Posted inଜାତୀୟ

ସର୍ବବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ହାଇଦ୍ରାବାଦ,୨୨ା୬(ପି.ଟି.) : ବିଶ୍ୱର ସର୍ବବୃହତ୍‌ ବହୁମୁଖୀ ଉଠା ଜଳସେଚନ ପ୍ରକଳ୍ପ କାଲେଶ୍ୱରମ୍‌ (କେଏଲ୍‌ଆଇପି)କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଇ.ଏସ୍‌.ଏଲ. ନରସିଂନ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ସୀମା ନିକଟ ଜୟଶଙ୍କର ଭୂପାଲପାଲ୍ଲୀ ଜିଲାର ମେଡ଼ିଗାଡ୍ଡାଠାରେ ଉଦ୍‌ଘାଟନୀ ସମାରୋହ କରାଯାଇଥିଲା। ଗୋଦାବରୀ ନଦୀ କୂଳଦେଇ ଯାଇଥିବା କେଏଲଆଇପି ଅଧ କି.ମି. ଉଚ୍ଚରେ ଜଳ ଉଠାଇ ବର୍ଷକୁ ୨ଟି ଫସଲ ଲାଗି ୪୫ ଲକ୍ଷ ଏକର ଜମିକୁ ଜଳସେଚିତ କରିପାରିବ। ଏହା ୭୦ ପ୍ରତିଶତ ପାନୀୟ ଜଳ ସଙ୍କଟ ଦୂର କରିବା ସହ ଶିଳ୍ପକୁ ମଧ୍ୟ ଆବଶ୍ୟକ ଜଳ ଯୋଗାଇବ।
ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ତେଲେଙ୍ଗାନା ଭଳି ନୂଆ ରାଜ୍ୟ ପାଇଁ ଉତ୍ସାହ ଆଣିଦେଇଛି। ଏକ କୋଟି ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇବା ସହ ଏକ ସ୍ବର୍ଣ୍ଣିମ ତେଲେଙ୍ଗାନା ଗଠନ କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି କୁହାଯାଉଛି। ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ମେଡ଼ିଗାଡ୍ଡାରେ ସ୍ତ୍ରୀ ଶୋଭା ରାଓଙ୍କ ସହ କେସିଆର ‘ଜପ ସଂକଳ୍ପ ଯଜ୍ଞ’ରେ ଭାଗ ନେଇଥିଲେ। ପରେ ଅତିଥିମାନଙ୍କୁ ପ୍ରକଳ୍ପର ମହାନତା ବୁଝାଇବା ସହ କେସିଆର୍‌ ଫଟୋ ପ୍ରଦର୍ଶନୀ ବୁଲି ଦେଖାଇଥିଲେ। ପରେ ଅତିଥିମାନଙ୍କ ସହ କେନ୍ନେପାଲ୍ଲୀରେ ପହଞ୍ଚି କେସିଆର୍‌ ୬/୧୧ଟି ପମ୍ପ ହାଉସ୍‌ର ଉଦ୍‌ଘାଟନ କରିଥିଲେ। କେସିଆର୍‌ଙ୍କ କ୍ୟାବିନେଟ ସହଯୋଗୀମାନେ ଅନ୍ୟ ବ୍ୟାରେଜ୍‌ ଓ ପମ୍ପହାଉସ୍‌ଗୁଡ଼ିକର ଶୁଭ ଉଦ୍‌ଘାଟନ କରିଥିଲେ।
୮୦,୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୧୬ରେ ଶୁଭ ଦିଆଯାଇଥିଲା। କେଏଲ୍‌ଆଇପି ବିଶ୍ୱର ଏମିତି ଏକ ପ୍ରକଳ୍ପ ଯାହାକି ଦିନକୁ ୨ ହଜାର ନିୟୁତ କ୍ୟୁବିକ୍‌ ଫୁଟ ଜଳ ଉଠାଇଥାଏ। ଜଳ ସମସ୍ୟା ଦୂର କରିବା ସହ ଗୋଦାବରୀ ଓ କ୍ରିଷ୍ଣାନଦୀ ଜଳ ଆବଣ୍ଟନ ସମ୍ପର୍କରେ କେସିଆର୍‌ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଚଳିତ ମାସ ଶେଷଭାଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ତେଲେଙ୍ଗାନା ସରକାର ପ୍ରକଳ୍ପ ଲାଗି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କେନ୍ଦ୍ରଠାରୁ ଟଙ୍କାଟିଏ ସାହାଯ୍ୟ ଆସି ନ ଥିବା କେସିଆର୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କେନ୍ଦ୍ର ସରକାର କାଲେଶ୍ୱରମ୍‌ ପ୍ରକଳ୍ପକୁ ଜାତୀୟ ମାନ୍ୟତା ନ ଦେବାରୁ କେସିଆର୍‌ ନିଜସ୍ବ ପ୍ରୟାସରେ ଏହା କରିଛନ୍ତି। ତେଣୁ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କାଲେଶ୍ୱରମ୍‌ ପ୍ରକଳ୍ପ ଉଦ୍‌ଘାଟନ ପରେ ରାଜ୍ୟବ୍ୟାପୀ ଉତ୍ସବ ପାଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri