ହରଭଜନ ସିଂଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌, ଫିଲ୍ମ ଷ୍ଟାଇଲ୍‌ରେ ପ୍ରମୋଶନ କଲେ ସଚିନ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ଚଳଚ୍ଚିତ୍ର ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ। ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଫିଲ୍ମଟି ତାମିଲ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ନେଇ ସଚିନ ଏକ ମଜାଦାର ଟୁଇଟ୍‌ କରିଛନ୍ତି। ସେ ଫିଲ୍ମର ଏକ ପୋଷ୍ଟର ଟୁଇଟ୍‌ କରି ଫିଲ୍ମ ଷ୍ଟାଇଲ୍‌ରେ କହିଛନ୍ତି, ଯଦି ଫ୍ରେଣ୍ଡ୍‌ସିପ୍‌ କରିଛନ୍ତି ତେବେ ଏହି ଫିଲ୍ମ ଦେଖିବାକୁ ପଡିବ। ଏହି ଡାଇଲଗ୍‌ଟି ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଫିଲ୍ମ ‘ମେନେ ପ୍ୟାର କିୟା’ ଏକ ଡାଇଲଗ୍‌। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଳି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି। ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ଫିଲ୍ମରେ ଲିଡ୍‌ ରୋଲରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?