ହସିବା କଥା ନୁହେଁ

ଫେସ୍‌ବୁକ୍‌ ଫଟୋ ଭାଇରାଲ ଘଟଣାର ଏକ ସପ୍ତାହ ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପୂରା ମିଡିଆ ଟିମ୍‌କୁ ବଦଳାଇଦେଇଛି। ବାତ୍ୟା ଅମ୍ଫନ୍‌ ଏବଂ ରିଲିଫ୍‌ କାର୍ଯ୍ୟ ପରେ ମନ୍ତ୍ରଣାଳୟର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ପରିଚାଳନା କରୁଥିବା ବ୍ୟକ୍ତି ଜଳଖିଆ ଏବଂ ଦୁଇଟି ହ୍ବିସ୍କି ବୋତଲ ଥୁଆ ହୋଇଥିବା ଏକ ଟେବୁଲର ଫଟୋ ଅପଲୋଡ୍‌ କରିଥିଲେ। ଭୁଲ୍‌ ହୋଇଯାଇଛି ବୋଲି ଜାଣିବା ପରେ ଫଟୋଟିକୁ କାଢ଼ି ଦିଆଯାଇଥିଲେ ମଧ୍ୟ ଏହା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ ହେବାରେ ସଫଳ ହୋଇଥିଲା। ସୂଚନାନୁସାରେ, ଭାରତୀୟ ସୂଚନା ସେବା ବିଭାଗର ବରିଷ୍ଠ ଅଧିକାରୀ ନିତୀନ୍‌ ଡି. ୱାକାଙ୍କର୍‌ ବର୍ତ୍ତମାନ ନୂତନ ମିଡିଆ ଟିମ୍‌ର ନେତୃତ୍ୱ ନେଉଥିବାବେଳେ ତାଙ୍କ ପୂର୍ବତନ ଅଧିକାରୀ ବସୁଧା ଗୁପ୍ତାଙ୍କୁ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ-ଚେକିଂ ୟୁନିଟ୍‌ର ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ୱାକାଙ୍କର୍‌ ଏହା ପୂର୍ବରୁ ସିବିଆଇ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାବେ କାର୍ଯ୍ୟ କରିଥିଲେ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ବିରାଟ ମଜ୍‌ବୁରଙ୍କୁ ଅଲ୍‌ ଇଣ୍ଡିଆ ରେଡିଓକୁ ବଦଳି କରାଯାଇଛି। ବୋଧହୁଏ, ଏହା ଏକମାତ୍ର ଗଡ଼ବଡ଼ ଘଟଣା ନୁହେଁ ଏବଂ ଶାହା ତାଙ୍କ ମନ୍ତ୍ରଣାଳୟରେ ବାବୁଙ୍କ ଦାୟିତ୍ୱହୀନତାକୁ ସହ୍ୟ କରିବାର ଉଦାହରଣ ନାହିଁ। ମିଡିଆ ଟିମ୍‌ ମନ୍ତ୍ରଣାଳୟ ଓ ସରକାରଙ୍କ ସଫଳତାର ବିବରଣୀ ପ୍ରସ୍ତୁତ କରିବା ଅବସରରେ ସେଥିରେ ମୋଦି-ଶାହାଙ୍କ ନାଗରିକତ୍ୱ ସଂଶୋଧନ ଆଇନକୁ ଅନ୍ତର୍ଭୁକ୍ତ ନ କରି ସାଂଘାତିକ ତ୍ରୁଟି କରିଛି। ଆଜ୍ଞା ହଁ, ତାହା ଆଦୌ କ୍ଷମାଯୋଗ୍ୟ ନୁହେଁ!
କେରଳରେ ସମ୍ଭାବ୍ୟ ଅଦଳବଦଳ
ଅତିରିକ୍ତ ମୁଖ୍ୟ ସଚିବ (ଗୃହ ଓ ଭିଜିଲାନ୍ସ) ବିଶ୍ୱାସ ମେହେଟ୍ଟାଙ୍କୁ କେରଳର ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯିବା ଫଳରେ ଚଳିତ ମାସରେ ଅବସର ନେଇଥିବା ଟମ୍‌ ଜୋସ୍‌ଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ଚାରିଆଡ଼େ ଚାଲିଥିବା ଜନରବ ଶାନ୍ତ ପଡ଼ିଯାଇଛି। ମେହେଟ୍ଟା ମୁଖ୍ୟ ସଚିବ ହେବା ପରେ ଗୁରୁତ୍ୱପୂର୍ଣ୍ଣ ଗୃହ ସଚିବ ପଦବୀରେ ଅନ୍ୟ କାହାକୁ ନିଯୁକ୍ତି ଦେବାକୁ ପଡ଼ିବ ଏବଂ ସେଥିପାଇଁ ଅନ୍ୟ ବିଭାଗରେ ମଧ୍ୟ ଅଦଳବଦଳ ଆବଶ୍ୟକ ହେବ। ସୂଚନାନୁସାରେ, ଅତିରିକ୍ତ ମୁଖ୍ୟ ସଚିବ ଟି.କେ. ଜୋସ୍‌ ଓ ଆଶା ଟମାସ୍‌ ଏବଂ ପ୍ରମୁଖ ସଚିବ ଭି. ବେଣୁ ଗୃହ ସଚିବ ପଦ ପାଇଁ ଦୌଡ଼ରେ ଆଗରେ ଅଛନ୍ତି। ୧୯୮୯ ବ୍ୟାଚ୍‌ର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଦେବେନ୍ଦ୍ର କୁମାର ସିଂ କେନ୍ଦ୍ର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ବିକାଶ କମିଶନର ଭାବେ କେନ୍ଦ୍ରୀୟ ଡେପୁଟେଶନରେ ରାଜ୍ୟ ଛାଡିଛନ୍ତି। ସେ ରାଜ୍ୟରେ ଅତିରିକ୍ତ ମୁଖ୍ୟ ସଚିବ (କୃଷି) ଦାୟିତ୍ୱ ତୁଲାଉଥିଲେ। ତଥାପି, ଅନେକ ପର୍ଯ୍ୟବେକ୍ଷକ ଆଶା କରନ୍ତି ନାହିଁ ଯେ, ଏହି ଅଦଳବଦଳରେ ଜିଲାପାଳମାନଙ୍କୁ ଅନ୍ତତଃ ଆଉ କିଛିମାସ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରାଯିବ, କାରଣ ଏହାଦ୍ୱାରା କୋଭିଡ୍‌-୧୯ ମହାମାରୀକୁ ନିୟନ୍ତ୍ରଣ କରିବାର ପ୍ରୟାସ ପ୍ରଭାବିତ ହୋଇପାରେ। କୋଟାୟାମ୍‌ ଜିଲାପାଳ ପି. ସୁରେଶ ବାବୁଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇପାରେ କାରଣ ସେ ଅବସର ନେବାକୁ ଯାଉଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ ଅଧିକାରୀମାନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବରେ ପଦୋନ୍ନତି ଦେବା ପାଇଁ ତାଲିକାଭୁକ୍ତ କରିଛନ୍ତି। ଏହି ତାଲିକାରେ ଥିବା ବ୍ୟକ୍ତିମାନେ ହେଉଛନ୍ତି ଅଳକେଶ କୁମାର ଶର୍ମା, ଭି. ବେଣୁ, ଜି. କମଳା ବର୍ଦ୍ଧନ ରାଓ ଏବଂ ସାରଦା ମୁରଲୀଧରନ୍‌। ରାଓଙ୍କୁ ଛାଡି ଅନ୍ୟ ସମସ୍ତେ ରାଜ୍ୟ କ୍ୟାଡରରେ କାର୍ଯ୍ୟ କରୁଥିବାବେଳେ ରାଓ ଭାରତ ପର୍ଯ୍ୟଟନ ବିକାଶ ନିଗମର ଚେୟାରମ୍ୟାନ୍‌ ଭାବରେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି।
ପିଏମ୍‌ଓ ବାବୁଙ୍କୁ ଲୋଭନୀୟ ପଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ରାଜୀବ ଟପ୍ନୋ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଯୁଗ୍ମ ସଚିବ ବ୍ରଜେନ୍ଦ୍ର ନବନୀତ ବର୍ତ୍ତମାନ ଯଥାକ୍ରମେ ବିଶ୍ୱବ୍ୟାଙ୍କ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଏହା ମୋଦି ସରକାର ଦ୍ୱାରା ଘୋଷିତ କେତେକ ଆକର୍ଷଣୀୟ ବିଦେଶୀ ନିଯୁକ୍ତିର ଅନ୍ତର୍ଗତ। ଏହି ବରିଷ୍ଠ ଆଇଏଏସ୍‌ ବାବୁଦ୍ୱୟଙ୍କ ବିଦାୟକୁ ସର୍ବକ୍ଷମତାଶାଳୀ ପିଏମ୍‌ଓର ଅନୁଗ୍ରହ ହରାଇବା ଯୋଗୁ ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ପାଇଁ ପୁରସ୍କାର ଭାବରେ ଦେଖାଯାଉଛି। ସର୍ବୋପରି ୧୯୯୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଅଧିକାରୀ ଟପ୍ନୋ ୨୦୧୪ରୁ ମୋଦିଙ୍କ ବ୍ୟକ୍ତିଗତ ସଚିବ ରହିଆସିଛନ୍ତି। ସେହିପରି ତାମିଲନାଡୁ କ୍ୟାଡରର ନବନୀତଙ୍କୁ ୨୦୧୬ରେ ହୋଇଥିବା ଅଦଳବଦଳ ସମୟରେ ଯୁଗ୍ମସଚିବ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ଗତବର୍ଷ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଟପ୍ନୋ ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ ବିଶ୍ୱବ୍ୟାଙ୍କର ନିର୍ବାହୀ ନିର୍ଦ୍ଦେଶକଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବାବେଳେ ନବନୀତ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଭାରତର ବାଣିଜ୍ୟ ରାଷ୍ଟ୍ରଦୂତ ତଥା ଡବ୍ଲୁଟିଓର ସ୍ବତନ୍ତ୍ର ପ୍ରତିନିଧି ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଅର୍ଥନୀତି ଏବଂ ବିଶ୍ୱ ବାଣିଜ୍ୟର ଅବସ୍ଥା ଖରାପ ହୋଇଯାଇଥିବା ବେଳେ ଏହି ସମୟରେ ସେମାନଙ୍କ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ। ଉଭୟ ବିଶ୍ୱବ୍ୟାଙ୍କ ଏବଂ ଡବ୍ଲୁଟିଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବରେ ଆର୍ଥିକ ଅଭିବୃଦ୍ଧିରେ ଦେଖାଦେଇଥିବା ମାନ୍ଦାବସ୍ଥା ଦୂରକରିବା ଏବଂ ବାଣିଜ୍ୟରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଟପ୍ନୋ ଏବଂ ନବନୀତଙ୍କ ବ୍ୟତୀତ କ୍ୟାବିନେଟ୍‌ ନିଯୁକ୍ତି କମିଟି (ଏସିସି) ଅନ୍ୟ ପାଞ୍ଚଜଣ ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତି ପାଇଁ ମନୋନୀତ କରିଛି। ଏହି ବାବୁମାନେ ଆମେରିକା, ଚାଇନା, ସୁଇଜରଲାଣ୍ଡ, ଫିଲିପାଇନ୍ସ ଏବଂ ବେଲ୍‌ଜିୟମ୍‌ ଭଳି ଦେଶ ସହିତ ବାଣିଜି୍ୟକ ସମ୍ପର୍କ ବୃଦ୍ଧି ପାଇଁ କାର୍ଯ୍ୟ କରିବେ। ସେମାନେ ହେଉଛନ୍ତି ରବି କୋଟା, ଅନୱାର ହୁସେନ୍‌ ଶେଖ୍‌, ଏନ୍‌. ଅଶୋକ କୁମାର, ଲେଖନ ଠକ୍କର ଏବଂ ଏଚ୍‌. ଆଥେଲି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri