ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ପଦକ ଜିତ୍‌ଲେ ସ୍ବାଗତିକା

ଭଟଲି,୧୬।୧୨ (ଡି.ଏନ୍‌.ଏ.)- ଗୋଆ ମାପୁସା ପେଡମ୍‌ ସାଗ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଡିସେମ୍ବର ପହେଲା ହପ୍‌ତାରେ ୩ ଦିନ୍‌ ଧରି ହେଇଥିବାର ଏସ୍‌ସିକେଏଫ୍‌ଆଇ ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌ରେ ବରଗଡ଼ ଜିଲାର ସ୍ବାଗତିକା ମହାନ୍ତି ବ୍ରୋଞ୍ଜ ପଦକ ଜିତି ଜିଲାର ଟେକ୍‌ ରଖିଛନ୍‌। ଇଥିର ଲାଗି ଭିନ୍‌ ଭିନ୍‌ ଆଡୁ ତାକର୍‌ ନିକେ ଶୁଭେଛା ବାରତା ପୁହୁଁଚୁଛେ। ସ୍ବାଗତିକାକଁର ପର୍‌ଦରଶନରେ ତାକର ଗୁରୁ ସମ୍ବଲପୁରର ଦୀପକ ଦାଶ ବି ବହୁତ ଖୁସି ହେଇଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଭଟଲିର ନମିତା ମହାନ୍ତି ଆରୁ ସୁରଜିତ ମହାନ୍ତିକଁର ଗୁଟେବଲି ଝି’ ସ୍ବାଗତିକା ମହାନ୍ତି। ଛୁଆଦିନୁ ତାକର ଖେଳକୁଦ୍‌ ଉପରେ ଝେଁାକ୍‌ ରହିଥିଲାବେଲେ ସେ ଭଲ ପାଠ୍‌ ବି ପଢ଼ୁଛନ୍‌। ସେ ଥାନୀଅ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ଲାବେଲେ ବି ଭିନେ ଭିନେ ଖେଲକୁଦ୍‌ଥି ଭାଂଗ ନେଇ ଅନେକ ପୁରସ୍‌କାର ପାଇଥିଲେ। ଆଏଜ୍‌କାଲି ଟୁକେଲ ଜନମ୍‌ ହେଲେ ଅନେକ ପରିବାର ଦୁଖି ହେଇଯାଉଛନ୍‌। ହେଲେ ସ୍ବାଗତିକାର ଲେଖେଁ ଝି’ଟେ ପାଇ ତାକର ମା’ବାପ୍‌ ବହୁତ୍‌ ଗରବ୍‌ ଅନୁଭବ କରୁଛନ୍‌। ସେନ୍‌ତା ଯେନ୍‌ମାନେ ଟୁକେଲମାନକୁ ଆଡ଼ ନଜରଥି ଦେଖୁଛନ୍‌ ସେମାନକର ଲାଗି ଆମର ଝି’ ଉଦାହରନ୍‌ ହେବାର କଥା ବଲି ସେମାନେ କହିଛନ୍‌। ଚଲତି ଡିସେମ୍ବର ୬, ୭ ଆର ୮ ତାରିଖ୍‌ ୩ ଦିନ୍‌ ଧରି ଗୋଆର ମାପୁସା ପେଡମ୍‌ ସାଗ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ତିନ୍‌ ନମ୍ବର ଏସ୍‌ସିକେଏଫ୍‌ଆଇ ସର୍ବଭାରତୀୟ କରାଟେ ଚାମ୍ପିୟନଶିପ ଅନୁଷ୍‌ଠିତ ହେଇଥିଲା। ପର୍‌ତିଯୋଗିତାରେ ୮ଶହ ପରତିଯୋଗୀ ଭାଗ ନେଇଥିଲେ। ଇ ପରତିଯୋଗିତାଥି ସମ୍ବଲପୁରର ସ୍ବୟମ୍ଭୁ ମାରର୍ଶାଲ ଆଟର୍‌ସ ଏକାଡେମୀ ତରଫୁ ସ୍ବାଗତିକା ଭାଗ ନେଇ ବ୍ରୋଞ୍ଜ ପଦକ ଜତିଛନ୍‌। ସ୍ବାଗତିକା ଏହେଦେ ସମ୍ବଲପୁରର ଗୁଟେ କଲେଜଥି ଯୁକ୍ତ ଦୁଇ ବିଜ୍ଞାନ ପାଠ୍‌ ପଢ଼ୁଛନ୍‌। ଇ ସଫଲତା ଲାଗି ତାକର ପୁରନା ସ୍କୁଲର ଗୁରୁମା ଗୁରୁଜୀ, ସାଂଗସାଥିମାନେ ଶୁଭେଛା ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri