ପରିବେଶ ସୁରକ୍ଷା ପାଇଁ ୫ ‘ଜ’ ଜରୁରୀ: ସିଦ୍ଧାନ୍ତ

ଭୁବନେଶ୍ୱର,୨୪।୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀ ଷଷ୍ଠ ସଂସ୍କରଣ ପ୍ରଥମ ଦିନ ସୋମବାର ସ୍ବସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ‘ଧରିତ୍ରୀ କ୍ଲାଇମେଟ୍‌ ଫିଲ୍ମ ଫେଷ୍ଟ’ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ, ଜୀବନରେ ପ୍ରତ୍ୟେକ ଜିନିଷକୁ ଦେଖି ଶିଖିବା ଓ ଭଲ କାର୍ଯ୍ୟକୁ ଅନୁକରଣ କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କୌଣସି ସମସ୍ୟା, ପ୍ରତ୍ୟେକ ଘଟଣାର ଡକ୍ୟୁମେଣ୍ଟେଶନ ହେବା ଉଚିତ। ଏହା ଭବିଷ୍ୟତରେ ପୂର୍ବ ଘଟଣାକୁ ତୁଳନା କରିବା ସହ ସମାଧାନର ଦିଗ ଖୋଜିବାରେ ସହାୟକ ହେବ। ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ପରିବେଶବିତ୍‌ ଜଣେ ଜଣେ ବ୍ରାଣ୍ଡ୍‌ ଆମ୍ବାସାଡର। ଆମକୁ ସବୁବେଳେ ପାଞ୍ଚଟି ‘ଜ’ ଯଥା ଜଙ୍ଗଲ, ଜମି, ଜଳ, ଜନ୍ତୁ ଓ ଜନର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ହେବ ବୋଲି ସିଦ୍ଧାନ୍ତ କହିଛନ୍ତି। ସେହିପରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ କମାଇବା ସହ ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ପରିବେଶକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ପରିବେଶ ପ୍ରଦୂଷଣ ଯୋଗୁ କେବଳ ପ୍ରକୃତି ନୁହେଁ, ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟ ଦେଖାଦେଉଛି। ତେଣୁ ଆବଶ୍ୟକତାଠାରୁ ଅଧିକ ସମ୍ବଳ ବ୍ୟବହାର ନ କରିବା, ନିଜ ଚାରିପାଖକୁ ସଫାସୁତୁରା ରଖିବା ଏବଂ ଅଧିକରୁ ଅଧିକ ଚାରାରୋପଣ କରିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି।
ନିର୍ମାତା ସୁଶାନ୍ତ ମିଶ୍ର ଜୁରି ସଦସ୍ୟ ଭାବେ ଯୋଗଦେଇ କହିଲେ, ଚଳିତ ବର୍ଷ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶକୁ ନେଇ ଅନେକ ସଚେତନତା ବଢ଼ିଛି। ସିନେମା ମାଧ୍ୟମରେ ଭିନ୍ନ ଭିନ୍ନ ଶୈଳୀରେ ପରିବେଶ ସୁରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ସ୍ବଳ୍ପ ସମୟସୀମା ମଧ୍ୟରେ ଚଳଚ୍ଚିତ୍ର ପ୍ରଦର୍ଶିତ କରିବା କଷ୍ଟକର, ତଥାପି ବହୁତ ଭଲ ସିନେମା ଆସିଥିଲା। ସେଥିରୁ ପ୍ରଦର୍ଶନ ଓ ପୁରସ୍କାରଯୋଗ୍ୟ ବାଛିବା କଷ୍ଟକର ଥିଲା। ଧରିତ୍ରୀର ଏଭଳି ପ୍ରୟାସ ପାଇଁ ଯୁବପିଢ଼ିଙ୍କ ସମେତ ସବୁ ବର୍ଗର ଲୋକେ ପରିବେଶ ସମ୍ବନ୍ଧରେ ବହୁତ କିଛି ଶିଖିବାକୁ ପାଉଛନ୍ତି ବୋଲି ସେ କହିଛନ୍ତି। ଏହି ଫିଲ୍ମ ଫେଷ୍ଟରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ତଥାଗତ ସତପଥୀ ଅତିଥିଙ୍କୁ ସମ୍ବୋଧିତ କରିଥିଲେ।
ଅବସରରେ ପରିବେଶ ଆଧାରିତ ବିଷୟବସ୍ତୁକୁ ନେଇ ମନୋନୀତ ଓଡ଼ିଆ, ଇଂଲିଶ, ହିନ୍ଦୀ ଭାଷାର ୯ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଫିଲ୍ମ ଫେଷ୍ଟରେ ସାମିଲ ହେବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ନିଜ ପ୍ରୟାସରେ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ପଠାଇଥିଲେ। ଏଥିରୁ ଚଳିତବର୍ଷର ଶ୍ରେଷ୍ଠ ପରିବେଶ ସଚେତନଧର୍ମୀ ବାର୍ତ୍ତା ପ୍ରଦାନ କରିଥିବା ୯ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରଦର୍ଶନ ପାଇଁ ଜୁରି ସଦସ୍ୟମାନେ ଚୟନ କରିଥିଲେ। ଦେବାଶିଷ ପ୍ରତିହାରୀଙ୍କ କ୍ଷୁଦ୍ର ପରିବେଶ ଚଳଚ୍ଚିତ୍ର ‘ଉପାୟ’କୁ ପ୍ରଥମ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି କଳ୍ପିତ ମହାନ୍ତିଙ୍କ ‘ଆଇଜାକ୍‌’କୁ ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ବିଜେତାଙ୍କୁ ଯଥାକ୍ରମେ ୧୫ହଜାର ଏବଂ ୧୦ହଜାର ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି। ସେହିଭଳି ଅନ୍ୟ ପ୍ରଦର୍ଶିତ ଫିଲ୍ମ ମଧ୍ୟରେ ଅରୁଣ ମହାରଣାଙ୍କ ‘ପାଣି’, ଜୟନ୍ତ ଜନପ୍ରିୟାଙ୍କ ‘ଆର୍ଥ ଟିୟର’, କିର୍ଷନବୋରଲାଙ୍ଗ ଖାରଦେୱସାଙ୍କ ‘ଦ ରିଭର’, ନତାସା ନାୟକଙ୍କ ‘ୟୁ ଫର୍‌ଗଟ’, ସିତିକାନ୍ତ ସ୍ବାଇଁଙ୍କ ‘ଅଗ୍ନି’, ସୌରଭ ବେହେରାଙ୍କ ‘ଦି ସାଇଲେଣ୍ଟ ଗଡ୍‌’ ଏବଂ ତ୍ରିଲୋଚନ ସାହୁଙ୍କ ‘ଚାରିନାଳିଆ’ ରହିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ

ଯୁବପିଢ଼ି ହିଁ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ବାର୍ତ୍ତାବହ। ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନକ୍ଲେଭ…

ଦିଲ୍ଲୀରେ କେବଳ ବିଏସ୍‌-୬ ଯାନ ଚଳାଚଳ କରୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ଦିଲ୍ଲୀ-ଏନ୍‌ସିଆରରେ ବାରମ୍ବାର ଦେଖାଦେଉଥିବା ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଚିନ୍ତା ପ୍ରକଟ କରି ଜାତୀୟ ରାଜଧାନୀରେ କେବଳ ବିଏସ୍‌୬ ଯାନବାହନ ଚଳାଚଳ ପାଇଁ…

ୟୁରୋପ ବାହାରକୁ ବ୍ୟାପିଲା ଯୁଦ୍ଧ

କିଭ୍‌,୨୪ା୧୧: ଫିନ୍‌ଲାଣ୍ଡ ଉପସାଗରରେ ରୁଷିଆ ସେନା ସହ ସମ୍ପୃକ୍ତ ଏକ ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ୟୁକ୍ରେନ୍‌ ରବିବାର ଲିବ୍ୟାର ଏକ ବନ୍ଦରରେ ରୁଷିଆ…

ହ୍ବାଟ୍ସଆପ୍‌ ୱେବ୍‌ ଲଗ୍‌-ଇନ୍‌ କରି ଛାଡ଼ିଦେଲେ ଆକାଉଣ୍ଟ ହାଇଜାକ ହୋଇପାରେ

ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ସର୍ବସାଧାରଣ କମ୍ପ୍ୟୁଟର କିମ୍ବା ଶେୟାର କରାଯାଉଥିବା ଡିଭାଇସରେ ହ୍ବାଟ୍ସଆପ୍‌ ୱେବ୍‌ ସେସନ୍‌ ଲଗ୍‌-ଇନ୍‌ ଅବସ୍ଥାରେ ଛାଡ଼ିଦେଲେ, ଏହା ସାଇବର ଅପରାଧୀଙ୍କ ପାଇଁ ଆକାଉଣ୍ଟ…

ଆଜିଠୁ କଟକ ବାଲିଯାତ୍ରା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ,୨୪।୧୧(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି…

ଭତ୍ତାକୁ ନେଇ ବିଧାନସଭାରେ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିଲେ ନାହିଁ। ସେଥିପାଇଁ ସଂଖ୍ୟାଧିକ ଲୋକ ଭତ୍ତା ନ ପାଇ ମୃତ୍ୟୁବରଣ କଲେଣି। ୬ମାସ…

ମାତ୍ର ୧୩ ବର୍ଷ ବୟସରେ ଘର ଛାଡ଼ିଥିଲେ ଏହି କ୍ରିକେଟର୍‌ : ଟି-୨୦ ଡେବ୍ୟୁରେ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୩।୧୧: ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ବୋଲିଂ କରି ଇତିହାସ ରଚିଛନ୍ତି ଜମଶେଦ ଆଲମ। ଲଗାତାର ୪ଟି ଉଇକେଟ ନେଇ ସେ ଏକ ବିରଳ ରେକର୍ଡର…

ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?