୧୦୦ରୁ ଊର୍ଦ୍ଧ୍ୱ ଟିସିଏସ୍‌ କର୍ମଚାରୀ କୋଟିପତି

ବେଙ୍ଗାଲୁରୁ,୧୪-୬: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କର୍ମଚାରୀ ନିଜ କ୍ୟାରିୟର ଏହି କମ୍ପାନୀରୁ ଆରମ୍ଭ କରିଛନ୍ତି। ଆର୍ଥିକ ବର୍ଷ ୨୦୧୭ରେ ଟିସିଏସ୍‌ରେ ୯୧ ଜଣ କୋଟିପତି କର୍ମଚାରୀ ଥିଲେ, ଯାହା କି ଆର୍ଥିକ ବର୍ଷ ୨୦୧୯ରେ ବୃଦ୍ଧି ପାଇ ୧୦୩ ହୋଇଛି। ତେବେ ଏମାନଙ୍କ ଭିତରେ ସିଇଓ ରାଜେଶ ଗୋପିନାଥନ ଏବଂ ସିଓଓ ଏନଜି ସୁବ୍ରମଣ୍ୟମ ସାମିଲ ନୁହନ୍ତି। ସେହିପରି ଟିସିଏସ୍‌ରେ କାର୍ଯ୍ୟରତ ବିଦେଶୀ କର୍ମଚାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନାହିଁ। ଆଇଟି ସେକ୍ଟରର ଅନ୍ୟତମ ଶୀର୍ଷ କମ୍ପାନୀ ଇନ୍‌ଫୋସିସ୍‌ରେ ୬୦ରୁ ଅଧିକ କର୍ମଚାରୀ ୧.୦୨ କୋଟି ଟଙ୍କା ଆୟ କରୁଛନ୍ତି। ଟିସିଏସ୍‌ ଭଳି ଇନ୍‌ଫୋସିସ୍‌ରେ ମଧ୍ୟ କମ୍ପେନ୍‌ସେଶନ ଅଧୀନରେ ଷ୍ଟକ୍‌ ଅପ୍‌ସନକୁ ଧରାଯାଇନାହିଁ। ଟିସିଏସ୍‌ର ଲାଇଫ୍‌ ସାଇନ୍ସେସ୍‌, ହେଲ୍‌ଥକେୟାର ଏବଂ ପବ୍ଲିକ୍‌ ସର୍ଭିସେସ୍‌ ବିଜନେସ ମୁଖ୍ୟ ଦେବାଶୀଷ ଘୋଷଙ୍କୁ ବାର୍ଷିକ ୪.୭ କୋଟି ଟଙ୍କା ଦରମା ମିଳିଥାଏ। ସେହିପରି ବିଜ୍‌ନେସ୍‌ ଓ ଟେକ୍ନୋଲୋଜି ସର୍ଭିସେସ୍‌ ମୁଖ୍ୟ କୃଷ୍ଣନ ରାମାନୁଜମ ୪.୧ କୋଟି ଆୟ କରନ୍ତି। କମ୍ପାନୀର ବ୍ୟାଙ୍କିଙ୍ଗ, ଫାଇନାନ୍ସିଆଲ ସର୍ଭିସେସ୍‌ ଓ ଇନସ୍ୟୁରାନ୍ସ ବିଜ୍‌ନେସ୍‌ ମୁଖ୍ୟ କେ.କୃଥିବାସନଙ୍କୁ ୪.୩ କୋଟି ଟଙ୍କା ଦରମା ମିଳିଥାଏ। କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ ଏହାକୁ ଦର୍ଶାଇ ନ ଥାଏ। ସବୁଠୁ ବଡ଼ କଥା କମ୍ପାନୀର ସବୁଠାରୁ ବୟୋଜ୍ୟେଷ୍ଠ କର୍ମଚାରୀ ଫାଇନାନ୍ସର ଭାଇସ୍‌ ପ୍ରେସିଡେଣ୍ଟ ୭୨ ବର୍ଷୀୟ ବରିନ୍ଦ୍ରା ସାନ୍ୟାଲଙ୍କୁ ୧ କୋଟିରୁ ଅଧିକ ଟଙ୍କା ଦରମା ଆକାରରେ ମିଳିଥାଏ। ସିନିୟର ଲିଡରଶିପ୍‌ରେ ସ୍ଥିରତା କାରଣରୁ ଟିସିଏସ୍‌ କ୍ରମାଗତ ସଫଳତା ହାସଲ କରୁଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ମୁମ୍ବାଇସ୍ଥିତ ଏକ ବ୍ରୋକରେଜ ହାଉସର ଆନାଲିଷ୍ଟଙ୍କ କହିବାନୁଯାୟୀ, ବରିଷ୍ଠ ଅଧିକାରୀମାନଙ୍କୁ ନିଜ ସହ ଯୋଡିବା ପାଇଁ ଟିସିଏସ୍‌ ସ୍ବତନ୍ତ୍ର କ୍ୟାରିୟର ଗ୍ରୋଥ୍‌ ଆପଣାଇଛି। ଫଳରେ କର୍ମଚାରୀମାନେ କମ୍ପାନୀ ଛାଡିବାକୁ ରାଜି ନୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri