ହାତରେ ରହୁନାହିଁ କି ଟଙ୍କା…

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଭବିଷ୍ୟତକୁ କୌଣସି ଯୋଜନା କରିବାକୁ ମଧ୍ୟ ଆପଣ ସକ୍ଷମ ହୋଇପାରିବେ ନାହିଁ । କିମ୍ବା ଭବିଷ୍ୟତରେ ସଞ୍ଚୟ କରିବାକୁ ଅସମର୍ଥ ହେବେ।

ଯଦି ଆପଣଙ୍କ ସମସ୍ତ ଟଙ୍କା ମାସ ଶେଷକୁ ଖର୍ଚ୍ଚ ହୋଇଯାଉଛି , ତେବେ ଏପରି କିଛି ଉପାୟ ଅଛି ଯାହାକୁ ଗ୍ରହଣ କରି ଟଙ୍କା ସଞ୍ଚୟ କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ

ଖର୍ଚ୍ଚର ତାଲିକା ପ୍ରସ୍ତୁତ

ଛୋଟରୁ ଅତି ଛୋଟ ଖର୍ଚ୍ଚର ମଧ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବ। ଏପରି କରିବା ଦ୍ୱାରା ଟଙ୍କା ବଞ୍ଚିଥାଏ।

କ୍ରେଡିଟ କାର୍ଡ ଖର୍ଚ୍ଚ ନିୟନ୍ତ୍ରଣ

କିଛିଲୋକ ଯେକୌଣସି ଖର୍ଚ୍ଚ ପାଇଁ କେବଳ କ୍ରେଡିଟ କାର୍ଡ ଉପରେ ନିର୍ଭର କରନ୍ତି, ଯାହା ଏକ ଖରାପ ଅଭ୍ୟାସ। କ୍ରେଡିଟ କାର୍ଡରେ ସେତିକି ପରିମାଣର ଖର୍ଚ୍ଚ କରନ୍ତୁ ଯେପରି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଅଛି।

କରଜ ରଖନ୍ତୁ ନାହିଁ

କୌଣସି ପ୍ରକାର ଋଣ ନିଅନ୍ତୁ ନାହିଁ ଯଦି ଋଣ ନେଇଛନ୍ତି ତେବେ ଯଥା ଶୀଘ୍ର ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ଯଦି କେଉଁଠାରୁ ବି ଅଧିକ ଟଙ୍କା ଆସୁଛି ସେହି ସମୟରେ ଅନ୍ୟ କିଛି ଭାବିବା ପୂର୍ବରୁ କରଜରେ ଆଣିଥିବା ଟଙ୍କା ଶୁଝନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri