ସିଲ୍‌ ହେଲା ବିଶାଲ ମେଗା ମାର୍ଟ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଠି ଆତଙ୍କର ବାତାବରଣ। ସଂକ୍ରମଣ ଏଡ଼ାଇବା ପାଇଁ ସରକାର ଓ ବିଭିନ୍ନ ବିଭାଗ ଆଡଭଇଜରି ଜାରି କରି କଟକଣା ଲଗାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ସମସ୍ତ ମଲ୍‌କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ମଲ୍‌ରେ ଥିବା ଗ୍ରୋସରୀ ସାମଗ୍ରୀ କାରବାର ପାଇଁ କେବଳ ଅନୁମତି ଦିଆଯାଇଛି। ସେହିଭଳି କମିଶନରେଟ ପୋଲିସ ପକ୍ଷରୁ କଟକଣା ରହିଛି। ହେଲେ ଭୁବନେଶ୍ୱରର ରସୁଲଗଡ଼ ଓ ନୟାପଲ୍ଲୀଠାରେ ଥିବା ବିଶାଲ ମେଗା ମାର୍ଟ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଗୁରୁବାର ଦେଖିବାକୁ ମିଳିଥିଲା। ଗ୍ରୋସରୀ ବିକିବା ଆଳରେ ଅନ୍ୟ ବେପାର କରୁଥିଲା। ସେହିଭଳି କର୍ତ୍ତୃପକ୍ଷ ଅନ୍ୟ କେତେକ ଗାଇଡ୍‌ଲାଇନକୁ ମଧ୍ୟ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ସେଠାରେ ପ୍ରବଳ ଗହଳି ହେବା ସହ ସଂକ୍ରମଣ ଆଶଙ୍କା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଏ ସଂକ୍ରାନ୍ତରେ ‘ଧରିତ୍ରୀ’ରେ ଫଟୋ ସହ ତଥ୍ୟ ଭିତ୍ତିକ ଖବର ଶୁକ୍ରବାର ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଏମସି ଉତ୍ତର ଜୋନ୍‌ର ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଟିମ୍‌ ସହ ରସୁଲଗଡ଼ସ୍ଥିତ ବିଶାଲ ମେଗା ମାର୍ଟରେ ପହଞ୍ଚତ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ବିଏମସି ଓ କମିଶନରେଟ ପୋଲିସର ଗାଇଡ୍‌ଲାଇନକୁ ମଲ୍‌ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଥିବା ପ୍ରମାଣ ପାଇଥିଲେ। ସେହିଭଳି ହୋଲ୍ଡିଂ ଟିକସ ଖିଲାପ ହୋଇଥିବା ଜଣାପଡିଥିଲା। ଏହାପରେ ଉକ୍ତ ମଲ୍‌କୁ ସିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲ୍‌ ବନ୍ଦ ରହିବ ବୋଲି ପୃଷ୍ଟି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ନୟାପଲ୍ଲୀସ୍ଥିତ ବିଶାଲ ମେଗା ମାର୍ଟରେ ମଧ୍ୟ ସମାନ ଭାବେ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଏନେଇ ବିଏମ୍‌ସି ତଦନ୍ତ ଜାରି ରଖିଛି। ଶନିବାର ବିଏମସି ଦକ୍ଷିଣ ପଶ୍ଚିମ ଜୋନର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ ନୟାପଲ୍ଲୀସ୍ଥିତ ବିଶାଲ ମେଗା ମାର୍ଟକୁ ଯାଞ୍ଚ କରିବେ। ମଲରେ ଖାଦ୍ୟ ଓ ଗ୍ରୋସରୀ ସାମଗ୍ରୀ ଛାଡି ଅନ୍ୟକିଛି ବିକ୍ରି ହୋଇଛି କି ନାହିଁ ତାହା ଯାଞ୍ଚ କରାଯିବ। ଏଥିସହ ଗାଇଡ ଲାଇନକୁ ପାଳନ କରାଯାଇ ନ ଥିବା ଜଣାପଡିଲେ ତାହାକୁ ମଧ୍ୟ ସିଲ୍‌ କରାଯିବ ବୋଲି ପୃଷ୍ଟି କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଉକ୍ତ ମଲ୍‌କୁ ସିଲ୍‌ କରାଯାଇଥିଲା। ମଲ୍‌ କର୍ତ୍ତୃପକ୍ଷ ଗ୍ରୋସରୀ ସାମଗ୍ରୀ ବିକ୍ରି ପାଇଁ ବିଏମ୍‌ସିଠାରୁ ଅନୁମତି ଆଣି ୧୭ ତାରିଖରୁ ଅନ୍ୟସବୁ ବେପାର କରୁଥିଲେ। ହେଲେ ବିଏମ୍‌ସି ଅନୁମତି ଦେବାପରେ ତାହାର ଯାଞ୍ଚ କରୁ ନ ଥିବାରୁ ମଲ୍‌ ମାଲିକମାନେ ଲୋକଙ୍କ ଜୀବନ ସହ ଏପରି ଖେଳ ଖେଳୁଛନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ବା କଟକଣା ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହାର ତଦାରଖ କରାଯିବାର ଆବଶ୍ୟକତା ରହିଛି। ନଚେତ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି କରୋନା ସଂକ୍ରମଣକୁ ରୋକିବା କଷ୍ଟକର ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri