କଟକ,୨୪।୧୧(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି ଓ ବୋଇତ ବନ୍ଦାଣ କରାଯିବ। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳୟରେ ସଡ଼କପଥ ଯୋଗେ କଟକରେ ଆସି ପହଞ୍ଚତ୍ବେ। ପରେ ସିଲଭରସିଟି ବୋଟ୍ କ୍ଲବରୁ କଳିଙ୍ଗ ତରଙ୍ଗିଣୀ ନୌକା ଯୋଗେ ବାଲିଯାତ୍ରା ପଡ଼ିଆକୁ ଯିବେ। ଏଥିପାଇଁ କଳିଙ୍ଗ ତରଙ୍ଗିଣୀ ନୌକାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ଜଣ ବସିବାର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆରେ ନୌକା ପହଞ୍ଚତ୍ବା ପରେ କଟକ ଇନ୍ କଟକଠାରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିବେ। ପରେ ସେଠାରୁ ଓର୍ମାସ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ରାଷ୍ଟ୍ରପତି ପହଞ୍ଚତ୍ ମହୋତ୍ସବର ଉଦ୍ଘାଟନ କରିବେ ।

