ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିନବ ପ୍ରୟାସ: ‘ବହିପଢ଼’ ଅଭିଯାନର ଶୁଭାରମ୍ଭ

ସୁନ୍ଦରଗଡ଼, ୨୭।୧୨ (ଡି.ଏନ୍‌.ଏ) – ସମ୍ପ୍ରତି ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଦ୍ୱାରା ପୁସ୍ତକ ପଠନ ଅଭ୍ୟାସ ହ୍ରାସ ପାଉଛି। ଛାତ୍ରୀ, ଛାତ୍ର, ଯୁବ ତଥା ସାଧାରଣବର୍ଗଙ୍କ ମଧ୍ୟରେ ପୁସ୍ତକ ପଠନ ଅଭ୍ୟାସ ପାଇଁ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି। ଗୁରୁବାର ସକାଳେ ଜିଲାପାଳ ସୁନ୍ଦରଗଡ଼ ‘ବହିପଢ଼’ ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଜିଲାପାଳ ନିଜେ ସହରର ବିଜୟାଟକିଜ ରୋଡ, ଡେଙ୍ଗିଭାଡ଼ି ଅଞ୍ଚଳରେ ଦ୍ୱାରକୁ ଦ୍ୱାର ବୁଲି ବିଭିନ୍ନ ପୁସ୍ତକ ବଣ୍ଟନ କରି ସାଧାରଣ ଲୋକ ଓ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ପଠନ ଅଭ୍ୟାସ ସମ୍ପର୍କରେ ଆଲୋଚନା କରି ବହି ପଢିବାକୁ ପ୍ରବର୍ତ୍ତାଇଥିଲେ। ଜିଲାପାଳ କହିଥିଲେ ଯେ, ଇଣ୍ଟରନେଟ୍‌ କେବଳ ତଥ୍ୟ ପ୍ରଦାନ କରିଥାଏ। କିନ୍ତୁ ବହିର ବିକଳ୍ପ ନାହିଁ। ବହି ହେଉଛି ଜ୍ଞାନର ଗନ୍ଥାଘର। ଜୀବନର ମାର୍ଗଦର୍ଶକ। ବହି ପଢା ଅଭ୍ୟାସ ଦ୍ୱାରା ବ୍ୟକ୍ତିର ଚେତନା ଊର୍ଦ୍ଧ୍ୱତର ହୁଏ। ବହି ହେଉଛି ଏକ ଉତ୍ତମ ଶିକ୍ଷକ। ଯିଏ କି ସ୍‌ୁସ୍ଥ ତଥା ନୈତିକତା ସମ୍ପନ୍ନ ସମାଜ ଗଠନରେ ସହାୟକ ହୋଇଥାଏ। ଗଳ୍ପ, ଉପନ୍ୟାସ, ମହାପୁରୁଷଙ୍କ ଜୀବନୀ ପଠନ ବ୍ୟକ୍ତି ପାଇଁ ନିଶ୍ଚିତ ପ୍ରେରଣା ଦାୟୀ। ଏହି ଅଭିଯାନ ମାଧ୍ୟମରେ କିଭଳି ବହିପଢା ଓ ନିୟମିତ ପାଠାଗାର ଯିବା ଅଭ୍ୟାସ ଜାଗ୍ରତ କରାଯିବ ସେ ନେଇ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦରଗଡ ସହରରେ ଖୁବ୍‌ ଶିଘ୍ର ପାଠାଗାର ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ଭାବେ ସେ ନିୟମିତ ଏହି ଅଭିଯାନରେ ସାମିଲ ହୋଇ ଏହାର ଅଗ୍ରଗତି ସମ୍ପର୍କରେ ପାଠିକାପାଠକ ମଧ୍ୟରେ ଆଲୋଚନା କରିବେ ବୋଲି କହିଥିଲେ। ଏହି ଅଭିଯାନର ଶୁଭାରମ୍ଭ ବେଳେ ଜିଲାପାଳଙ୍କ ସହିତ ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବସିଂ ପଟେଲ, ଜିଲା କ୍ରୀଡା ଅଧିକାରୀ ତେଜ କୁମାର ଖେସ, ବରିଷ୍ଠ ଗାଳ୍ପିକ ଗିରି ଦଣ୍ଡସେନାଙ୍କ ସମେତ ବହୁ ପୁସ୍ତକପ୍ରେମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri