ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ ହେବ? କିପରି ସାକାର ହେବ ବିଦ୍ୟାଳୟ ଶିକ୍ଷାକୁ ନେଇ ସରକାର ରଖିଥିବା ଏହି ଲକ୍ଷ୍ୟ? ଅନୁଗୋଳ ଜିଲାର ସୀମାନ୍ତରେ ଥିବା ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗ୍ରାମବାସୀଙ୍କ ମନରେ ଦୀର୍ଘବର୍ଷ ହେଲା ଉଙ୍କି ମାରୁଛି ଏପରି ପ୍ରଶ୍ନ। କାରଣ ଏହି ରାଜସ୍ବ ଗଁାର ପିଲାମାନଙ୍କ ପାଇଁ ବିଦ୍ୟାଳୟ କି ଅଙ୍ଗନଓ୍ବାଡିର ସୁବିଧା ନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ମଧ୍ୟ ଶୁଣୁନି। ତେଣୁ ସେମାନେ ଅନୁଗୋଳ ଜିଲାର ବାସିନ୍ଦା ହୋଇ ଢେଙ୍କାନାଳ ଜିଲାରେ ଥିବା ପଡ଼ୋଶୀ ଗଁା ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି। କେବଳ ଶିକ୍ଷା ନୁହେଁ, ରାଜସ୍ବ ଗ୍ରାମ ହୋଇଥିଲେ ବି ଏଠାରେ ପାଇପ୍‌ ଜଳର ବ୍ୟବସ୍ଥା ନାହିଁ। ଜମିକୁ ଜଳସେଚନ ସୁବିଧା ନାହିଁ। ଏପରି ଅବହେଳା ପାଇଁ ପ୍ରଶାସନ ଉପରେ ପୂରା ଖପ୍ପା ହୋଇଛନ୍ତି ଗ୍ରାମବାସୀ।
ଗ୍ରାମର ଅନିଲ ବାରିକ, ଉପେନ୍ଦ୍ର ଭୁକ୍ତା ଓ ୱାର୍ଡ ସଭ୍ୟା ତିଳ ଦେହୁରୀଙ୍କ କହିବା ଅନୁଯାୟୀ, ଗଡ଼ସନ୍ତ୍ରୀ ପଞ୍ଚାୟତ ଅଧୀନରେ ରହିଛି ଏହି ରାଜସ୍ବ ଗ୍ରାମ। ବ୍ଲକ ମହକୁମା ଠାରୁ ଗଁାର ଦୂରତା ମାତ୍ର ୨୦ କିଲୋମିଟର। ହେଲେ ସରକାରୀ ସୁବିଧା ସୁଯୋଗ କ୍ଷେତ୍ରରେ ଗାଙ୍ଗିଯୋଡ଼ି ସମ୍ପୂର୍ଣ୍ଣ ଅବହେଳିତ। ଏଠାରେ ୩ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ସେମାନଙ୍କୁ ଗୁରୁତ୍ୱ ଦେଉନାହିଁ। ଗଁାରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ। ପାନୀୟ ଜଳ ପାଇଁ ୩ଟି ନଳକୂଅକୁ ଛାଡ଼ିଦେଲେ ପାଇପ୍‌ ପାଣିର ସୁବିଧା କରାଯାଇନି। ଜଳସେଚନ ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଡ୍ରେନ୍‌ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଏପରି ଅବସ୍ଥାରେ ସର୍ବନିମ୍ନ ସୁବିଧା ସ୍ବରୂପ ଗଁାରେ ଶିକ୍ଷାନୁଷ୍ଠାନଟିଏ ପାଇଁ ସେମାନେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରଶାସନର ଅବହେଳାର ଅନ୍ତ ହେଉ ନ ଥିବାରୁ ସେମାନେ ପଡ଼ୋଶୀ ଢେଙ୍କାନାଳ ଜିଲା ହିନ୍ଦୋଳ ସଞ୍ଜପଡ଼ା ଗ୍ରାମରୁ ଉପକୃତ ହେଉଛନ୍ତି। ତେଣୁ ସଞ୍ଜପଡ଼ା ଗ୍ରାମବାସୀଙ୍କ ସହ ଗାଙ୍ଗିଯୋଡ଼ିବାସୀ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି। ସଞ୍ଜପଡ଼ାରେ ହେଉଥିବା ମେଳା ମହୋତ୍ସବରେ ସେମାନେ ସାମିଲ ହେଉଛନ୍ତି। ଚାନ୍ଦା ମଧ୍ୟ ଦେଉଛନ୍ତି। ସଞ୍ଜପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପିଲାମାନଙ୍କୁ ପଢ଼ିବାକୁ ଛାଡ଼ୁଛନ୍ତି। ରାଜସ୍ବ ଗ୍ରାମ ଦୃଷ୍ଟିରୁ ସେମାନେ ସରକାରୀ ସୁବିଧା ସୁଯୋଗ ପାଇବାକୁ ହକ୍‌ଦାର। ମାତ୍ର ଜିଲା ପ୍ରଶାସନ ସେମାନଙ୍କ ସହ ନ୍ୟାୟ କରୁ ନ ଥିବା ଗାଙ୍ଗିଯୋଡ଼ିବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବଅଁରପାଳ ବିଡିଓ ଡ. ସ୍ବରୂପାନନ୍ଦ ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri