ସାବରମତି ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠାର ବିକାଶ

କଟକ ଅଫିସ, ୧୪ା୧୨: କଟକରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ ପଠାର ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ, ଏସ୍‌ସିବିର ଦ୍ୱିତୀୟ କ୍ୟାମ୍ପସ, ବୋସ ଇଞ୍ଜିନିୟରିଂ ସ୍କୁଲର ସମ୍ପ୍ରସାରଣ, ପଞ୍ଚତାରକା ହୋଟେଲ ନିର୍ମାଣ ସହ ସରକାରୀ କାର୍ଯ୍ୟାଳୟମାନ ମଧ୍ୟ ସ୍ଥାନାନ୍ତର କରାଯିବ। ଏହି ପ୍ରକଳ୍ପର ନାମ ବାଲିଯାତ୍ରା ରିଭରଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ (ବର୍‌ଫି) ରଖାଯାଇଛି। ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତରେ ଆସି ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ଏହି ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରିବା ସହିତ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକାରିତା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶଥାଉ କି, କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ବାଲିଯାତ୍ରା ପାର୍ଶ୍ୱ ମହାନଦୀ ପଠାରୁ ୧୦୦ ଫୁଟ ଚଉଡା ୩.୫ କି.ମି. ପରିଧି ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ପର୍ଯ୍ୟନ୍ତ ଅଞ୍ଚଳକୁ ବାଲିରେ ପୋତାଯାଇ ବୃକ୍ଷରୋପଣ, ଚଲାପଥ, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରାଯିବ। ସେହିପରି ଏହି ପ୍ରକଳ୍ପ ସହିତ ରିଂରୋଡକୁ ସଂଯୋଗ କରାଯାଇ ବାଇପାସ ରୋଡ ନିର୍ମାଣ କରାଯିବ। ବାଇପାସ ରୋଡ ନିର୍ମାଣ ହେବା ଯୋଗୁ ବାଲିଯାତ୍ରା ସମୟରେ ହେଉଥିବା ଭିଡ଼କୁ ରୋକି ହେବ ବୋଲି ଜିଲାପାଳ ଚୟନୀ କହିଛନ୍ତି। ଏହି ପ୍ରକଳ୍ପର ଉନ୍ନତୀକରଣ କାର୍ଯ୍ୟ ରାଜସ୍ବ, ଜଳ ସମ୍ପଦ, ପୂର୍ତ୍ତ, ଗୃହ ନଗର ଉନ୍ନୟନ, କ୍ରୀଡା, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ସହଯୋଗରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦ୍ୱାରା କରାଯିବ। ଏହି ପ୍ରକଳ୍ପ ଫଳରେ କଟକ ସହରବାସୀ ବହୁ ଉପକୃତ ହେବା ସହ ସମଗ୍ର ଜିଲାର ବହୁ ଉନ୍ନତି ହେବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ା ତେବେ ଏହି ପ୍ରକଳ୍ପକୁ ନେଇ ଏବେ ପରିବେଶଜନିତ ପ୍ରଶ୍ନ ଉଠିଛି। ଅତୀତରେ ବାଲିଯାତ୍ରା ଦ୍ୱାରା ମହାନଦୀର ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଥିଲା। ବାଲିଯାତ୍ରା କରିବା ପାଇଁ ଏନ୍‌ଜିଟିଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜିଲା ପ୍ରଶାସନକୁ ଦିଆଯାଇଥିଲା। ଏବେ ମହାନଦୀ ପଠାରେ ଏହି ବୃହତ୍‌ ପ୍ରକଳ୍ପ ନଦୀର ଜୈବ ବିବିଧତାକୁ ପ୍ରଭାବିତ କରିବ କି ବୋଲି ପ୍ରଶ୍ନରେ ସେଥିପ୍ରତି ଧ୍ୟାନ ଦିଆଯାଇଥିବା ଜିଲାପାଳ ଚୟନୀ କହିଛନ୍ତି। ବାରବାଟୀରେ ଅନେକ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ମାତ୍ର ଖେଳାଳିମାନେ ରହିବା ପାଇଁ ଏଠାରେ ପଞ୍ଚତାରକା ହୋଟେଲ ସୁବିଧା ନାହିଁ। ସେହିପରି ସହରରେ ଗୋଟିଏ ରିକ୍ରିଏସନ ହବ୍‌ ମଧ୍ୟ ନାହିଁ। ଏବେ ବର୍‌ଫି ଏହି ସମସ୍ତ ଅଭାବ ଅସୁବିଧାକୁ ପୂରଣ କରିବା ସହିତ କଟକର ଗରିମାକୁ ବୃଦ୍ଧି କରିବ ବୋଲି ଜିଲାପାଳ କହିଛନ୍ତି। ବାଲିଯାତ୍ରା ସହିତ କଟକର ସମ୍ପର୍କ ରହିଛି। ତେଣୁ ଉକ୍ତ ପ୍ରକଳ୍ପର ନାମକୁ ବାଲିଯାତ୍ରା ସହିତ ଯୋଡାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri