ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି। ସରୋଜ ସବୁବେଳେ କହୁଥିଲେ ଯଦି ମାଧୁରୀ ନ ଥାଆନ୍ତେ ତେବେ ସେ ହୁଏତ ବଲିଉଡ୍‌ରେ ନ ଥାଆନ୍ତେ। ବଲିଉଡ୍‌ର ତେଜାବ କୁଇନ୍‌ ମାଧୁରୀ ମଧ୍ୟ ସରୋଜଙ୍କୁ ଗୁରୁ ସହ ମା’ଭଳି ସ୍ନେହ ଶ୍ରଦ୍ଧା କରନ୍ତି। ଜୁଲାଇ ୩ରେ ସରୋଜଙ୍କ ପରଲୋକ ମାଧୁରୀଙ୍କ ଜୀବନର ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏବେ ସରୋଜଙ୍କ ପରିବାର ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା କରିବା କଥା ଚିନ୍ତା କରାଯାଇଥିବା ବେଳେ ମାଧୁରୀ କିନ୍ତୁ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଥିବା ଜଣାପଡିଛି। ସରୋଜଙ୍କ ସାନ ଝିଅ ଏକ ବିଶେଷ ସାକ୍ଷାତ୍‌କାରରେ କହିଛନ୍ତି ମାଧୁରୀ ମ୍ୟାଡାମ ନ ଆସିଲେ ହୁଏତ ଆମେ ଶୋକସଭା ନ କରିପାରୁ। କାରଣ ମୋ ମା’ ମାଧୁରୀଙ୍କୁ ଝିଅଠାରୁ ଅଧିକ ଦେଖୁଥିଲେ। ତେଣୁ ମୋର ଭାଇ ଓ ମାଧୁରୀ ମ୍ୟାଡାମ ଏଥିରେ ଉପସ୍ଥିତ ରହିବା ଜରୁରୀ। ଅନ୍ୟପଟେ ଘରେ ୮୭ ବର୍ଷୀୟା ବୃଦ୍ଧା ମା’ ଥିବାରୁ ମାଧୁରୀ ଏବେ ଘରୁ ବାହାରକୁ ବାହରିବାକୁ ଚାହୁଁ ନ ଥିବା କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧୁରୀ ଏପରି କହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri