ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍‌ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍‌ପି କନ୍‌ଓ୍ବର ବିଶାଲ ସିଂ ଓ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମାଡକର ସନ୍ଦୀପ ସମ୍ପତ। ବେଷ୍ଟ ଆଓ୍ବାର୍ଡ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚୟନ କରିଥିବା ଦେଶର ୯୪ଜଣ ଅଫିସରଙ୍କ ମଧ୍ୟରେ ରାଜ୍ୟର ଏହି ଦୁଇ ଅଫିସର ରହିଛନ୍ତି। ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସେମାନଙ୍କୁ ଭାରତର ରାଷ୍ଟ୍ରପତି ପୁରସ୍କାର ସ୍ବରୂପ ପଦକ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।
୨୦୧୩ରେ ଆଇପିଏସ୍‌ ଅଫିସର ସିଂ ସବ୍‌ଡିଭିଜନାଲ ଅଧିକାରୀ ଭାବେ କନ୍ଧମାଳ ଜିଲାର ବାଲିଗୁଡାରେ ଥିବାବେଳେ ୩ ନାବାଳିକା ବଳାକତ୍ାର ମାମଲାର ତଦନ୍ତଭାର ନେଇଥିଲେ। ଠିକ୍‌ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ କୋର୍ଟରେ ଦାଖଲ କରିଥିଲେ। ଫଳରେ ଅଭିଯୁକ୍ତମାନଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ। ସେହିଭଳି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ସମ୍ପତ ୨୦୧୫ରେ ମାଲକାନଗିରି ଜିଲାରେ ସବ୍‌ଡିଭିଜନାଲ ପୋଲିସ ଅଫିସରଭାବେ ଦାୟିତ୍ୱରେ ଥିବାବେଳେ ଏକ ନାବାଳିକା ବଳାତ୍କାର ମାମଲାରେ ସଫଳତାର ସହ ତଦନ୍ତ କରିଥିଲେ। ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ଦାଖଲ କରିବାରୁ ଠିକ୍‌ ଦଣ୍ଡାଦେଶ ହୋଇପାରିଥିଲା।
ଏନେଇ ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି, ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଗତ ଦୁଇ ସପ୍ତାହ ହେବ ତଦନ୍ତ ଅଧିକାରୀମାନେ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିଛନ୍ତି। ଆଗକୁ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ଆହୁରି ସୁଧାର ଆସିବ। ଏହା ଆମ ନ୍ୟାୟିକ ବ୍ୟବସ୍ଥା ପାଇଁ ଭଲ କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ତେବେ ଚଳିତବର୍ଷ ଚୟନ ହୋଇଥିବା ପୋଲିସ ଅଫିସରଙ୍କ ମଧ୍ୟରୁ ୧୫ଜଣ ସିବିଆଇରେ କାର୍ଯ୍ୟ କରୁଥିବାବେଳେ ମହାରାଷ୍ଟ୍ର ପୋଲିସର ୧୧ଜଣ, ଉତ୍ତରପ୍ରଦେଶ ପୋଲିସର ୧୦ଜଣ, କେରଳ ପୋଲିସର ୯ଜଣ, ମଧ୍ୟପ୍ରଦେଶ ପୋଲିସର ୮ଜଣ, ଦିଲ୍ଲୀ ପୋଲିସର ୬ଜଣ ରହିଛନ୍ତି। ଏଥିରେ ୧୩ ଜଣ ମହିଳା ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri