ସାର୍ବଜନୀନ ନୂ୍ୟନତମ ଆୟ ବ୍ୟବସ୍ଥା ଚାଲୁ କର

ସହଦେବ ସାହୁ

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ନଭେଲ୍‌ କରୋନା ଭାଇରସ୍‌ ମଣିଷମାନଙ୍କ ଭିତରେ ରହିବ, ମଣିଷଠୁ ମଣିଷକୁ ବ୍ୟାପିବ, ଯେ ପର୍ଯ୍ୟନ୍ତ ଟିକା ବାହାରି ନାହିଁ ଅଥବା ଯେ ପର୍ଯ୍ୟନ୍ତ ଜନଗୋଷ୍ଠୀର ୬୦ପ୍ରତିଶତ ଲୋକଙ୍କୁ ଭୂତାଣୁ ଘାରି ସର୍ବସାଧାରଣ ପ୍ରତିରୋଧ ଶକ୍ତି (ହର୍ଡ ଇମୁନିଟି) ଆସିନାହିଁ। ବିବର୍ତ୍ତନର ନିୟମ ନୂଆ ନୂଆ ଭାଇରସ୍‌ ବାହାରିବ। ୧୯୬୭ରୁ ଏ ଯାଏ ବାହାରିଥିବା ଭୂତାଣୁ ଓ ତାହାଦ୍ୱାରା ସଂକ୍ରମିତ ଲୋକଙ୍କ ଭିତରୁ ମୃତ୍ୟୁହାରର ତାଲିକା ହେଲା: ୧୯୬୭ ମାରବର୍ଗ (ମୃତ୍ୟୁହାର ୮୦%), ୧୯୭୬ ଇବୋଲା (ମୃତ୍ୟୁହାର ୪୦.୪%), ୧୯୯୪ ହେନ୍ଦ୍ରା (୫୭%), ୧୯୯୭ ବାର୍ଡ ଫ୍ଲୁ ଏଚ୍‌୫ଏନ୍‌୧ (୫୨.୬%), ୧୯୯୮ ନିପା (୭୭.୬%), ୨୦୦୨ ସାର୍ସ (୯.୬%), ୨୦୦୯ ଏଚ୍‌୧ଏନ୍‌୧ (୦.୨%), ୨୦୧୨ ମର୍ସ (୩୪.୪%), ୨୦୧୩ ଏଚ୍‌୭ଏନ୍‌୯, ବାର୍ଡ ଫ୍ଲୁ (୩୯.୩%), ୨୦୨୦ କୋଭିଡ ୧୯ (୬.୯୨%)ା ତେଣୁ ବ୍ୟକ୍ତି ବ୍ୟକ୍ତି ଭିତରେ ଦୂରତା ରକ୍ଷା କରିବା (ସୋସିଆଲ୍‌ ଡିଷ୍ଟାନ୍ସିଂ) ଓ ମୁହଁରେ ମାସ୍କ ଲଗାଇବା ଆମର ଅଭ୍ୟାସରେ ପଡ଼ିଯିବା ଉଚିତ। ଦୂରତାରକ୍ଷା ପାଇଁ କାମ ବନ୍ଦ ହେବ, ବିଶେଷତଃ ଖଟିଖିଆମାନେ କାମ ପାଇବେ ନାହିଁ, ବଞ୍ଚିବେ କେମିତି? ଦୈନନ୍ଦିନ ଆବଶ୍ୟକତା କ୍ରୟ ଏବଂ ସ୍ବାସ୍ଥ୍ୟଗତ ଓ ଶିକ୍ଷାଗତ ସେବା ପାଇଁ ଦେୟ ଦରକାର କରେ ହାତରେ ପଇସା। ଭୋକରେ ମରିବେ ନା ସଂକ୍ରମଣରେ ମରିବେ – ଏ ଦ୍ୱନ୍ଦ୍ୱର ସମାଧାନ ହେଉଛି ଦେଶରେ ସାର୍ବଜନୀନ ନୂ୍ୟନତମ ଆୟ ବା ୟୁନିଭର୍ସାଲ୍‌ ବେସିକ୍‌ ଇନ୍‌କମ୍‌ (ୟୁବିଆଇ) ପ୍ରଚଳନ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଜିଡିପିର ଦଶମାଂଶ, କୋଡିଏ ଲକ୍ଷ କୋଟି ଟଙ୍କା ଏକା ବେଳକେ ଆତ୍ମନିର୍ଭର ଭାରତ ଯୋଜନାରେ ବରାଦ କରିପାରୁଛନ୍ତି ସେ କାହିଁକି ସମସ୍ତ ଭାରତୀୟଙ୍କୁ ଆତ୍ମନିର୍ଭର ହେବାକୁ ନୂ୍ୟନତମ ଆୟ ଦେବେ ନାହିଁ? ପ୍ରତି ବୟସ୍କଙ୍କୁ ୬୦୦୦ ଓ ନାବାଳକକୁ ୩୦୦୦ ଟଙ୍କା ପ୍ରାୟ ୭୦ କୋଟି ଲୋକଙ୍କୁ ଦିଆଗଲେ ମାତ୍ର ଛ’ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ଅବଶ୍ୟ ବର୍ଷକୁ ବର୍ଷ ଖର୍ଚ୍ଚ ହେବ। ୟୁବିଆଇ ଅର୍ଥ ହେଉଛି ବିନା ସର୍ତ୍ତରେ ଓ ମାଗଣା ନୂ୍ୟନତମ ଆୟ ସିଧାସଳଖ ଏ ସମସ୍ତଙ୍କ ଏକାଉଣ୍ଟକୁ ଯିବ, ଯେମିତି ସରକାରୀ କର୍ମଚାରୀମାନେ ପାଆନ୍ତି। ସବୁଠୁ ବଡ଼ କଥା ହେଉଛି ଏ ୟୁବିଆଇ ପଇସା ଲୋକେ ତ ଖର୍ଚ୍ଚ କରିବେ, ତେଣୁ ତାହା ଆମ ଜିଡିପିରେ ମିଶିବ – ଯେମିତି ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କା ଜିଡିପିକୁ ଉପରକୁ ନେବାରେ ସାହାଯ୍ୟ କରିବ କୁହାଯାଉଛି। ଲୋକେ ନିର୍ଦ୍ଦିଷ୍ଟ ନିମ୍ନତମ ଆୟରୁ ବେଶି ରୋଜଗାର କଲେ ଅଧିକ ରୋଜଗାରଟା ତାହାର ହେବ ଓ ସେ ୟୁବିଆଇ ତ୍ୟାଗ କରିବ। ଗରିବ ଲୋକର ଚିନ୍ତା କମିବ ମାନେ ହାପିନେସ୍‌ ଇଣ୍ଡେକ୍ସ (ଖୁସିର ସୂଚନାଙ୍କ) ବଢିବ। ଦେଖୁନାହାନ୍ତି କେମିତି ଏଡ଼େ ଛୋଟ ଦେଶ ଭୁଟାନ୍‌ ପୃଥିବୀରେ ସବୁଠାରୁ ବେଶିଖୁସିର ଦେଶ ହୋଇଛି, ହାପିନେସ୍‌ ଇଣ୍ଡେକ୍ସରେ ନମ୍ବର ୱାନ୍‌। ନିଉଜିଲାଣ୍ଡ, ଫିନ୍‌ଲାଣ୍ଡ ଭଳି ଦେଶ ସେମାନଙ୍କ ବଜେଟରେ ହାପିନେସ୍‌ ପାଇଁ ବରାଦ ରଖିଲେଣି। ୟୁବିଆଇ ପାଇଲେ ଯୁବକ ଯୁବତୀମାନେ ଆଉ ଅଭାବ ଅନୁଭବ କରିବେ ନାହିଁ ତ ହାରଛିଣ୍ଡା, ପକେଟ୍‌ମାର୍‌ ଭଳି ହଠାତ୍‌ ପଇସା ପାଇବାର ଅନୈତିକ ଓ ବେଆଇନ ଉପାୟ ହାତକୁ ନେବେ ନାହିଁ। ତାଇୱାନ ସରକାର ଏବେ ଚାହିଁଲେଣି ଏକ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଯୋଜନା ଉପରେ ଭୋଟ୍‌ ନେବେ। ସେଠାରେ ଗାଁ ଗହଳର ଯୁବତୀ ଯୁବକମାନେ ଭଲ ମଜୁରି ଉଦ୍ଦେଶ୍ୟରେ ଭିଟାମାଟି ଛାଡିବେ ନାହିଁ କି ବିଦେଶ ଯିବା ଇଚ୍ଛା କରିବେ ନାହିଁ। ଫଳରେ ସହରର ଭିିତ୍ତିଭୂମି ଉପରେ ଚାପ କମିବ ଓ ଆଧୁନିକ ଦାସତ୍ୱରୁ ରକ୍ଷା ମିଳିବ।
ରାଇଟ୍‌ ଟୁ ଲାଇଫ୍‌ ବା ବଞ୍ଚିବାର ଅଧିକାର ଆମ ସମ୍ବିଧାନର ଧାରା ୨୧ରେ ମୌଳିକ ଅଧିକାର ରୂପେ ଲିଖିତ ଅଛି, ୟୁବିଆଇ ଲାଗୁ ହୋଇଗଲେ ଏ ଧାରାଟି ସଫଳ ହୋଇଯିବ। ଭାରତୀୟଟିଏ ମଯର୍‌ୟାଦା ସହିତ ବଞ୍ଚତ୍ ରହିବ। କାରଣ ଖାଦ୍ୟ, ବସ୍ତ୍ର ଓ ମୁଣ୍ଡ ଉପରେ ଛାତ ଭଳି ତିନୋଟି ମୌଳିକ ନିଶ୍ଚିତତା ସହିତ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ନିଶ୍ଚିତତା ମଧ୍ୟ ଆସିଯିବ। ଟେକ୍ନୋଲଜିରେ ଯେତେ ଉନ୍ନତି ଆସିବ କର୍ମ କ୍ଷେତ୍ରରେ ସେତେ ଯାନ୍ତ୍ରିକତା ଓ ସ୍ବୟଂକ୍ରିୟତା (ମେକାନାଇଜେଶନ୍‌ ଓ ଅଟୋମେଶନ୍‌) ବଢିବ, ଲୋକେ ସେତେ ବେକାର ହେବେ, ଯେ ପଯର୍‌ୟନ୍ତ ନୂଆ କୌଶଳ ଶିକ୍ଷା ନ ନେବେ। ଚାଇନା ଭଳି କମ୍ୟୁନିଷ୍ଟ ଦେଶ ସହ ଟକ୍କର ଦେବାର ଏ ହେବ ଗଣତାନ୍ତ୍ରିକ ସମାଧାନ। ଆମ ରାଜନୈତିକ ନେତାମାନେ ସହଜରେ ରାଜି ହେବେ ନାହିଁ କାରଣ ଗରିବକୁ ପଇସା ଦେଇ ଭୋଟ ଆହରଣ କରିବାର ମୌକା ପ୍ରାୟ ଉଭେଇଯିବ, ନୀତିଗତ ସମସ୍ୟା ବା ଇସୁ ନିର୍ବାଚନ ଇସ୍ତାହାରର ବସ୍ତୁ ହେବ, ଅନୈତିକ ଉପାୟରେ ଧନୀ ହେବାର ମୂଳକଥା ଯେଉଁ ଜନପ୍ରତାରଣା ତାହା ହାତଛଡା ହୋଇଯିବ।
ୟୁବିଆଇ ଧାରଣା ନୂଆ କଥା ନୁହେଁ। ପୃଥିବୀଯାକ ଏବେ ସୋସିଆଲ୍‌ ସେକ୍ୟୁରିଟି ବା ସାମାଜିକ ନିରାପତ୍ତା ବୋଲି ଯାହା କହୁଛନ୍ତି, ଯାହା ଜାତିସଂଘର ମାନବିକ ଅଧିକାର ଘୋଷଣାନାମା ୧୯୪୮ରେ, ଆମ ସମ୍ବିଧାନ ପ୍ରଚଳିତ ହେବାର ବର୍ଷକ ଆଗରୁ ଉଲ୍ଲିଖିତ ଅଛି ତାହା ୟୁବିଆର ମୂଳଦୁଆା ସୋସିଆଲ ସେକ୍ୟୁରିଟି ସାଧାରଣତଃ ଟଙ୍କା ପଇସାରେ ଦିଆଯାଏ, ସରକାରଙ୍କଠୁ ମାଗଣା ପାଇବା ହିସାବରେ, କିନ୍ତୁ ତାହା ନାଗରିକର ଦୈନନ୍ଦିନ ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ପୂରଣ କରେ ନାହିଁ, ପୁଣି ଜାତି, ବର୍ଣ୍ଣ ବା ଧର୍ମ ବାଛବିଚାରରେ ଦିଆଯାଏ। କିନ୍ତୁ ୟୁବିଆଇ ତ ସାର୍ବଜନୀନ, ଏକ ନିର୍ଦ୍ଦିଷ୍ଟ ଆୟରୁ କମ୍‌ ଆୟ ଥିବା ସମସ୍ତଙ୍କୁ ମିଳିବ। କଳାକାର, ଅଭିନେତା, ଲେଖକ, ବାଲୁକାଶିଳ୍ପୀ, ଓକିଲ, ଡାକ୍ତର ବି ଯଦି ଏକ ନିର୍ଦ୍ଦିଷ୍ଟ ସୀମା ତଳେ ଆୟ କରୁଥାନ୍ତି ସେମାନେ ୟୁବିଆଇ ପାଇଲେ ଖୁସିରେ କାମ କରିବେ। ପାଞ୍ଚ ଶହ ବର୍ଷ ତଳେ ୧୫୧୬ରେ ସାର୍‌ ଟମାସ୍‌ ମୋର୍‌ ତାଙ୍କ ୟୁଟୋପିଆ ବହିରେ ୟୁବିଆଇ ଭଳି ଏକ ବର୍ଣ୍ଣନା କରିଥିଲେ।
ପ୍ରତି ଗାଁରେ ପଞ୍ଚାୟତ ସ୍ତରର କର୍ମୀମାନଙ୍କ ଦ୍ୱାରା ଆଧାର କାର୍ଡ ବା ଅନ୍ୟ ପରିଚୟ ପତ୍ର ଜରିଆରେ ଲୋକମାନଙ୍କୁ (ପିଲାଙ୍କୁ ବି) ୟୁବିଆଇ ଦିଆଗଲେ କେବେ କରୋନା ଭାଇରସ ବା ଅନ୍ୟ ବିପଦଜନିତ ଲୋକ-କଷ୍ଟ ହେବ ନାହିଁ। ଟଙ୍କା କେଉଁଠୁ ଆସିବ ବୋଲି ଯେଉଁମାନେ ସନ୍ଦେହ କରନ୍ତି ସେମାନେ ଏବକାର ୨୦ ଲକ୍ଷ କୋଟି ଟଙ୍କା (ଜିଡିପିର ଦଶମାଂଶ) ଖର୍ଚ୍ଚ କଥା ପରିପ୍ରେକ୍ଷୀରେ ବିଚାର କରନ୍ତୁ। ଏ ଯୋଜନାରେ କାହାକୁ ୟୁବିଆଇ ଦିଆଯିବ ସେ ବିଷୟରେ ଦ୍ୱନ୍ଦ୍ୱ ରହିଛି। କେତେକେ କହନ୍ତି, ପ୍ରତ୍ୟେକ ନାଗରିକକୁ ଦିଆଯାଉ। ତାହାର ଆୟ ଯାହା ଥାଉନା କାହିଁକି। ଆଉ କେତେକେ କହନ୍ତି, ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସେମାନେ ବେକାର ଥାଆନ୍ତୁ ବା କାମରେ ଲାଗିଥାଆନ୍ତୁ ସେମାନଙ୍କୁ ଦିଆଯାଉ। ଆଉ ଗୋଟିଏ ପ୍ରସ୍ତାବ କେତେକେ ଦିଅନ୍ତି ଯେ, ରୋବଟିକ୍‌ ଯୋଗୁ ବା କଳ, ମଣିଷ ଲାଗୁଥିବା ଯୋଗୁ ଯେଉଁମାନେ ବେକାର ହେଉଛନ୍ତି ସେମାନଙ୍କୁ ଦିଆଯାଉ। ତୃତୀୟ ପ୍ରସ୍ତାବଟିକୁ ଆମ ନେତାମାନେ ସାଙ୍ଗେ ସାଙ୍ଗେ ହଁ କରିଦେବେ। ୨୦୧୮ରେ ଫେସ୍‌ବୁକର ସହ ପ୍ରତିଷ୍ଠାତା କ୍ରସ୍‌ ହ୍ୟୁସ୍‌ ତାଙ୍କ ବହି ”ଫେୟାର ସଟ୍‌“ରେ ଗୋଟିଏ ପ୍ଲାନ ଦେଇଛନ୍ତି – ଆମେରିକୀୟ ଶ୍ରମିକ, ଛାତ୍ର ଓ ସ୍ବାସ୍ଥ୍ୟକର୍ମୀ (କେୟାର ଗିଭର) ଯଦି ବର୍ଷକୁ ୫୦ହଜାର ଡଲାର ବା କମ୍‌ ପାଉଥାନ୍ତି ମାସକୁ ୫୦୦ଡଲାର ଲେଖାଏ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଦିଆଯାଉ। ତାଙ୍କ ମତରେ ”ଲୋକଙ୍କ ସ୍ବାସ୍ଥ୍ୟ ଉନ୍ନତ କରିବାରେ, ଶିକ୍ଷା ବଢାଇବାରେ ଓ ଗରିବୀରୁ ଉପରକୁ ଉଠାଇବାରେ ସବୁଠାରୁ ବଡ ଜିନିଷ ହେଉଛି ନଗଦ ଟଙ୍କା।“ ଏତେ ଟଙ୍କା ଆଣିବା ପାଇଁ ହ୍ୟୁସ୍‌ଙ୍କ ମତ ହେଉଛି ମାର୍କିନ୍‌ ସମାଜର ଶୀର୍ଷଭାଗରେ ଥିବା ଶତକଡା ୧ ଭାଗ ଲୋକଙ୍କ ଉପରେ ଟିକସ ବସାଇ ଏହା ଅଣାଯାଉ। ତାଙ୍କ କଥାର ଅର୍ଥ ହେଲା ଆୟକରର ଆଧୁନିକୀକରଣ ହେଉ। ଏବେକାର ଇକନମି ଏମିତିକା ଯେ ହାତ ଗଣତି କେତେକ ଲୋକ ବହୁଳରୁ ବହୁଳତର ସମ୍ପତ୍ତିବାନ୍‌ ହେଉଛନ୍ତି, ଯେତେବେଳେ ଆଉ ସମସ୍ତେ ପ୍ରତ୍ୟେକେ ଦୁଇ ଓଳି ଖାଇବାକୁ ପାଇବା ଅସମ୍ଭବ ମନେକରୁଛନ୍ତି। ଅଟୋମେଶନ୍‌ ଓ ଗ୍ଲୋବାଲାଇଜେଶନ୍‌ ଦୁଇଟି ଯାକ ଏମ୍ପ୍ଲୟମେଣ୍ଟ ମାର୍କେଟକୁ ନଷ୍ଟ କରିଦେଲାଣି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (କୃତ୍ରିମ ଜ୍ଞାନ) ଲୋକଙ୍କଠାରୁ କାମ ଛଡାଇ ନେଲାଣି। ପାର୍ଟ ଟାଇମ୍‌ କାମ, କଣ୍ଟ୍ରାକ୍ଟ କାମ, ଟେମ୍ପରାରି ଜବ୍‌ – ଏ ସବୁ ବଢ଼ି ଚାଲିଛି, କିନ୍ତୁ ସେଗୁଡ଼ିକ ଲୋକଙ୍କୁ ଯଥେଷ୍ଟ ପରିମାଣର ଆୟ ଦିଏ ନାହିଁ, ଉତ୍ତମ ଜୀବନ ଶୈଳୀ ଚଳାଇବାକୁ ଯଥେଷ୍ଟ ନୁହେଁ। ମାର୍କ ଜୁକର୍‌ବର୍ଗ ଓ ବିଲ୍‌ ଗେଟ୍‌ସ ବି ସେହି କଥା କହୁଛନ୍ତି – ଆମେରିକାର ଇକନମିକୁ ବଦଳାଉଥିବା ଅଟୋମେଶନ ପ୍ରକ୍ରିୟାର ସମାଧାନ ହେଉଛି ୟୁବିଆଇ। ସାର୍‌ ରିଚାର୍ଡ ବ୍ରାନ୍‌ସନ କହନ୍ତି, ଦିନେ ନା ଦିନେ ଗାରେଣ୍ଟିଡ୍‌ ଇନ୍‌କମ ଦେବାକୁ ପଡ଼ିବ। ତାଇୱାନ୍‌ ସରକାର ଆଉ ଗୋଟିଏ କଥା କହନ୍ତି -ଏଭଳି ସ୍କିମରେ ଲୋକେ ଗାଁ ଛାଡ଼ି ନ ଥିବା ଯୁବଗୋଷ୍ଠୀ ୟୁବିଆଇ ପାଉଥିବା ସିନିୟର୍‌ ସିଟିଜେନ (ମାଆ ବାପା)ଙ୍କୁ ଦେଖାଶୁଣା କରିବେ। ସମାଜର କେତେ ମଙ୍ଗଳ ହେବ। ଦେଶର ହାପିନେସ୍‌ ଇଣ୍ଡେକ୍ସ ବଢ଼ିବ। ୟୁନିଭର୍ସାଲ ଇନ୍‌କମ୍‌ ଲାଗୁ କରାଗଲେ ଶ୍ରମିକମାନେ ଭଲ କାମ ବା ଅଧିକ ରୋଜଗାର ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ। ଲୋକେ ଆଉ ଥରେ ପଢ଼ିବାକୁ ଯାଇପାରିବେ ବା କୁଟୁମ୍ବମାନଙ୍କ ସେବା ପାଇଁ ଘରେ ରହିପାରିବେ। ଏ ସ୍ବାଧୀନତା ସେମାନଙ୍କୁ ଏବେ ମିଳୁନାହିଁ। ଆଜିକାଲିର ଜନମଙ୍ଗଳ ଯୋଜନା ଗରିବକୁ ଗରିବ ହୋଇ ରହିବାରେ ଉତ୍ସାହିତ କରୁଛି, ଏହା ଏକ ଦାରିଦ୍ର୍ୟ-ଯନ୍ତା (ପଭର୍ଟି ଟ୍ରାପ୍‌), ତହିଁରୁ ମୁକୁଳାଇବାର ଉପାୟ ହେଉଛି ୟୁବିଆଇ। ତହିଁରୁ ମୁକୁଳିଲେ ଭୋଟରାଜନୀତିରେ ପାରମ୍ପରିକ ଜନମଙ୍ଗଳ ଯୋଜନା ଚଳାଇବାରେ ପ୍ରଶାସନିକ ଖର୍ଚ୍ଚ ଯାହା ହେଉଛି ୟୁବିଆଇ କାଯର୍‌ୟକାରିତାରେ (ଆଡ୍‌ମିନିଷ୍ଟ୍ରେଶନ୍‌ରେ) ତାହାଠାରୁ ବହୁତ କମ୍‌ ହେବ। ଆର୍ଥିକ ଅଭାବ ଯୋଗୁ ଯେଉଁ ପରିବାରରେ ଜନ୍ମ ହାର ଖୁବ୍‌ କମ୍‌ ବା ଶିଶୁ ମୃତ୍ୟୁ ହାର ବେଶି ସେଠାରେ ଯୁବ ଦମ୍ପତିଙ୍କୁ ପ୍ରୋତ୍ସାହନ ମିଳିବ। ଦେଶର ଇକନମିରେ କୌଣସି ଅବକ୍ଷୟ ବା ରିସେସନ୍‌ ଆସିଲେ ୟୁବିଆଇ ପାଉଥିବା ଲୋକେ କାମ କରି ଦେଶର ଅର୍ଥନୀତିକୁ ସ୍ଥିର ରଖିପାରିବେ। ଆମ ଦେଶରେ ପ୍ରାୟ ୯୦୦ପ୍ରକାରର ଜନମଙ୍ଗଳ ଯୋଜନା ନାଁରେ ନିଯୁକ୍ତ କର୍ମଚାରୀ ସଂଖ୍ୟା (ଏବେ ତ କେବଳ କେନ୍ଦ୍ର ସରକାରରେ କର୍ମଚାରୀ ଓ ପେନ୍‌ସନଧାରୀ କୋଟିଏରୁ ବେଶି ଅଛନ୍ତି ) କମିବାରେ ଲାଗିବ। ଏ ଖୁସି ଆମ ନେତାମାନେ ଦେବେ ତ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?