ସିଦ୍ଧ ମହାବୀର ରେଲଓ୍ବେ ଓଭରବ୍ରିଜ୍‌ ପାଇଁ ଅଧିଗ୍ରହଣ ହେବ ୨.୬୬ ଏକର ଜମି: ମାପଚୁପ ଆରମ୍ଭ, ପୁରୀବାସୀ ଉତ୍ସାହିତ

ପୁରୀ ଅଫିସ,୧୯ା୧: ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଗତ ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ଦୀର୍ଘବର୍ଷ ଧରି ସହରବାସୀଙ୍କ ଆଉ ଏକ ଦାବି ମଧ୍ୟ ପୂରଣ ହେବାକୁ ଯାଉଛି। ସିଦ୍ଧମହାବୀର ଲେଭଲକ୍ରସିଂରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ତିଆରି ପାଇଁ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପୁରୀବାସୀ ବିଭିନ୍ନ ଫୋରମରେ ଦାବି କରୁଥିବାବେଳେ ଏବେ ପ୍ରଶାସନିକ ସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ଆର୍‌ଓବି ତିଆରି ଲାଗି ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏସ୍‌.ଏମ୍‌. କନସଲ୍‌ଟାନ୍ସି ଏବଂ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜଶନ (କାଲା)ର ଅଧିକାରୀମାନେ ମାପଚୁପ କରି ଚିହ୍ନ ଦେବା ଆରମ୍ଭ କରିଛନ୍ତି।

ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଶତପଥୀ କହିଛନ୍ତି, ସିଦ୍ଧମହାବୀର ଆର୍‌ଓବି ପାଇଁ ପ୍ରାୟ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ଏଥିଲାଗି ମାପଚୁପ ଆରମ୍ଭ ହୋଇ ଚିହ୍ନ ଦିଆଯାଉଛି। ଏହାପରେ ଏହି ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହି ଓଭରବ୍ରିଜ୍‌ର ଲମ୍ବ ପ୍ରାୟ ୯୦୦ ମିଟର ହେବ। ଏଥିପାଇଁ ରାସ୍ତାର ଦୁଇପାର୍ଶ୍ୱରେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯିବ। ଆର୍‌ଓବି ୪୦ ଫୁଟ ଓସାର ରହିବ। ଏହାର ଦୁଇପାର୍ଶ୍ୱରେ ୧୫ ଫୁଟ ଲେଖାଏ ୩୦ ଫୁଟ ରାସ୍ତା ଏବଂ ଆଉ ୫ ଫୁଟ ଲେଖାଏ ଜାଗା ବିଦ୍ୟୁତ୍‌ ଖୁଣ୍ଟ, ପାଣି ପାଇପ ଆଦି ପାଇଁ ଛଡ଼ାଯିବ ବୋଲି ଶତପଥୀ ସୂଚନା ଦେଇଛନ୍ତି। ତେବେ ଶନିବାର ଅଧିକାରୀମାନେ ନକ୍ସା ଦେଖି ମାପଚୁପ କରିବା ସମୟରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଲାଗି ଯେଉଁମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିିବ ସେମାନଙ୍କ ମଧ୍ୟରେ ଏକପ୍ରକାର ଛନକା ପଶିଛି।

ପୁରୀ-କୋଣାର୍କ ମୁଖ୍ୟରାସ୍ତାର ମାଟିଆପଡ଼ାଠାରେ ରହିଛି ସିଦ୍ଧମହାବୀର ଲେଭଲ କ୍ରସିଂ। ଏହି ଲେଭଲ କ୍ରସିଂ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଗାଡ଼ିମୋଟର, ଟୁରିଷ୍ଟ ବସ୍‌ ଚଳାଚଳ କରିଥାଏ। ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଯା’ଆସ କରନ୍ତି। ଛାତ୍ରୀଛାତ୍ର, ରୋଗୀ ମଧ୍ୟ ଏହି ଲେଭଲ କ୍ରସିଂ ଦେଇ ଯିବା ବେଳେ ସମସ୍ୟାରେ ପଡ଼ନ୍ତି। ଦୈନିକ ପ୍ରାୟ ୫୫ଥର ଗେଟ୍‌ ପଡୁଥିବାରୁ ଏଠାରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ହୋଇପଡ଼େ। ପ୍ରାୟ ୧୫ରୁ ୨୦ ମିନିଟ୍‌ ମଧ୍ୟରେ ଥରେ ଗେଟ୍‌ ପଡ଼ିିଥାଏ। ୭ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗେଟ୍‌ ବନ୍ଦ ରହିଥାଏ। ଏମିତି କି ସମୟେ ସମୟେ ଯଦି ଦୁଇପାର୍ଶ୍ୱରୁ ପାଖାପାଖି ସମୟରେ ଗାଡ଼ିି ଆସେ ତେବେ ୧୦ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଗେଟ୍‌ ପଡ଼ିିଯାଏ। ଫଳରେ ଉଭୟ ପାର୍ଶ୍ୱରେ ୨ କିମି ପର୍ଯ୍ୟନ୍ତ ଗାଡ଼ିି ଲମ୍ବିଯାଏ। ଏହି ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଏପରି କି ପରୀକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଫସିଯାନ୍ତି। ଅନେକଥର ଆମ୍ବୁଲାନ୍ସ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିବାର ନଜିର ରହିଛି। ଛାତ୍ରୀଛାତ୍ର ବି ଏଥିପାଇଁ ବିଳମ୍ବରେ ସ୍କୁଲ, କଲେଜରେ ପହଞ୍ଚନ୍ତି। ଏପରି ଘଟଣା ବାରମ୍ବାର ଦୃଷ୍ଟିଗୋଚର ହେଉଥିବାରୁ ଅନେକ ସମୟରେ ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଏବଂ ବିଭିନ୍ନ ସ୍ତରରେ ଦାବିପତ୍ର ଦିଆଯାଇଛି। କୌଣସି ଜାତୀୟସ୍ତରୀୟ ନେତା ପୁରୀ ଆସିଲେ ତାଙ୍କ ଆଗରେ ସିଦ୍ଧମହାବୀର ଆର୍‌ଓବି ଦାବି ରଖାଯାଏ। ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବି ରାଜନେତାମାନେ ଫାଇଦା ନେବାକୁ ଅନେକ ଥର ଉଦ୍ୟମ କରିଛନ୍ତି। ନିର୍ବାଚନ ଆସିଲେ ପୁରୀ ବିଧାନସଭା କ୍ଷେତ୍ର ଏବଂ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀମାନେ ଏହାକୁ ଅସ୍ତ୍ର କରିଥାନ୍ତି। କ୍ଷମତାକୁ ଆସିଲେ ସିଦ୍ଧମହାବୀର ଆର୍‌ଓବି କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ସରିଗଲେ ଏହାକୁ ସେମାନେ ଭୁଲିଯାନ୍ତି। ଏମିତି କି ଏହି ଆର୍‌ଓବି ଦାବିରେ ଗତବର୍ଷ ଜନଜାଗରଣ ମଞ୍ଚର ଆବାହକ ଜ୍ୟୋତିରଞ୍ଜନ ନାୟକ ଚାଲି ଚାଲି ଦିଲ୍ଲୀ ଯାଇଥିଲେ । ସେଠାରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଭରବ୍ରିଜ୍‌ ପାଇଁ ୧ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ନିକଟରେ ଆର୍‌ଓବି ନିର୍ମାଣ ନେଇ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିଲା। ବର୍ଷ ବର୍ଷ ଧରି ସିଦ୍ଧମହାବୀର ଆର୍‌ଓବି ନିର୍ମାଣ କ୍ଷେତ୍ରରେ ପ୍ରତାରିତ ହେଉଥିବା ପୁରୀବାସୀଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri