କର୍ମ, ଶ୍ରମ ଓ ଶ୍ରମଜୀବୀ

ଡ. କିଶୋର ମହାନ୍ତି

ଶ୍ରମିକମାନଙ୍କ ପାଇଁ ତାଲାବନ୍ଦ କିଛି ନୂଆ କଥା ନୁହେଁ। କେତେକେତେ ଏମିତି ତାଲାବନ୍ଦର ସମ୍ମୁଖୀନ ହେଇଛି ସେ, କିନ୍ତୁ ଏପ୍ରକାର କରୋନା ପ୍ରକୋପ ପାଇଁ ତାଲାବନ୍ଦ ତା’ ଜୀବନ ଜୀବିକାରେ ଏକବାର ତାଲା ପକାଇ ଦେଇଛି। ସମ୍ପୂର୍ଣ୍ଣ ସେ ତାଲାବନ୍ଦ ଭିତରେ ସମୟ କାଟୁଛି।
ଶିଳ୍ପ କାରଖାନାରେ ଶ୍ରମିକମାନଙ୍କ ଆନ୍ଦୋଳନ ପାଇଁ ତାଲାବନ୍ଦ ହୋଇଥାଏ। ମାଲିକମାନେ ମଜୁରି ଠିକ୍‌ ଭାବରେ ଠିକ୍‌ ସମୟରେ ପ୍ରଦାନ ନ କଲେ ତାଲାବନ୍ଦ ହୋଇଯାଏ। ଶିଳ୍ପ କାରଖାନା ଚଳେଇବା ପାଇଁ ଅକ୍ଷମତା ପ୍ରକାଶ ପାଇଲେ ତାଲାବନ୍ଦ ହୋଇଥାଏ। ରୁଗ୍ଣଶିଳ୍ପ କାରଖାନାରେ କ୍ରମଶଃ ଶ୍ରମିକ ଛଟେଇ ହୁଏ ଏବଂ କାରଖାନା ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହୋଇ ରହେ। ଏହା ଅହେତୁକ ବିପଦ ଓ ବିପର୍ଯ୍ୟୟକୁ ଟାଣି ଆଣିଥାଏ। ଶ୍ରମିକ-ଶିଳ୍ପ-ମାଲିକ କହିବାକୁ ଗଲେ ଗୋଟିଏ ସୂତ୍ରରେ ବନ୍ଧା। ଶ୍ରମିକ ନ ଥିଲେ ଉତ୍ପାଦନ କ୍ଷେତ୍ରରେ ବାଧା ଉପୁଜେ। ଶ୍ରମିକମାନଙ୍କର ଶ୍ରମ ବଳରେ ହିଁ ଶିଳ୍ପ କାରଖାନା ବଳିଷ୍ଠ ହୁଏ ଓ ଦେଶର ଅର୍ଥନୀତି ସୁଦୃଢ଼ ହୁଏ, ରପ୍ତାନି ଓ ଆମଦାନୀ ଖୁବ୍‌ ସୁନ୍ଦର ଭାବରେ ଚାଲେ। ଯାତାୟାତ, ଗମନାଗମନ, ବ୍ୟବସାୟ ସୁରୁଖୁରୁରେ ଚାଲେ। ଶିଳ୍ପ ପ୍ରଗତି ହିଁ ଦେଶର ଅର୍ଥନୀତିର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ଦେଶ ଶିଳ୍ପ ଦିଗରେ ଅଗ୍ରଣୀ ସେମାନେ ସେତେ ଧନଶାଳୀ।
ଏହି ପରିପ୍ରେକ୍ଷୀରେ ଜାତିର ପିତା ଗାନ୍ଧିଜୀ କହିଥିଲେ ‘ଶ୍ରମିକ ଓ ପୁଞ୍ଜିପତିଙ୍କ ମଧ୍ୟରେ କୌଣସି ସଂଘର୍ଷ ଉପୁଜିବା ଉଚିତ ବୋଲି ମୁଁ ଭାବୁନାହିଁ, ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ନିର୍ଭରଶୀଳ। ଏହା ନିତାନ୍ତ ଜରୁରୀ ଯେ, ପୁଞ୍ଜିପତିମାନେ ଶ୍ରମିକମାନଙ୍କ ଉପରେ ପ୍ରଭୁତ୍ୱ ଜାହିର କରିବା ଉଚିତ ନୁହେଁ। ବାସ୍ତବିକ ଏହା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ। କିନ୍ତୁ ଏ ଅବେଳରେ ତାଲାବନ୍ଦ ଫଳରେ ଭାରତର ୧୩ କୋଟି ଦିନମଜୁରିଆ କି କଷ୍ଟରେ ସମ୍ପ୍ରତି ଜୀବନ କାଟୁଛନ୍ତି। ଆଜି ବିଷାକ୍ତ ଭୂତାଣୁ କରୋନା ଶ୍ରମିକମାନଙ୍କୁ ସଙ୍କଟ ଭିତରକୁ ଟାଣି ଆଣିଛି ଓ ଅନ୍ତତଃ ଯୋଉମାନେ ସୁସ୍ଥ ସବଳ ଥିଲେ କାର୍ଯ୍ୟକ୍ଷମ ଥିଲେ କରୋନା ଜାଣି ଜାଣି ତାଙ୍କୁ ଦଂଶନ କରୁଛି। ସୁସ୍ଥ ଲୋକଟିଏ ଏହା ଫଳରେ ଅସୁସ୍ଥ ହୋଇପଡ଼ୁଛି- କେବଳ ସଂଘବଦ୍ଧ ଓ ଛୁଅଁାଛୁତ ପାଇଁ। ତାଲାବନ୍ଦର ପରିଣତି ଏହିକି ଯେ, ଅର୍ଥନୀତିର ପେଟି ଚିପି ଦେବା। କାରଣ କଳକାରଖାନା ବନ୍ଦ ସାଙ୍ଗକୁ ଏଥିପାଇଁ ଗମନାଗମନ ଓ ଯାତାୟାତ କ୍ଷେତ୍ରରେ ଘୋର ଅସୁବିଧା। କିନ୍ତୁ ଏହି ତାଲାବନ୍ଦକୁ ଜୋରଜବରଦସ୍ତ ଲଦିଦିଆଯାଇନାହିଁ, ସମୂହ ଜନତାର ହିତଦୃଷ୍ଟିରୁ ଅଧିକ ଲୋକ ସଂକ୍ରମିତ ନ ହେବା ପାଇଁ ଏହା ଏକ ପ୍ରକାର ପ୍ରାରମ୍ଭିକ ପ୍ରଚେଷ୍ଟା।
କଳ କାରଖାନା, ଖଣିଖାଦାନ ବନ୍ଦ ହେଇଯିବା ଫଳରେ ହଜାର ହଜାର ଶ୍ରମିକ ଏବେ ଘରମୁହଁା ହେଇଛନ୍ତି। ବସି ଖାଇଲେ ନଈବାଲି ସରେ ନ୍ୟାୟରେ ଏମାନଙ୍କ ସ୍ବଳ୍ପ ଆୟରେ ପରିବାର ପ୍ରତିପୋଷଣ କରିବା ଖୁବ୍‌ କଷ୍ଟଦାୟକ। ତେଣୁ କର୍ମକ୍ଷେତ୍ରକୁ ଜୁହାର ପକାଇ ଏମାନେ ନିଜ ଭିଟାମାଟିକୁ ମୁହଁ ଫେରାନ୍ତି। କର୍ମ କ୍ଷେତ୍ରରେ ତାଙ୍କୁ ପେଟପୂରା ଖାଇବାକୁ ମିଳେନା- ଭୋକ ଉପାସରେ କେତେ ଦିନ ଅବା ଦିନ କାଟିବେ ଏମାନେ। ଆସିବା ପାଇଁ ଏମାନଙ୍କୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡୁଛି। କେହି କେହି ବି ଲୁଚିଛପି ଆସି ଘରେ ପ୍ରବେଶ କରି ସଂକ୍ରମଣକୁ ଦ୍ୱିଗୁଣିତ କରି ଦେଉଛନ୍ତି। କିନ୍ତୁ କଥା ଉଠୁଛି ଯେଉଁ ଶ୍ରମିକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଲିକଙ୍କୁ ବଞ୍ଚାଇଥିଲେ ସେମାନଙ୍କର କର୍ତ୍ତବ୍ୟ ନ ଥିଲା କି ତାଙ୍କ କାରଖାନାରେ ଶ୍ରମଦାନ କରୁଥିବା ଶ୍ରମିକମାନଙ୍କୁ ଲକ୍‌ଡାଉନ୍‌ ବେଳେ ସେଇଠାରେ ଥଇଥାନ କରିବା ପାଇଁ! ହୁଏତ ଏ କ୍ଷେତ୍ରରେ ସରକାର ଓ ମାଲିକଙ୍କ ଭିତରେ ଆଗରୁ କିଛି ବୁଝାମଣା ହେଇ ପାରି ନ ଥିଲା। ପରବର୍ତ୍ତୀ ସମୟରେ ସବୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ବସିଲେ। ସେତେବେଳେ ସମସ୍ୟା ଜଟିଳ ହୋଇ ଯାଇଥିଲା। ୪୦ ଦିନର ଲକ୍‌ଡାଉନ୍‌ ବେଳେ ଯାହା ରୋକାଯାଇ ପାରିଥିଲା ଏମାନେ ଆସିବା ପରେ ସଂକ୍ରମଣ ଆହୁରି ବୃଦ୍ଧି ପାଇବାରେ ଲାଗିଲା। ସେଥିପାଇଁ ସରକାର ପ୍ରତିକାର କରୁଛନ୍ତି ଏବଂ କିପରି ସବୁ କାର୍ଯ୍ୟ ବ୍ୟବସ୍ଥିତ ମାର୍ଗରେ ସୁଚାରୁରୂପେ ହୋଇପାରିବ ସେ ନେଇ ପ୍ରଶାସନ ସବୁବେଳେ ସଜାଗ। କିନ୍ତୁ ମାଲିକମାନେ ଜାଣିବା ଉଚିତ ଥିଲା ଥରେ ଶ୍ରମିକ ମୁହଁ ଫେରାଇନେବା ଅର୍ଥ ସେମାନେ ପୁନରାୟ ପ୍ରତ୍ୟାବର୍ତ୍ତନ କରିବେ ନାହିଁ- ତେଣୁ ଆଗକୁ ଶିଳ୍ପ କାରଖାନାରେ ସଙ୍କଟ ଦେଖାଦେବା ସ୍ବାଭାବିକ। ତଥାପି ଏଯାବତ୍‌ ଶ୍ରମିକମାନଙ୍କର ସମସ୍ୟା ଦୂରେଇ ଯାଇନାହିଁ। ଆପତକାଳରେ ଏମାନେ ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ଘୂରି ବୁଲୁଛନ୍ତି। ସେମାନଙ୍କର ଗ୍ରାମାଞ୍ଚଳ କୃଷି ଯୋଗ୍ୟ ଜମି ନାହିଁ। ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକଟି ପ୍ରବାସୀ ହେବାକୁ ବାଧ୍ୟ ହେଉଛି। ବୁନିଆଦି ସୁବିଧାରୁ ବଞ୍ଚତ୍ତ ଏମାନେ ପଳାୟନବାଦୀ ସାଜିଛନ୍ତି। ବିଜୁଳି, ଶିକ୍ଷା, ସଡ଼କ, ଯୋଗାଯୋଗ, ସ୍ବାସ୍ଥ୍ୟ ସୁବିଧା ସହରରେ ହିଁ ଉପଲବ୍ଧ। ଏଗୁଡିକ ଗଁାରେ ମିଳେନାହିଁ। ସେମାନେ ପେଟପାଟଣା ଓ ସୁବିଧା ପାଇଁ ଗଁା ଛାଡ଼ନ୍ତି। ଏମାନେ ସହରରେ ବସ୍ତିବାସିନ୍ଦା ହୋଇ ସାରିଥାନ୍ତି, ଆଜି ଏଠି ତ କାଲି ସେଠି। ସେମାନଙ୍କର ଜୀବନର କାର୍ଯ୍ୟଧାରା କେତେକ ଜାତିଗତ ଭେଦଭାବର ଚାପରୁ ଓହରି ଯାଇ ଏମାନେ ସହରାଭିମୁଖୀ ହୁଅନ୍ତି। ସହରର ଜନସଂଖ୍ୟା ବଢ଼େ, ସହର ସହରୀକରଣ ହୁଏ।
ଭାରତରେ ଆର୍ଥିକ ଅସମାନତା ଓ ଆଞ୍ଚଳିକ ଅସମାନତା କାରଣରୁ କିଛି ରାଜ୍ୟରେ ଅଧିକ ବିକାଶ ହୋଇଥିବା ସ୍ଥଳେ କିଛି ରାଜ୍ୟ ପଛୁଆ ଶ୍ରେଣୀର ଅନ୍ତର୍ଭୁକ୍ତ। ୨୦୧୧ ଜନଗଣନା ଅନୁସାରେ ଭାରତରେ ୪୫.୩୬ କୋଟି ଲୋକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଳାୟନ କରିଛନ୍ତି। ୨୦୧୯ରେ ଜାରି ଏକ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ପ୍ରବାସୀମାନଙ୍କ ପାଇଁ ଆକର୍ଷଣୀୟ ସ୍ଥାନ । ତାଲାବନ୍ଦ ଉଠିଲା ପରେ ଖୁବ୍‌ କଡ଼ାକଡ଼ି ନିୟମ ପ୍ରଣୟନର ଆବଶ୍ୟକତା ରହିଛି। ଏମାନଙ୍କ ସ୍ଥାୟୀ ଥଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବା ଉଚିତ। ପୁନରାୟ ସେମାନେ ଏପରି ସଂକଟର ସମ୍ମୁଖୀନ ନ ହୁଅନ୍ତୁ ସେଥିପ୍ରତି ଦୃଷ୍ଟିଦେବା ଦରକାର। ଏମାନଙ୍କ ପାଇଁ ସାମାଜିକ ସୁରକ୍ଷା, ଆର୍ଥିକ ସୁରକ୍ଷା ଓ ସ୍ବାସ୍ଥ୍ୟ ସୁରକ୍ଷାର ବ୍ୟବସ୍ଥା ହେବା ଉଚିତ।
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?