Posted inଜାତୀୟ

ସେନାରେ ୩୩୩ ଅଧିକାରୀ ସାମିଲ

ଡେରାଡୁନ,୧୪ା୬: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଭାରତୀୟ ମିଲେଟାରୀ ଏକାଡେମୀ (ଆଇଏମ୍‌ଏ)ରେ ପାସିଂ ଆଉଟ୍‌ ପରେଡ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶେଷ ପରେ ସେନାରେ ସାମିଲ ହୋଇଛନ୍ତି ୩୩୩ ଅଧିକାରୀ। ଏହି ପରେଡ୍‌ରେ ୯ ମିତ୍ର ଦେଶର ୯୦ଜଣ କ୍ୟାଡେଟ୍‌ ମଧ୍ୟ ସାମିଲ ହୋଇଥିଲେ। କରୋନା ପାଇଁ ଆଇଏମ୍‌ଏର ୮୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାସିଂ ଆଉଟ୍‌ ପରେଡ କାର୍ଯ୍ୟକ୍ରମରେ କ୍ୟାଡେଟ୍‌ଙ୍କ ଅଭିଭାବକମାନେ ଉପସ୍ଥିତ ନ ଥିଲେ। ଚଳିତବର୍ଷ ଉତ୍ତର ପ୍ରଦେଶରୁ ସର୍ବାଧିକ ୬୬ଜଣ ପାସ୍‌ ହୋଇଛନ୍ତି। ଏହିକ୍ରମରେ ହରିୟାଣାରୁ ୩୯, ବିହାର ଏବଂ ଉତ୍ତରାଖଣ୍ଡରୁ ୩୧ ଜଣ ଲେଖାଏ ଅଛନ୍ତି। ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ପରେଡର ସମୀକ୍ଷା କରିବା ସହ କ୍ୟାଡେଟ୍‌ଙ୍କୁ ଶପଥ ପାଠ କରାଇଥିଲେ। ସାଧାରଣତଃ ପାସିଂ ଆଉଟ୍‌ ପରେଡ ପରେ ଅଧିକାରୀଙ୍କୁ ୧୫ରୁ ୨୦ ଦିନ ଛୁଟି ମିଳୁଥିଲା। ହେଲେ କରୋନା ସଙ୍କଟ ଯୋଗୁ ଅଧିକାରୀମାନେ ଘରକୁ ଯିବେନାହିଁ। ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଯୁକ୍ତିସ୍ଥଳରେ ରିପୋର୍ଟ କରିବାକୁ କୁହାଯାଇଛି।
ସଂଯୋଗବଶତଃ ଦୁଇ ସହପାଠୀ ସାଥୀ ହୋଇ ଶତ୍ରୁ ପକ୍ଷରୁ ଦମନ କରିବାକୁ ମୋର୍ଚ୍ଚା ସମ୍ଭାଳିବେ। ପାସିଂ ଆଉଟ୍‌ ପରେଡ୍‌ରେ ଏପରି ଦୁଇ ଦେଶପ୍ରେମୀ ସାଙ୍ଗଙ୍କ କାହାଣୀ ସାମ୍ନାକୁ ଆସିଛି। ଲ୍ୟୁଟ୍‌ନାଣ୍ଟ ଶୁଭମ୍‌ ବେଉଣ୍ଠିଆଲ ଏବଂ ଲ୍ୟୁଟନାଣ୍ଟ ଭିନୀତ ଖାନ୍ନା ୭ମ ଶ୍ରେଣୀରେ ଆର୍ମି ପବ୍ଲିକ୍‌ ସ୍କୁଲରେ ସାଥୀ ହୋଇ ଗୋଟିଏ ସେକ୍ସନରେ ପାଠ ପଢୁଥିଲେ। ଦୁଇଜଣଙ୍କ ସ୍ବପ୍ନ ଥିଲା ଭାରତୀୟ ସେନାରେ ଅଧିକାରୀ ହେବା। ସ୍ନାତକ ଶେଷ କରିବା ପରେ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୈନ୍ୟବାହିନୀରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri