Posted inଫୁରସତ

ହିଂସା ଥମିଲେ କମିବେ ଶରଣାର୍ଥୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଶରଣାର୍ଥୀମାନଙ୍କ ସ୍ଥିତି ସମ୍ପର୍କରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଡିସେମ୍ବର ୪, ୨୦୦୦ରେ ଜାତିସଂଘ ସାଧାରଣ ପରିଷଦରେ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯିବା ଲାଗି ପ୍ରସ୍ତାବ ପାରିତ କରାଯାଇଥିଲା। ଦ୍ୱନ୍ଦ୍ୱ, ହିଂସା, ଯୁଦ୍ଧ ଓ ବିଭିନ୍ନ ବିପତ୍ତି ସମୟରେ ଏହି ଶରଣାର୍ଥୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯୁଦ୍ଧ ଯୋଗୁ କେଉଁଠି ସେମାନଙ୍କୁ ତଡ଼ି ଦିଆଯାଉଛି ତ ଆଉ କେଉଁଠି ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଛନ୍ତି। କରୋନା କାଳରେ ବହୁ ଲୋକ ବାହାର ରାଜ୍ୟରେ ଫସିରହି ନାନାଦି ସମସ୍ୟା ଭୋଗିଥିବାବେଳେ ଅନେକେ ଶହ ଶହ କି.ମି. ଚାଲି ଶରଣାର୍ଥୀ ଶିବିରରେ କାଳ କାଟିଥିଲେ। ସେମାନଙ୍କ ଦୁର୍ବିଷହ ଜୀବନ ଜୀବିକା କଥା ନିଜେ ନ ଦେଖିଲେ ବିଶ୍ୱାସ ହେବନି।
ବିଶ୍ୱର ଶହେରୁ ଊର୍ଦ୍ଧ୍ୱ ଦେଶ ଶରଣାର୍ଥୀ ଦିବସକୁ ପାଳନ କରିଆସୁଛନ୍ତି। ମିଳିମିଶି ଶରଣାର୍ଥୀଙ୍କ ସମସ୍ୟାର ସମାଧାନ କରିବା, ସେମାନଙ୍କୁ ନିଜ ଘରକୁ ସୁରକ୍ଷିତ ଭାବେ ପଠାଇବା, ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା, ହିଂସା ଓ ଭୟଠାରୁ ସେମାନଙ୍କୁ ଦୂରେଇ ରଖିବା ଲାଗି ବିଭିନ୍ନ କାର୍ଯ୍ୟ କରାଯାଉଛି। ଏବେ ବିଶ୍ୱରେ ପାଖାପାଖି ୭ କୋଟି ଲୋକ ଶରଣାର୍ଥୀ ଭାବେ ରହିଆସୁଛନ୍ତି। ଏବେ ବିଶ୍ୱର ସର୍ବାଧିକ ଶରଣାର୍ଥୀ କ୍ୟାମ୍ପ କେନିଆର ଦାଦାବ୍‌ରେ ରହିଛି। ପ୍ରାୟ ୩.୩ ଲକ୍ଷ ଶରଣାର୍ଥୀ ସେଠାରେ ରହୁଛନ୍ତି। ବିଶ୍ୱରେ ଥିବା ମୋଟ ଶରଣାର୍ଥୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୧୮ ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି। ବିଶ୍ୱଯୁଦ୍ଧ କିମ୍ବା ସିରିଆ ଯୁଦ୍ଧ ପରେ ଶରଣାଥର୍ର୍ୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ବିଭିନ୍ନ ସୋସିଆଲ ମିଡିଆରେ ସେମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା, ସହାନୁଭୂତି, ସୁରକ୍ଷା ସହ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ନିହାତି ଆବଶ୍ୟକ। ଶରଣାର୍ଥୀମାନେ ଆମ ଭଳି ମଣିଷ। ସେମାନଙ୍କର ସୁଖ ଶାନ୍ତିରେ ରହିବାର ଅଧିକାର ଅଛି। ଅନ୍ୟ ଦେଶରେ ରହି ମଧ୍ୟ ସେମାନେ ନିର୍ଭୟର ସହ ବଞ୍ଚିବାର ଅଧିକାର ରହିଛି। ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?