Posted inଜାତୀୟ

୧୧ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାରା ବିଶ୍ୱରେ ମହାମାରୀ କରୋନାଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ରାତି ସୁଦ୍ଧା ୧୧,୧୭୬ରେ ପହଞ୍ଚତ୍ଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୬୭୧ ହୋଇଥିବା ବେଳେ ୯୦, ୬୦୩ ଜଣ ଭଲ ହୋଇ ଘରକୁ ଫେରିଲେଣି। କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୯୬୭ ଥିବାବେଳେ ମୃତକଙ୍କ ସଂଖ୍ୟା ୩୨୪୮ ରହିଛି। ୟୁରୋପରେ ମୃତ୍ୟୁସଂଖ୍ୟା ୫ ହଜାର ଟପିଲାଣି। କେବଳ ଇଟାଲୀରେ ମୃତ୍ୟୁସଂଖ୍ୟା ୪୦୩୨ ହୋଇଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୦୨୧ ରହିଥିବାବେଳେ ସ୍ପେନରେ ୨୦,୪୧୨ ଏବଂ ମୃତକଙ୍କ ସଂଖ୍ୟା ୧୦୪୧ ରହିଛି। ଇରାନରେ ୧୯,୬୪୪ ଆକ୍ରାନ୍ତ ରହିଥିବାବେଳେ ୧୪୩୩ ଜଣଙ୍କ ପ୍ରାଣ ନେଲାଣି କରୋନା। ଜର୍ମାନୀରେ ୧୮, ୩୨୮ ଜଣଙ୍କୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ୫୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାରେ ୧୬,୦୫୮ ଜଣ ଆକ୍ରାନ୍ତ ଥିବାବେଳେ ମୃତ୍ୟୁସଂଖ୍ୟା ୨୧୯ରେ ପହଞ୍ଚତ୍ଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୯୯୫ ଓ ମୃତକଙ୍କ ସଂଖ୍ୟା ୩୭୨ ହୋଇଥିବାବେଳେ ଦକ୍ଷିଣ କୋରିଆରେ ୮,୬୫୨ ଆକ୍ରାନ୍ତ ଓ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ବିଜରଲାଣ୍ଡରେ ୪,୯୦୬ ଆକ୍ରାନ୍ତ ହୋଇଥିବାବେଳେ ପ୍ରାଣ ହରାଇଛନ୍ତିି ୫୭ ଜଣ। ସେହିପରି ବ୍ରିଟେନରେ ୩୨୬୯ ଜଣଙ୍କୁ ଏହି ଭୂତାଣୁ ସଂକ୍ରମଣ ହେବା ସହ ୧୮୪ ଜଣଙ୍କ ଜୀବନ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ରେକର୍ଡ ବର୍ଷା, ଗୁଜରାଟରେ ବନ୍ୟା

ଅହମଦାବାଦ,୨୩ା୭: ଗୁଜରାଟର ଦକ୍ଷିଣ ଭାଗରେ ଥିବା ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳ ବୁଡ଼ିଯାଇଥିବା ବେଳେ ସାଧାରଣ…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri