ହାଇବ୍ରିଡ୍‌ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍‌ ହୋଇପାରେ। ଅର୍ଥାତ୍‌ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ ଭର୍ଚୁଆଲ (ଭିଡିଓ କନ୍‌ଫରେନ୍ସ ଜରିଆରେ) ହୋଇପାରେ। କାରଣ କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ସାମାଜିକ ଦୂରତ୍ୱ ଅବଲମ୍ବନ କରାଗଲେ ଉଭୟ ଉଚ୍ଚ ଓ ନିମ୍ନ ସଦନରେ ସ୍ଥାନାଭାବ ହେବ। ଭାରତ ସରକାରଙ୍କୁ ସାଇବର ଭିତ୍ତିଭୂମି ଯୋଗାଉଥିବା ନ୍ୟାଶନାଲ୍‌ ଇଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) ମଧ୍ୟ ସମସ୍ତ ଏମ୍‌ପିଙ୍କ ଭର୍ଚୁଆଲ୍‌ ଯୋଗଦାନ ପାଇଁ ପ୍ଲାଟ୍‌ଫର୍ମ ବ୍ୟବସ୍ଥା କରିପାରି ନାହିଁ।
ଦେଶରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ଏଭଳି ସମୟରେ ଆସନ୍ତା ମୌସୁମୀ ଅଧିବେଶନ ଚଳାଇବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉଭୟ ରାଜ୍ୟ ସଭା ଓ ଲୋକ ସଭାର ସେକ୍ରେଟାରି ଜେନେରାଲ ପାର୍ଲାମେଣ୍ଟର ଭୌତିକ ଓ ଡିଜିଟାଲ ଭିତ୍ତିଭୂମିର ସମୀକ୍ଷା କରିବା ପରେ ପ୍ରିଜାଇଡିଂ ଅଫିସରମାନଙ୍କୁ ରିପୋର୍ଟିଂ କରିଛନ୍ତି। ସମସ୍ତ ସଦସ୍ୟ ଉପସ୍ଥିତ ରହି କିମ୍ବା ସମ୍ପୂର୍ଣ୍ଣ ଭାବେ ଭିଡିଓ କନ୍‌ଫରେନ୍ସ ଜରିଆରେ ମୌସୁମୀ ଅଧିବେଶନ ଚଳାଇବା ପାଇଁ ଉପଲବ୍ଧ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଛନ୍ତି। ସୋସିଆଲ୍‌ ଡିଷ୍ଟାନ୍ସିଂ ନିୟମ ପାଳନ କରାଗଲେ ରାଜ୍ୟ ସଭାରେ ୨୪୫ରୁ ୬୦ ଏବଂ ଲୋକ ସଭାରେ ୫୪୩ ଜଣଙ୍କ ମଧ୍ୟରୁ ୧୦୦ରୁ ଅଳ୍ପ ଅଧିକ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ସେକ୍ରେଟାରି ଜେନେରାଲ ଦ୍ୱୟ କହିଛନ୍ତି। ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗୃହରେ ସ୍ଥାନାଭାବ, ଫିଜିକାଲ୍‌ ଡିଷ୍ଟାନ୍ସିଂ ନିୟମ ଏବଂ ଭର୍ଚୁଆଲ ଯୋଗଦାନ ପାଇଁ ଭିତ୍ତିଭୂମି ଯୋଗାଇବାରେ ଏନ୍‌ଆଇସିର ଅସାମର୍ଥ୍ୟକୁ ନେଇ ଏହି ଅଧିବେଶନ ହାଇବ୍ରିଡ୍‌ ହୋଇପାରେ।
ପାର୍ଲାମେଣ୍ଟ ଅଧିବେଶନରେ ଯୋଗଦେବା ସମସ୍ତ ଏମ୍‌ପିଙ୍କ ଅଧିକାର ଥିବାରୁ କେଉଁ ସଦସ୍ୟ ଉପସ୍ଥିତ ରହିବେ ଓ କିଏ ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରତିନିଧିତ୍ୱ କରିବେ ତାହା ଚୟନ କରାଯାଇ ନ ପାରେ। ସେହିପରି ସେଣ୍ଟ୍ରାଲ ହଲ୍‌ କିମ୍ବା ବିଜ୍ଞାନ ଭବନରେ ମଧ୍ୟ ସମସ୍ତ ଏମ୍‌ପିଙ୍କୁ ସାମାଜିକ ଦୂରତ୍ୱ ନିୟମାନୁସାରେ ବସାଇହେବ ନାହିଁ। ତେଣୁ ଅଦ୍ୟାବଧି କେବଳ ହାଇବ୍ରିଡ୍‌ ଅଧିବେଶନ ଚଳାଇବା ବିକଳ୍ପ ରହିଛି। ତେବେ ଅଧିବେଶନ ପରିଚାଳନାରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ହେଲେ ଉଭୟ ଗୃହରେ ପ୍ରସ୍ତାବ ଆଗତ କରିବାକୁ ପଡ଼ିବ। ମୌସୁମୀ ଅଧିବେଶନ ପରିଚାଳନା ପାଇଁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଓ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ବିଭିନ୍ନ ବିକଳ୍ପ ଉପରେ ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri