ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’: ପଞ୍ଜାବରୁ ଫେରିଲେ ଫସି ରହିଥିବା ୬୯ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଜାବର ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରମାନେ ‘ଓଡ଼ିଶା ମୋ ପରିବାର’ ସହାୟତାରେ ଓଡ଼ିଶା ଫେରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ନିର୍ବାଚନମଣ୍ଡଳୀର ୫ଜଣ ଛାତ୍ରଙ୍କ ସହିତ ଓଡ଼ିଶାର ମୋଟ୍‌ ୧୪୦ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହିତ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହା ଜଣାପଡ଼ିବା ପରେ ତୁରନ୍ତ ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ସେଠାରୁୁ ନୂଆଦିଲ୍ଲୀଠାରେ ଥିବା ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଏହାପରେ ସେ ତୁରନ୍ତ ରେଳବାଇ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଫେରିବା ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ କହିଥିଲେ। ଓଡ଼ିଶା ଫେରିବା ପାଇଁ ୩୫ଜଣ ଛାତ୍ରୀଙ୍କ ସହିତ ମୋଟ୍‌ ୬୯ଜଣଙ୍କ ଲାଗି ମାର୍ଚ୍ଚ ୧୭ ତାରିଖ ଦିନ ଭଟିଣ୍ଡାରୁ ନୂଆଦିଲ୍ଲୀ ରେଳଷ୍ଟେଶନ ପର୍ଯ୍ୟନ୍ତ ସ୍ବତନ୍ତ୍ର ବସ୍‌ ବ୍ୟବସ୍ଥା ହୋଇଥିଲା। ସ୍ବତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତ ନିଜେ ବ୍ୟକ୍ତଗତ ଭବେ ନୂଆଦିଲ୍ଲୀ ରେଳଷ୍ଟେଶନରେ ଉପସ୍ଥିତ ରହି ଛାତ୍ରୀଛାତ୍ରମାନେ ଆସିବାକୁ ଥିବା ବଗିକୁ ସାନିଟାଇଜ କରାଇଥିଲେ। ଛାତ୍ରୀଛାତ୍ରମାନେ ପୁରୁଷୋତ୍ତମ ଏକ୍ସପ୍ରେସର ଉକ୍ତ ବଗିରେ ଆସି ଗୁରୁବାର ସକାଳ ୪ଟା ୨୦ରେ ଭୁବନେଶ୍ୱର ରେଳଷ୍ଟେଶନରେ ପହଞ୍ଚିବାପରେ ଓଡ଼ିଶା ମୋ ପରିବାରର ଆବାହକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ପାନ୍ଥନିବାସକୁ ନିଆଯାଇଥିଲା। ସେଠାରେ ଡକ୍ଟର ଗୋପବନ୍ଧୁ ଦାସ ଓ ଓଟିଡିସିର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମୟୀ ମିଶ୍ର ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପାନ୍ଥନିବାସଠାରେ ଛାତ୍ରୀଛାତ୍ରଙ୍କୁ ଜଳଖିଆ ଦିଆଯିବା ପରେ ଓଡ଼ିଶା ମୋ ପରିବାର ତରଫରୁ ସେମାନଙ୍କ ସହିତ କରୋନା ସଚେତନତା ନେଇ ଆଲୋଚନା କରାଯିବା ସହିତ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଛାତ୍ରୀଛାତ୍ରମାନେ ନିଜ ନିଜ ଘର ଅଭିମୁଖେ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri