Posted inଫୁରସତ

ସୂର୍ଯ୍ୟୋପରାଗ ସମୟରେ କ’ଣ କରିବେ, ନକରିବେ; ଜାଣନ୍ତୁ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ ୨୧ରେ ପଡ଼ୁଛି। ଏହା ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ସ୍ପର୍ଶ: ଦିବା ଘ୧୦।୩୮।୧୦, ଗ୍ରହଣ ମଧ୍ୟ: ଦିବା ୧୨।୨୫।୫୯, ସର୍ବମୋକ୍ଷ: ଦିବା ୦୨।୦୯।୩୦, ଗ୍ରାସମାନ: ୦.୬୪, ଗ୍ରାସ ଅବଧି: ଘ୩।୩୧।୧୯.୬ ହେବ। ଉପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତ୍ରି ୧୦।୩୮।୧୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି।
ତେବେ ସୂର୍ଯ୍ୟୋପରାଗ ଏବଂ ପାକତ୍ୟାଗ ସମୟରେ କ’ଣ କରିବା ଉଚିତ୍‌ ନୁହେଁ ଜାଣନ୍ତୁ:

– ପରାଗ ଲାଗିବା ସମୟରେ ତେଲ ଲଗାଇବା, ରାନ୍ଧିବା, ଖାଇବା, ଶୋଇବା, ମୁଣ୍ଡ କୁଣ୍ଡାଇବା, ଦାନ୍ତ ଘଷିବା, ଲୁଗା ସଫା କରିବା, ଘରର ତାଲା ଖୋଲିବା ଆଦି କାମ କରିବା ଉଚିତ ନୁହେଁ।

– ଘରୁ ବାହାରିବା ଉଚିତ ନୁହେଁ। ପରାଗକୁ ଦେଖିବା ମଧ୍ୟ ଠିକ୍‌ ନୁହେଁ। ଗର୍ଭବତୀ ମହିଳା ଏହାର ବିଶେଷ ଧ୍ୟାନ ରଖିବା ଉଚିତ।

-ଗ୍ରହଣ ଲାଗିବା ସମୟରେ ଅନ୍ନ ଖାଇବା ଉଚିତ୍‌ ନୁହେଁ।

-ଗର୍ଭବତୀମାନେ ପରାଗ ଲାଗିବା ସମୟରେ ପରିବା ଆଟିବା, ସିଲେଇ କରିବା ତଥା ଅନ୍ୟ ଧାରଯୁକ୍ତ ବସ୍ତୁର ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ପେଟରେ ଥିବା ଶିଶୁର ଶାରୀରିକ ଗଠନରେ ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

-ଗଛର ପତ୍ର, ଡାଳ ଏବଂ ଫୁଲ ତୋଳିବା ଉଚିତ୍‌ ନୁହେଁ।

– ଭଗବାନଙ୍କ ମୂର୍ତ୍ତିକୁ ଛୁଇଁବା ଉଚିତ ନୁହେଁ। ପୂଜା କରିବା ମଧ୍ୟ ଅନୁଚିତ। ଏଥିଲାଗି ପାକତ୍ୟାଗ ସମୟ ଆରମ୍ଭ ହେବାବେଳେ ମନ୍ଦିରର କବାଟ ବନ୍ଦ କରିଦିଅନ୍ତୁ।

କ’ଣ କରିବେ:
– ଗୁରୁ ମନ୍ତ୍ର ଜପ କରିପାରିବେ। ନଚେତ ରାମାୟଣ, ସୁନ୍ଦରକାଣ୍ଡ ପାଠ, ତନ୍ତ୍ର ସିଦ୍ଧି କରିପାରିବେ।
– ପରାଗ ଶେଷ ହେବା ପରେ ପବିତ୍ର ନଦୀରେ ନଚେତ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିବା ଉଚିତ।
– ଘରେ ମନ୍ଦିର ଥିଲେ ତାକୁ ଘୋଡାଇ ଦିଅନ୍ତୁ।
-ଗ୍ରହଣ କାଳ ଶେଷ ହେବା ପରେ ଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri