Posted inଜାତୀୟ

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ ବିଦାରକ ଚିତ୍ର ସବୁ ସୀମାକୁ ପାର୍‌ କରିଯାଇଛି। ଏଠାରେ ଏକ ଗର୍ଭିଣୀ ହାତୀକୁ କେତେଜଣ ଦୁର୍ବୃତ୍ତ ଅତି ଅମାନବୀୟ ଭାବେ ବାଣଭର୍ତ୍ତି ସପୁରି ଖାଇବାକୁ ଦେଇ ହତ୍ୟା କରିଛନ୍ତି। ସବୁଠାରୁ ଦୁଃଖର ବିଷୟ ହାତୀଟି ୩ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବାପରେ ଏକ ନଦୀ ଭିତରେ ପ୍ରାଣ ହରାଇଛି। ବନ ବିଭାଗ କ୍ଷତାକ୍ତ ହାତୀର ଫଟୋକୁ ପ୍ରଘଟ କରିବା ପରେ ସୋସିଆଲ ମିଡିଆରେ ବର୍ଷିଛନ୍ତି ହାତୀପ୍ରେମୀ। ଉକ୍ତ ମୃତହାତୀକୁ ନ୍ୟାୟ ଦେବା ଏବଂ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜନେତା, ବଲିଉଡ୍‌ ଷ୍ଟାର ଏବଂ କ୍ରୀଡ଼ାବିତ୍‌ମାନେ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି।
ମଲ୍ଲାପୁରମ୍‌ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ, ଜଙ୍ଗଲରେ ରହୁଥିବା ଏହି ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଚାଲିଆସିଥିଲା। ରାସ୍ତାରେ ବୁଲୁଥିବା ଉକ୍ତ ଭୋକିଲା ହାତୀକୁ କେତେଜଣ ବଗୁଲିଆ ସପୁରି ଭିତରେ ବିସ୍ଫୋରକ ଭର୍ତ୍ତି ବାଣ ରଖି ଖାଇବାକୁ ଦେଇଥିଲେ। ହାତୀଟି ସପୁରି ଖାଇବା ମାତ୍ରକେ ବାଣ ବିସ୍ଫୋରଣ ହୋଇଗଲା। ଏଥିରେ ହାତୀର ପାଟି, ଶୁଣ୍ଢ ଗଭୀର ଭାବେ କ୍ଷତାକ୍ତ ହୋଇଥିଲା। ପ୍ରାଣ ବିକଳରେ ହାତୀ ଏଣେତେଣେ ଦୌଡ଼ିବାକୁ ଲାଗିଲା। ଶେଷରେ ଯନ୍ତ୍ରଣାର ଉପଶମ ଲାଗି ଗଁା ନିକଟରେ ପ୍ରବାହିତ ଭେଲ୍ଲିୟାର ନଦୀରେ ପଶିଯାଇ କ୍ଷତାକ୍ତ ଶୁଣ୍ଢକୁ ବୁଡ଼ାଇ ରଖିଥିଲା।

ଏହି ଘଟଣା ପ୍ରଚାରିତ ହେବାପରେ ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। ହାତୀକୁ ପାଣିରୁ ବାହାରକୁ ଆଣିବା ଲାଗି ଅନ୍ୟ ୨ ହାତୀର ସହାୟତା ମଧ୍ୟ ନିଆଯାଇଥିଲା। ହେଲେ ହାତୀକୁ ହୁଏତ ଅନୁଭବ ହୋଇସାରିଥିଲା ସେ ଏବଂ ତା’ ପେଟରେ ଥିବା ଛୁଆ ଆଉ ବଞ୍ଚତ୍ବେ ନାହିଁ। ତେଣୁ ସେ ନିର୍ବିକାର ଭାବେ ପାଣି ଭିତରେ ଛିଡ଼ାହୋଇ ରହିଥିଲା। ହାତୀକୁ ବଞ୍ଚାଇବା ଲାଗି ନିଆଯାଇଥିବା ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମେ’ ୨୭ ଅପରାହ୍ନ ୪ଟାରେ ହାତୀଟିର ଦୁଃଖଦ ମୃତ୍ୟୁ ଘଟିଥିଲା। ହାତୀ ମୃତଦେହକୁ ଟ୍ରକ୍‌ରେ ନିଆଯାଇ ଜଙ୍ଗଲରେ ଶେଷକୃତ୍ୟ କରାଯାଇଛି। ରେସ୍କ୍ୟୁ ଟିମ୍‌ରେ ସାମିଲ ଥିବା ବନ ବିଭାଗ ଅଧିକାରୀ ମୋହନ କୃଷ୍ଣାନ୍‌ ହାତୀର ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଦୁଃଖଭରା ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, ମଣିଷ ଉପରେ ଭରସା କରି ସପୁରି ଖାଇଦେବା ହାତୀର ବୋଧେ ଭୁଲ୍‌ ଥିଲା। ଅନ୍ତିମ କ୍ଷଣରେ ସେ ନିଜର ମୃତ୍ୟୁ ପାଇଁ ନୁହେଁ, ବରଂ ତା’ ପେଟରେ ବଢୁଥିବା ଛୁଆ ଲାଗି ନିଶ୍ଚୟ ଭାବେ ବେଶି ଚିନ୍ତିତ ହୋଇଥିବ; ଯାହାକୁ ସେ ୧୮ରୁ ୨୦ମାସ ମଧ୍ୟରେ ଜନ୍ମ ଦେଇଥାନ୍ତା।
ଅନ୍ୟପଟେ ସୋସିଆଲ ମିଡିଆରେ ହାତୀର ଯନ୍ତ୍ରଣାଦାୟକ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ୟୁଜର୍ସ ହାତୀ ପ୍ରତି ସମବେଦନା ଜଣାଇ ଲେଖିଛନ୍ତି ଯେ, ଏମିତି କାମ କରିଥିବା ବ୍ୟକ୍ତି ମଣିଷ ନୁହେଁ ରାକ୍ଷସ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମଣିଷର ଏପରି କୁକର୍ମ ଲାଗି ହିଁ କରୋନା ମହାମାରୀ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା

କୋଲକାତା,୨୬।୫: ପଶ୍ଚିମବଙ୍ଗର ସାଧାରଣ ଜନତା ଏବଂ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଜନସାଧାରଣଙ୍କୁ ଶସ୍ତାରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri