Posted inTrending, ଖେଳ

ମାତ୍ର ୩୬ ବଲ୍‌ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍‌ଙ୍କ ଉଡ଼ିଲା ହୋଶ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ନିଜ ବିସ୍ଫୋରକ ବ୍ୟାଟିଂରେ ତାମିଲନାଡୁ ବୋଲରଙ୍କୁ ନାକେଦମ କରିଦେଇଛନ୍ତି। ମାତ୍ର ୩୬ଟି ବଲ୍‌ରେ ଶତକ ହାସଲ କରି ସେ ଟି-୨୦ କ୍ରିକେଟରେ ନିଜର ଦ୍ରୁତତମ ଶତକ ରେକର୍ଡ କରିଛନ୍ତି। ଏହି ବିସ୍ଫୋରକ ଇନିଂସରେ ପ୍ରିୟାଂଶ ୧୫ଟି ଛକା ଓ ୫ଟି ଚୌକା ମାରିଥିଲେ। ଅର୍ଥାତ୍‌ କେବଳ ଚୌକାରୁ ସେ ୧୧୦ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟାଟିଂ ଦେଖି ତାମିଲନାଡୁ ବୋଲରଙ୍କ ପାଖରେ ଉତ୍ତର ନଥିଲା।

ଟି-୨୦ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ପ୍ରିୟାଂଶ ଆର୍ଯ୍ୟ ଯୁଗ୍ମ ଭାବେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଉର୍ଭିଲ ପଟେଲ ଓ ଅଭିଷେକ ଶର୍ମା ମାତ୍ର ୨୮ଟି ବଲ୍‌ରେ ଶତକ ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି।

ଟି-୨୦ରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର

– ୨୮ ବଲ ଉର୍ଭିଲ ପଟେଲ ବନାମ ତ୍ରିପୁରା (୨୦୨୪)

– ୨୮ ବଲ ଅଭିଷେକ ଶର୍ମା ବନାମ ମେଘାଳୟ (୨୦୨୪)

– ୩୦ ବଲ ଅଭିଷେକ ଶର୍ମା ବନାମ ଆଫଗାନିସ୍ତାନ (୨୦୨୬)

– ୩୧ ବଲ ଉର୍ଭିଲ ପଟେଲ ବନାମ ସର୍ଭିସେସ (୨୦୨୫)

– ୩୨ ବଲ ଋଷଭ ପନ୍ତ ବନାମ ହିମାଚଳ ପ୍ରଦେଶ (୨୦୧୮)

– ୩୨ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ୟୁଏଇ (୨୦୨୫)

– ୩୨ ବଲ ଅଭିଷେକ ଶର୍ମା ବନାମ ବେଙ୍ଗଲ (୨୦୨୫)

– ୩୫ ବଲ ରୋହିତ ଶର୍ମା ବନାମ ଶ୍ରୀଲଙ୍କା (୨୦୧୭)

– ୩୫ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ଗୁଜରାଟ ଟାଇଟନ୍ସ (୨୦୨୫)

– ୩୫ ବଲ ଅଭିଷେକ ଶର୍ମା ବନାମ ନ୍ୟୁଜିଲାଣ୍ଡ (୨୦୨୬

– ୩୬ ବଲ ଉର୍ଭିଲ ପଟେଲ ବନାମ ଉତ୍ତରାଖଣ୍ଡ (୨୦୨୪)

– ୩୬ ବଲ ବୈଭବ ସୂର୍ଯ୍ୟବଂଶୀ ବନାମ ସନରାଇଜର୍ସ ହାଇଦ୍ରାବାଦ (୨୦୨୬)

– ୩୬ ବଲ ପ୍ରିୟାଂଶ ଆର୍ଯ୍ୟ ବନାମ ତାମିଲନାଡୁ (୨୦୨୬)

ଇନ୍ଦୋରରେ ଖେଳାଯାଉଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଏଲିଟ ୨୦୨୬ର ଗ୍ରୁପ-ବି ମ୍ୟାଚ୍ରେ ପ୍ରିୟାଂଶ ନିଜ ବ୍ୟାଟିଂର ଜଲୱା ଦେଖାଇଥିଲେ। ସେ ମୋଟ ୬୮ଟି ବଲ୍‌ର ସାମ୍ନା କରି ୧୮୧ ରନ୍‌ର ବିଶାଳ ଇନିଂସ ଖେଳି ଆଉଟ ହୋଇଥିଲେ। ତାଙ୍କ ଏହି ଇନିଂସ ଦିଲ୍ଲୀ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେବାରେ ସହାୟକ ହୋଇଥିଲା। ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କ ଏହି ବିସ୍ଫୋରକ ପ୍ରଦର୍ଶନ ପୁଣିଥରେ ଭାରତୀୟ ଘରୋଇ କ୍ରିକେଟରେ ତାଙ୍କ ଦକ୍ଷତାର ପରିଚୟ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲା: ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର,୨୪।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଭଜପା ନେତା ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ମଙ୍ଗଳବାର…

ପ୍ରସ୍ତୁତ ହେଲାଣି ICC, ଆଇପିଏଲ ପରି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରେ ମଧ୍ୟ ବ୍ୟାଟଗୁଡ଼ିକର ହେବ ସ୍ବତନ୍ତ୍ର ଯାଞ୍ଚ

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଏକ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଜଣେ…

ରାହୁ-କେତୁଙ୍କ ଗୋଚର: କାର୍ତ୍ତିିକ ପୂର୍ଣ୍ଣିିମାଠୁ ୩ ରାଶିଙ୍କ ଉପରେ ଅଶୁଭ ପ୍ରଭାବ! ମାଡିଆସିବ ଘୋର ସମସ୍ୟା

ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ…

ଶୁଭମନ ଗିଲଙ୍କ ଗୋଟିଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଶ୍ୱିନ୍‌, କହିଦେଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ…

ରାଗିଲେ ଗିଲ, ଅଧିନାୟକଙ୍କୁ ପାଠପଢାଇଲେ ଅଜିଙ୍କ୍ୟ ରାହାଣେ

ନୂଆଦିଲ୍ଲୀ,୨୪।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ଅଧିନାୟକ…

ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬…

ଭୁବନେଶ୍ୱର,୨୪।୧୧: ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି…

ନୀଳଗିରିରେ ପଶିଲେ ୪୮ ଝାଡ଼ଖଣ୍ଡୀ ହାତୀ, ଧାନ ଫସଲ ନଷ୍ଟ; ଆତଙ୍କରେ ଗ୍ରାମବାସୀ

ନୀଳଗିରି,୨୪।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ୪୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?