏ ତୀରରେ ଦୁଇଟି ଶିକାର କରିବାର କଥା ଆପଣ ନିଶ୍ଚୟ ଶୁଣିଥିବେ। ହେଲେ ଭାରତୀୟ କ୍ରିକେଟର୍‌ ପ୍ରିୟାଂଶ ଆର୍ଯ୍ୟ ଗୋଟିଏ ଇନିଂସ୍‌ରେ ୫ଟି ରେକର୍ଡ ଭାଙ୍ଗି…

ମହାନଦୀର ପାଣ୍ଡବ ଘାଟରେ ବୋଇତ ବନ୍ଦାଣ

କଟକ ସଦର, ୨୪।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଦୀର ପାଣ୍ଡବ ଘାଟରେ ମଙ୍ଗଳବାର ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ…

ସଶସ୍ତ୍ର ଡକାୟତି: ଶିଶୁ ବେକରୁ ଲକେଟ୍ କାଟିବା ସହ ନଗଦ ୫୦ ହଜାର ଓ ସୁନାଗହଣା ଲୁଟ୍

ସୋର (ଅଞ୍ଜନ କୁମାର ଦାସ): ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି। ୮ ବର୍ଷର…

ବୁଧଙ୍କ ଉଦୟରେ ୫ ରାଶିଙ୍କ ଭାଗ୍ୟ ଚମକିବ! ନୂଆ ଚାକିରି ସାଙ୍ଗକୁ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବିବେକ ଓ ବ୍ୟବସାୟର କାରକ ଭାବେ ବିବେଚନା କରାଯାଏ । ନିକଟରେ ବୁଧଙ୍କ ଉଦୟ ହୋଇଥିବା ବେଳେ ଏହାର…

ପାକ୍‌ ବିପକ୍ଷରେ ଚାଲିଲାନି ବ୍ୟାଟ୍‌, UAE ବିପକ୍ଷରେ ଗର୍ଜିବେ ବୈଭବ! ରେକର୍ଡ ଦେଖିଲେ ବିରୋଧୀ ଦଳଙ୍କ ଉଡିବ ହୋସ୍‌

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶାଜନକ ରହିଛି। ଦୁଇଟି ମ୍ୟାଚରେ ସେ ମାତ୍ର ୩୭ ରନ କରିଛନ୍ତି।…

ପଞ୍ଜାବ ବିଧାନସଭା ନିର୍ବାଚନ: ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ, ଅପରାହ୍ନ ୧ଟାରେ ଏନେଇ କରାଯିବ ଘୋଷଣା

ଚଣ୍ଡିଗଡ଼,୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ଏକ ନୂଆ ରାଜନୈତିକ ମେଣ୍ଟକୁ ନେଇ ଆଲୋଚନା ଜୋର ଧରିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଶିରୋମଣି…

ମହିଳାଙ୍କ ଖାତାକୁ ଆସିବ ୧୦ ହଜାର ଟଙ୍କା, ଡିସେମ୍ବରରେ ମିଳିବ ପ୍ରଥମ କିସ୍ତି: ଜାଣନ୍ତୁ କେଉଁମାନେ ପାଇବେ ଲାଭ

ନୂଆଦିଲ୍ଲୀ, ୨୪।୧୧: ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳାଙ୍କ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ମହିଳାମାନେ ନିଜର ଖର୍ଚ୍ଚ ତୁଲାଇବାରେ…

ବରିଷ୍ଠ-କନିଷ୍ଠ ଖେଳାଳିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଭାରତୀୟ ଦଳ ଭାଙ୍ଗି ପଡ଼ିଥିଲା; ଖେଳାଳିମାନେ ପରସ୍ପର ସହ କଥା ହେଉ ନ ଥିଲେ

ନୂଆଦିଲ୍ଲୀ,୨୪।୧୧: ଯେତେବେଳେ ଏକ ଦଳ ଏକଜୁଟ ହୋଇ ଖେଳିବାରେ ବିଫଳ ହୁଏ, ସେତେବେଳେ ଏହାର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ୧୯୯୨ ବିଶ୍ୱକପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?