ସ୍ବିଡେନରେ ନାହିଁ ଲକ୍‌ଡାଉନ

ଷ୍ଟକ୍‌ହୋମ,୨୨।୪: ସ୍ବିଡେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୭୭ରେ ପହଞ୍ଚି ଥିବାବେଳେ ୧,୫୮୦ ଜଣଙ୍କ ଜୀବନ ଯାଇଛି। ତେବେ ଏହାର
ମୁକାବିଲା ପାଇଁ ସ୍ବିଡେନରେ ଲକ୍‌ଡାଉନ କଟକଣା ସେଭଳି ଫଳପ୍ରଦ ନୁହେଁ ବୋଲି କୁହାଯାଇଛି। ଭୂତାଣୁଠାରୁ ଲୋକଙ୍କୁ ଦୂରେଇ ରଖିବା ଲାଗି ଲକ୍‌ଡାଉନର କୌଣସି ଆବଶ୍ୟକତା ନ ଥିବା ଏଦେଶ କହିଛି। ଏବେ ଏଠାରେ ସ୍କୁଲ, ଜିମ୍‌, ବାର୍‌, କାଫେ, ରେଷ୍ଟୁରାଣ୍ଟ ଆଦି ଖୋଲା ରହିଛି। ଲୋକମାନେ ଦାୟିତ୍ୱବାନ ହୋଇ କେବଳ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ଲକ୍‌ଡାଉନ ଯୋଗୁ ଆର୍ଥତ୍କ ସ୍ଥିତି ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଥିବାରୁ ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି।
ସ୍ବିଡେନର ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ହସ୍ପିଟାଲ, ଡାକ୍ତରୀ ଚିକିତ୍ସା, ଯନ୍ତ୍ରପାତି ସବୁ ବିଶ୍ୱସ୍ତରୀୟ। ଜରୁରିକାଳୀନ ସ୍ବାସ୍ଥ୍ୟସେବା ଲାଗି ଏଠାକାର ସରକାର ପୂର୍ଣ୍ଣ ପ୍ରସ୍ତୁତ। ହେଲେ ଲକ୍‌ଡାଉନ ଏଠାରେ ପାଳନ କରିବା ସମ୍ଭବପର ନୁହେଁ ବୋଲି ଦର୍ଶାଯାଇଛି। ମହାମାରୀ ବିଶେଷଜ୍ଞମାନେ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ଅବଗତ କରାଇଥିଲେ ବି ସରକାର କଠୋର ପଦକ୍ଷେପ ଗ୍ରହଣ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୋଫ୍‌ଭେନ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri