ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ଆସି ପାରେନି। ଏବେ ଖରା ଦିନେ ଗାଁରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା ।  ଗୋଟିଏ  ନଳକୂପର ପାଣି ୩୦୦ ଲୋକଙ୍କ ଆବଶ୍ୟକତାକୁ  ପୂରଣ କରି ପାରୁନାହିଁ  ।  ଲୋକେ ବାଧ୍ୟ ହୋଇ ଚୁଆରୁ ପାଣି ବ୍ୟବହାର କରୁଛନ୍ତି । ସେହିପରି ସୌଭାଗ୍ୟ ଯୋଜନାରେ ଗାଁକୁ ସାମିଲ କରାଯାଇଛି କିନ୍ତୁ ଗ୍ରାମର ଜଣକ ଘରକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ସମସ୍ୟା ସମ୍ପର୍କରେ  ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ବିସମପଦର ଗ୍ରାମରେ ଅଛନ୍ତି ୪୫ ପରିବାରର  ୩୦୦ରୁ ଊର୍ଦ୍ଧ୍ୱ ଲୋକ ।  ଗୋଟିଏ ସୋଲାର ଚାଳିତ  ନଳକୂପର ପାଣି ହିଁ ଲୋକଙ୍କ ଭରସା ।  ପ୍ରବଳ ଖରା ଯୋଗୁ ସେଥିରୁ ବି କମ ପାଣି  ବାହାରୁଛି । ନଳକୂପର ଜଳସ୍ତର ତଳକୁ ଚାଲି ଯାଇଥିବାରୁ ତାହା ଅଧିକାଂଶ ସମୟରେ ବନ୍ଦ ରହୁଛି । ପାଣି ହାଣ୍ଡିଏ ପାଇଁ ମହିଳାଙ୍କୁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।  ଗ୍ରାମକୁ ଏପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ନାହିଁ ।  ମହିଳାମାନେ ୧ କି.ମି ଦୂର ମହିମାଗୁଡା କିମ୍ବା କାଙ୍ଗମାଝିଗୁଡା ଯାଇ ପାଣି ଆଣୁଥିବା କହିଛନ୍ତି । ସେହି ଗ୍ରାମରେ ବି ପାଣି ସମସ୍ୟା ଦେଖା ଦେଇ ଥିବାରୁ ମହିଳାମାନେ ବାଧ୍ୟ ହୋଇ ନିକଟସ୍ଥ ନଦୀରେ ଚୁଆ ଖୋଲି ପାଣି ଆଣୁଥିବା କହିଛନ୍ତି । ଗ୍ରାମରେ ସୌଭାଗ୍ୟ ଯୋଜନାରେ ଟ୍ରାନ୍ସଫର୍ମର ସହ ଖୁଣ୍ଟ ଓ ତାର ଟଣା ଯାଇଥିବା ବେଳେ ଜଣକ ଘରକୁ ବି ଏ ପର୍ଯ୍ୟନ୍ତ  ବିଦ୍ୟୁତ ସଂଯୋଗ ହୋଇ ନାହିଁ।

ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ମରାମତି କରାଯାଉ ନାହିଁ।  ରାସ୍ତା ସାରା ଖାଲଖମାରେ ଭରି ରହିଛି । ବର୍ଷା  ହେଲେ ଆମ୍ବୁଲାନ୍ସ ଯିବା ବି ମୁସ୍କିଲ ହୋଇପଡୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମର ସମସ୍ୟା ନେଇ ଗ୍ରାମବାସୀ  ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ଜିଲାପାଳଙ୍କୁ ବି ଅବଗତ କରିଛନ୍ତି । କେହି କିଛି ପଦକ୍ଷେପ ନେଉ ନଥିବା  କହିଛନ୍ତି । ପାନୀୟ ଜଳ ସମସ୍ୟାର ତୁରନ୍ତ ସମଧାନ ଲାଗି ମୁକୁନ୍ଦ ଭତରା,  ବ୍ରଜ ପାଇକ,  ଲଖଣ ଭତରା, ରାମଚନ୍ଦ୍ର ପାଇକ, ଅଭି ପାଇକ, ମନମୋତି ଭତରା, ଯମୁନା ଭତରା ପାକଲି ଭତରା, ଅମ୍ବିକା ପାଇକ, ପ୍ରମିଳା ଭତରା, ପଦମା ଭତରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri