ସୁଶାନ୍ତଙ୍କ ବାନ୍ଧବୀ ରିଆଙ୍କ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ। ବଲିଉଡ୍‌ର ଏହି ପରିଚିତ ନାଁଟି ଏବେ ଅତିତ ହୋଇଯାଇଛି। ଅସମୟରେ ଦୁନିଆରୁ ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ସମସ୍ତଙ୍କୁ ଏକ ପ୍ରକାର ଚମକାଇ ଦେଇଛି। ହେଲେ କାହିଁକି ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଏତେବଡ ନିଷ୍ପତ୍ତି ନେଲେ ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ। ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏବେବି ଏହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ଉପୁଜୁଛି। ଇତିମଧ୍ୟରେ ରବିବାର ସୁଶାନ୍ତ ମୃତ୍ୟୁ ହୋଇଥିବା ବେଳେ ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏହାରି ଭିତରେ ତାଙ୍କ ପ୍ରିୟ ବାନ୍ଧବୀ ରିଆ ଚର୍କବର୍ତ୍ତୀ ସୁଶାନ୍ତଙ୍କୁ ଶେଷ ଦର୍ଶନ କରିବାକୁ ହସ୍ପିଟାଲ ପହଞ୍ଚିଥିଲେ। ଏହି ସମୟରେ ରିଆ ଖୁବ୍‌ ଅପସେଟ୍‌ ଜଣାପଡୁଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସ ରିଆଙ୍କୁ ଜେରା କରିପାରେ ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବହୁ ଦିନରୁ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ଏମାନେ କେବେ ଖୋଲାଖୋଲି ଭାବେ କହି ନାହାନ୍ତି। ଅନ୍ୟପଟେ ଶେଷଥର ପାଇଁ କୁଆଡେ ସୁଶାନ୍ତ ବାନ୍ଧବୀ ରିଆଙ୍କ ସହ ଫୋନରେ କଥା ହୋଇଥିଲେ। ତେଣୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିଆଙ୍କୁ ଜେରା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri