ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ଜଣେ ଛାତ୍ର ମୃତ

ଚନ୍ଦ୍ରଗିରି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଆର୍‌. ଉଦୟଗିରି ଥାନା ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣୀ ରାସ୍ତାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ରଣାଲଇ ଗ୍ରାମରୁ ଗୋଟିଏ ଅଟୋ ଛାତ୍ରୀଛାତ୍ରଙ୍କୁ ନେଇ ତଲଡା ଲୋମ ପବ୍ଲିକ ସ୍କୁଲ ଆସୁଥିବାବେଳେ ପଛପଟୁ ଏକ ମକାମିଲିଙ୍ଗ ଟ୍ରାକ୍ଟର ତାକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଲୁବୁନ କରାଡ। ତେବେ ଅନ୍ୟ ଛାତ୍ରୀଛାତ୍ରମାନେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ମେଡିକାଲ ଲୋକାରଣ୍ୟ ହୋଇ ପଡ଼ିଥିବା ବେଳେ ଏକ ଶୋକାକୁଳ ପରିବଶ ସୃଷ୍ଟି ହୋଇଛି। ମେଡିକାଲରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି। ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

କଣମଣା ମୁଖ୍ୟ ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ଚାଲିଗଲା ସୁରେଶଙ୍କ ଜୀବନ, ଅନ୍ୟ ଜଣେ…

ଛତ୍ରପୁର,୨୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri