Posted inଫୁରସତ

ହିଂସା ଥମିଲେ କମିବେ ଶରଣାର୍ଥୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଶରଣାର୍ଥୀମାନଙ୍କ ସ୍ଥିତି ସମ୍ପର୍କରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଡିସେମ୍ବର ୪, ୨୦୦୦ରେ ଜାତିସଂଘ ସାଧାରଣ ପରିଷଦରେ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯିବା ଲାଗି ପ୍ରସ୍ତାବ ପାରିତ କରାଯାଇଥିଲା। ଦ୍ୱନ୍ଦ୍ୱ, ହିଂସା, ଯୁଦ୍ଧ ଓ ବିଭିନ୍ନ ବିପତ୍ତି ସମୟରେ ଏହି ଶରଣାର୍ଥୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯୁଦ୍ଧ ଯୋଗୁ କେଉଁଠି ସେମାନଙ୍କୁ ତଡ଼ି ଦିଆଯାଉଛି ତ ଆଉ କେଉଁଠି ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଛନ୍ତି। କରୋନା କାଳରେ ବହୁ ଲୋକ ବାହାର ରାଜ୍ୟରେ ଫସିରହି ନାନାଦି ସମସ୍ୟା ଭୋଗିଥିବାବେଳେ ଅନେକେ ଶହ ଶହ କି.ମି. ଚାଲି ଶରଣାର୍ଥୀ ଶିବିରରେ କାଳ କାଟିଥିଲେ। ସେମାନଙ୍କ ଦୁର୍ବିଷହ ଜୀବନ ଜୀବିକା କଥା ନିଜେ ନ ଦେଖିଲେ ବିଶ୍ୱାସ ହେବନି।
ବିଶ୍ୱର ଶହେରୁ ଊର୍ଦ୍ଧ୍ୱ ଦେଶ ଶରଣାର୍ଥୀ ଦିବସକୁ ପାଳନ କରିଆସୁଛନ୍ତି। ମିଳିମିଶି ଶରଣାର୍ଥୀଙ୍କ ସମସ୍ୟାର ସମାଧାନ କରିବା, ସେମାନଙ୍କୁ ନିଜ ଘରକୁ ସୁରକ୍ଷିତ ଭାବେ ପଠାଇବା, ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା, ହିଂସା ଓ ଭୟଠାରୁ ସେମାନଙ୍କୁ ଦୂରେଇ ରଖିବା ଲାଗି ବିଭିନ୍ନ କାର୍ଯ୍ୟ କରାଯାଉଛି। ଏବେ ବିଶ୍ୱରେ ପାଖାପାଖି ୭ କୋଟି ଲୋକ ଶରଣାର୍ଥୀ ଭାବେ ରହିଆସୁଛନ୍ତି। ଏବେ ବିଶ୍ୱର ସର୍ବାଧିକ ଶରଣାର୍ଥୀ କ୍ୟାମ୍ପ କେନିଆର ଦାଦାବ୍‌ରେ ରହିଛି। ପ୍ରାୟ ୩.୩ ଲକ୍ଷ ଶରଣାର୍ଥୀ ସେଠାରେ ରହୁଛନ୍ତି। ବିଶ୍ୱରେ ଥିବା ମୋଟ ଶରଣାର୍ଥୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୧୮ ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି। ବିଶ୍ୱଯୁଦ୍ଧ କିମ୍ବା ସିରିଆ ଯୁଦ୍ଧ ପରେ ଶରଣାଥର୍ର୍ୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ବିଭିନ୍ନ ସୋସିଆଲ ମିଡିଆରେ ସେମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା, ସହାନୁଭୂତି, ସୁରକ୍ଷା ସହ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ନିହାତି ଆବଶ୍ୟକ। ଶରଣାର୍ଥୀମାନେ ଆମ ଭଳି ମଣିଷ। ସେମାନଙ୍କର ସୁଖ ଶାନ୍ତିରେ ରହିବାର ଅଧିକାର ଅଛି। ଅନ୍ୟ ଦେଶରେ ରହି ମଧ୍ୟ ସେମାନେ ନିର୍ଭୟର ସହ ବଞ୍ଚିବାର ଅଧିକାର ରହିଛି। ଏଥିରେ ଦ୍ୱିମତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri