ସିକିମ, ନାଗାଲାଣ୍ଡ, ତ୍ରିପୁରା କରୋନାମୁକ୍ତ

ନୂଆଦିଲ୍ଲୀ,୨୫ା୪: :ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଇତିମଧ୍ୟରେ ଭଲ ଖବର ଆସିଛି ସିକିମ, ନାଗାଲାଣ୍ଡ ଓ ତ୍ରିପୁରାରୁ। ଏହି ୩ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଶୂନ। ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ଉପରେ ସିକିମ ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ କଟକଣା ଜାରି ସହ ଅନ୍ୟ କେତେକ ପଦକ୍ଷେପ ନେଇଥିବାରୁ ସେଠାରେ ଜଣେ ହେଲେ କରୋନା ରୋଗୀ ନାହାନ୍ତି। ସେହିପରି ନାଗାଲାଣ୍ଡରେ ଜଣେ ମାତ୍ର ସଂକ୍ରମିତ ଥିଲେ। ଦିମାପୁର ଜିଲାର ଏହି ବ୍ୟକ୍ତିଙ୍କୁ ଆସାମକୁ ସ୍ଥନାନ୍ତର କରାଯାଇ ଚିକିତ୍ସା କରାଯାଉଛି। ନାଗାଲାଣ୍ଡରେ ୬୦୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪୩ ଜଣଙ୍କ ନେଗେଟିଭ୍‌ ବାହାରିଥିବାବେଳେ ଅବଶିଷ୍ଟ ୬୪ ଜଣଙ୍କ ରିପୋର୍ଟ ଆସନ୍ତା ୨୬ରେ ଆସିବ। ଅନୁରୂପ ଭାବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଘୋଷଣା କରିଛନ୍ତି ଯେ, ତାଙ୍କ ରାଜ୍ୟ ସମ୍ପୂର୍ଣ୍ଣ କରୋନାମୁକ୍ତ। ତ୍ରିପୁରାର ପ୍ରଥମ କୋଭିଡ୍‌-୧୯ ରୋଗୀ (ମହିଳା) ଆଇସୋଲେଶନରେ ରହିବା ପରେ ସୁସ୍ଥ ହୋଇ ଫେରିଛନ୍ତି। ଦ୍ୱିତୀୟ ସଂକ୍ରମିତ ମଧ୍ୟ ଆଇସୋଲେଶନରେ ରହି ଆରୋଗ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri