୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର ଚଳାଚଳ, ଟ୍ରେନ୍‌ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛିି। ଇତିମଧ୍ୟରେ ଭାରତୀୟ ରେଲଓ୍ବେ ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ଏପ୍ରିଲ ୧୬ ଗୁରୁବାର ଦିନ ୧୬୭ ବର୍ଷ ବୟସରେ ପଦାର୍ପଣ କରିଛି ଭାରତୀୟ ରେଲଓ୍ବେ । ହେଲେ ଇତିହାସରେ ପ୍ରଥମ ଥର ନିଜ ପ୍ରତିଷ୍ଠା ଦିବସରେ ଭାରତୀୟ ରେଲଓ୍ବେ କୌଣସି ଯାତ୍ରୀଙ୍କୁ ଯାତ୍ରା କରାଇ ପାରିନାହିଁ। ସୂଚନାଯୋଗ୍ୟ, ୧୮୫୩ ଏପ୍ରିଲ ୧୬ରେ ଦେଶରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଗଡ଼ିଥିବା ବେଳେ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଯାତ୍ରା କରିଥିଲେ। ଭାରତରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରେ ସଂଘଠିତ ୨ଟି ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଟ୍ରେନ୍‌ ନିଜ ଟ୍ରାକ୍‌ରେ ଗଡ଼ିଥିଲା। ଏହାପରେ ଦେଶର ବିଭାଜନ ଓ ମହାମାରୀରେ ବି ଟ୍ରେନ୍‌ ଯାତ୍ରା ଅଟକି ନ ଥିଲା।
କୁହାଯାଏ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସମୟରେ ଅର୍ଥାତ୍‌ ୧୯୭୪ ମସିହାରେ ପ୍ରଥମ ଥର ଭାରତୀୟମାନେ ଟ୍ରେନ୍‌ ବିନା ଜୀବନ ଅନୁଭବ କରିଥିଲେ। କାରଣ ୧୯୭୪ ମେ’ରେ ପ୍ରାୟ ୩ ସପ୍ତାହ ଧରି ରେଲଓ୍ବେ ଷ୍ଟ୍ରାଇକ୍‌ ହୋଇଥିଲା। ଟ୍ରେନ୍‌ ଡ୍ରାଇଭରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ଓ ଦରମା ଦାବି କରି ଡ୍ରାଇଭର, ଷ୍ଟେସନ ମାଷ୍ଟର, ଗାର୍ଡ, ଟ୍ରାକ୍‌ କର୍ମଚାରୀ ଓ ଅନ୍ୟମାନେ ଚକ୍କାଜାମ୍‌ କରିଥିଲେ। ହେଲେ ସେହି ମସୟରେ ବି ସମ୍ପୂର୍ଣ୍ଣ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ନ ଥିଲା। ଏହି ସମୟ ପରି ୪ଦଶନ୍ଧି ପୂର୍ବରୁ ମଧ୍ୟ ଆଶିଂକ ଭାବେ ଟ୍ରେନ୍‌ ଚଳାଚଳ କରିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନ୍‌ ଓ ହାଓ୍ବଡାରୁ ଦିଲ୍ଲୀ ପର୍ଯ୍ୟନ୍ତ କାଲ୍‌କା ମେଲ ପରି ଟ୍ରଙ୍କ ମାର୍ଗରେ କିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ ୟୁନିୟନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ଇତିହାସରେ କେବେବି ଏତେ ଦିନ ଯାଏ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇନାହିଁ। ଦେଶରେ ଏହା ପ୍ରଥମ ଘଟଣା ବୋଲି ରେଲଓ୍ବେ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ଭୟ ଯୋଗୁ ଦେଶରେ ମାର୍ଚ୍ଚ ୨୫ରୁ ମେ’୩ ଯାଏ ଟ୍ରେନ୍‌ ଚଳାଚଳ ଉପରେ ନିଷେଧାଜ୍ଞା ଜାରୀ କରାଯାଇଛିି। ଫଳରେ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ବି ସ୍ଥଗିତ ରଖାଯାଇଛି। ଧର ଯାତ୍ରୀବାହୀ ଟ୍ରେନ୍‌ ସେବା ୪୦ ଦିନ ଯାଏଁ ବାଧାପ୍ରାପ୍ତ ହୋଇଥିବାରୁ ପୂର୍ବରୁ ଯାତ୍ରୀମାନେ ବୁକ୍‌ କରିଥିବା ୯୪ଲକ୍ଷ ଟିକେଟକୁ ଏବେ ରଦ୍ଦ କରାଯାଇଛି। ଫଳରେ ଏବେ ରେଲଓ୍ବେକୁ ପ୍ରାୟ ୧୪୯୦କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କାରଣ ଲକ୍‌ଡାଉନ୍‌ ସମୟରେ ବୁକ୍‌ ହୋଇଥିବା ଟିକେଟର ସମସ୍ତ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ ବୋଲି ଭାରତୀୟ ରେଲଓ୍ବେ ପୂର୍ବରୁ ଘୋଷଣା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିବାକୁ ନୁହେଁ ଏହି ବ୍ୟକ୍ତିଙ୍କୁ ପସନ୍ଦ ନିର୍ବାଚନରେ ହାରିବାକୁ

ମେଟ୍ଟୁରା,୨୮।୩: ବିଶ୍ୱର ଯେକୌଣସି ବ୍ୟକ୍ତି କେବଳ ଜିତିବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, କିନ୍ତୁ ତାମିଲନାଡୁରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିର୍ବାଚନରେ କେବଳ ହାରିବା...

ମୁଁ ଇଡିକୁ ଧନ୍ୟବାଦ ଦେବାକୁ ଚାହୁଁଛି… କୋର୍ଟରେ କାହିଁକି ସିସୋଡିଆଙ୍କ କଥା ଉଠାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ତାଙ୍କର ୬ ଦିନିଆ ଅଟକ...

Video: ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟ୍ରାକ୍‌ର ଝଲକ ଦେଖାଇଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୮।୩: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପ୍ରଥମ ବୁଲେଟ ଟ୍ରେନ ପାଇଁ ନିର୍ମିତ ସ୍ବତନ୍ତ୍ର ପ୍ରକାରର ଟ୍ରାକର ପ୍ରଥମ ଝଲକ ଦେଖାଇଛନ୍ତି। ସେ ତାଙ୍କ ଏକ୍ଦ...

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ,୨୮।୩: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ।...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଏହି ୫ ଭାଜପା ନେତା ର୍ନିଦ୍ୱନ୍ଦରେ ଜିତିବେ ନିର୍ବାଚନ, ପ୍ରାର୍ଥୀ ଛିଡ଼ା କରିବାକୁ ବିରୋଧୀ କରିପାରିଲାନି ସାହାସ

ନୂଆଦିଲ୍ଲୀ,୨୮।୩: ଦେଶରେ ଆରମ୍ଭ ହୋଇଛି ନିର୍ବାଚନର ବଡ଼ ପର୍ବ। ବିରୋଧୀଙ୍କୁ ଚିତାପଟ କରିବା ପାଇଁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭୋଟରଙ୍କୁ ନିଜ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ

ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri