ସୁନା ଆମଦାନୀ ୫୪% ବୃଦ୍ଧି

ନୂଆଦିଲ୍ଲୀ,୨୧-୫: ଦେଶର ସୁନା ଆମଦାନୀ ଏପ୍ରିଲରେ ୫୪ ପ୍ରତିଶତ ବୃଦ୍ଧି ପାଇ ୩.୯୭ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଫଳରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରୁ ଚଳନ୍ତି ଜମା ନିଅଣ୍ଟ(ସିଏଡି)କୁ ନେଇ ଚିନ୍ତା ବଢ଼ିଯାଇଛି। ଗତବର୍ଷ ଏପ୍ରିଲରେ ସୁନା ଆମଦାନୀ ୨.୫୮ ବିଲିୟନ ଡଲାର ରହିଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ସୁନା ଆମଦାନୀ ବୃଦ୍ଧି ପାଇବା କାରଣରୁ ବାଣିଜ୍ୟ ନିଅଣ୍ଟ ପରିମାଣ ଏପ୍ରିଲରେ ୫ ମାସର ସର୍ବୋଚ୍ଚ ସ୍ତର ୧୫.୩୩ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ଗତ ଆର୍ଥିକ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଚଳନ୍ତି ଜମା ନିଅଣ୍ଟ ପରିମାଣ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୨.୫%ରେ ପହଞ୍ଚତ୍ୟାଇଛି, ଯାହା କି ବର୍ଷକ ପୂର୍ବରୁ ସମାନ ଅବଧିରେ ୨.୧% ରହିଥିଲା। ସୂଚନାଯୋଗ୍ୟ ଯେ, ଫେବୃୟାରୀରେ ସୁନା ଆମଦାନୀ ହ୍ରାସ ପାଇଥିଲା। ଏହାପରେ ଏହା ଦୁଇ ଅଙ୍କ ହାରରେ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ମାର୍ଚ୍ଚରେ ଏହା ୩୧ ପ୍ରତିଶତ ବୃଦ୍ଧି ପାଇ ୩.୨୭ ବିଲିୟନ ଡଲାର ହୋଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ସୁନା ଆମଦାନୀରେ ଭାରତ ସର୍ବାଗ୍ରେ ରହିଛି। ଏହାରି ମାଧ୍ୟମରେ ଘରୋଇ ଗହଣା ଉଦ୍ୟୋଗର ଚାହିଦା ମେଣ୍ଟାଯାଇଥାଏ। ବାର୍ଷିକ ଆଧାରରେ ଭାରତ ୮୦୦ରୁ ୯୦୦ ଟନ ସୁନା ଆମଦାନୀ କରିଥାଏ। ଆର୍ଥିକ ବର୍ଷ ୨୦୧୮-୧୯ରେ ସୁନା ଆମଦାନୀ ୩ ପ୍ରତିଶତ ହ୍ରାସ ପାଇ ୩୨.୮ ବିଲିୟନ ଡଲାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri