ସରୁନି ପାଇପ୍‌ ବିଛା, ଜଳଯୋଗାଣ ନେଇ ଅନିଶ୍ଚିତତା

ବାଲେଶ୍ୱର ଅଫିସ, ୧୬।୧୨(ମାନସ ବିଶ୍ୱାଳ)-ବାଲେଶ୍ୱର ସହରକୁ ୨୦୧୫ରୁ ଅମୃତ ଯୋଜନାରେ ସାମିଲ କରାଯାଇ ପାଇପ୍‌ ବିଛା କାର୍ଯ୍ୟ ଚାଲିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି କାମ ଶେଷ କରାଯାଇ ସହରର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଯାଏ ୫୦ପ୍ରତିଶତ ପାଇପ୍‌ ବିଛା କାର୍ଯ୍ୟ ଶେଷ ହୋଇଛି। ହେଲେ ବହୁ ଜାଗାରେ ପାଇପ୍‌ ବିଛାଇବା ସମୟରେ ସାବଧାନତା ଅବଲମ୍ବନ କରାଯାଉ ନ ଥିବାରୁ ଭାସ୍କରଗଞ୍ଜ, ତେଲେଙ୍ଗାସାହି, ଡିଫେନ୍ସ କଲୋନୀ ଭଳି ବିଭିନ୍ନ ସ୍ଥାନରେ ପୁରୁଣା ପାଇପ୍‌ ଫାଟିଯାଇ ରାସ୍ତାରେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଲୋକମାନେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସହରରେ ୩୧ଟି ୱାର୍ଡରେ ରାସ୍ତା ଖୋଳା ଓ ପାଇପ୍‌ ବିଛା ଏଯାଏ ଅଧାପନ୍ତରିଆ ଅବସ୍ଥାରେ ରହିଛି। ୨୦୨୦ ସୁଦ୍ଧା ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ଯୋଜନା ରଖାଯାଇଥିବା ବେଳେ ସହରର ସମସ୍ତ ରାସ୍ତା ଓ ଗଳିକନ୍ଦିରେ ପାଇପ୍‌ ବିଛା କାମ ସରିନାହଁି। ଏଥିସହ ସୋନ ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରୋଜେକ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ ହୋଇ ସହରରେ ୨୯ଲକ୍ଷ ଲିଟର ଜଳ ଧାରଣ କ୍ଷମତା ଥିବା ୬ଟି ବୃହତ ଟାଙ୍କି ନିର୍ମାଣ ଆରମ୍ଭ ହୋଇଛି। ମୁଖ୍ୟତଃ ଭୂତଳ ଜଳ ଉତ୍ତୋଳନ କରାଯାଇ ସାରା ସହରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବାର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏଯାଏ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହଁି। ସହରର ପ୍ରାୟ ୧୭୦ କି.ମି. ରାସ୍ତାରେ ପାଇପ୍‌ ବିଛା ସରିଛି। ଦୁଃଖର କଥା ଯେ, ପାନୀୟ ଜଳ ଯୋଗାଣ ନାଁରେ ସହରର ପ୍ରମୁଖ ରାସ୍ତାକୁ ବାରମ୍ବାର ଖୋଳାଯିବା ଓ ପୋତିବା କାରଣରୁ ରାସ୍ତା ନଷ୍ଟ ହେଉଛି। ଏ ବାବଦରେ ଗ୍ରାମ୍ୟ ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) ପକ୍ଷରୁ ବିଧିବଦ୍ଧ ଅନୁଧ୍ୟାନ କରାଯାଉ ନ ଥିବାରୁ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛା ନିମ୍ନମାନର ହେଉଥିବା ପରିଲକ୍ଷିତ ହେଉଛି। କେଉଁଠି ରାସ୍ତା ମଝି ତ ଆଉ କେଉଁଠି ୧୦ ଫୁଟ୍‌ ରାସ୍ତାର ଦୁଇ ପାର୍ଶ୍ୱରେ ପାଣି ପାଇପ୍‌ ନିମନ୍ତେ ରାସ୍ତା ଖୋଳାଯାଉଛି। ଫଳରେ ସହରର ଗଳିକନ୍ଦି ଓ ପ୍ରମୁଖ ରାସ୍ତା ନଷ୍ଟ ହେବାକୁ ବସିଲାଣି। ପାନୀୟ ଜଳ ଷ୍ଟୋରେଜ ନିମନ୍ତେ ବୃହତ ଟାଙ୍କି ନିର୍ମାଣ ଓ ପ୍ରତି ଘରକୁ ପାନୀୟ ଜଳଯୋଗାଣ ଲାଗି ସଂଯୋଗୀକରଣ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ୨୦୨୦ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହେବା ନେଇ ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପରମେଶ୍ୱର ଜେନା କହିଛନ୍ତି, ଏହି ଯୋଜନାରେ ସହରରେ ମୋଟ ୨୬୦ କି.ମି. ପର୍ଯ୍ୟନ୍ତ ନୂତନ ପାଇପ୍‌ ବିଛାଯିବାର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୧୮୫ କି.ମି. ନୂତନ ପାଇପ୍‌ ବିଛା ସରିଲାଣି। ସହରର ବିଭିନ୍ନ ସ୍ଥାନରେ ପାଇପ୍‌ ଖୋଳିବା ଯୋଗୁ ସୃଷ୍ଟି ହେଉଥିବା ରାସ୍ତା ଦୁରବସ୍ଥାକୁ ମରାମତି କରିବା ପାଇଁ ଗତ ଅକ୍ଟୋବର ୨୯ତାରିଖରୁ ପାଇପ୍‌ ବିଛା କାମ ବନ୍ଦ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ମରାମତି କାର୍ଯ୍ୟ ଶେଷ ହୋଇଯାଇଛି। ଜିଲାପାଳଙ୍କ ଅନୁମତି ପରେ ବାକି ଥିବା ୭୫ କି.ମି. ପାଇପ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଯିବ। ନିର୍ଦ୍ଧାରିତ ସମୟ ମାର୍ଚ୍ଚ ୨୦୨୦ ସୁଦ୍ଧା ଲକ୍ଷ୍ୟ ପୂରଣ କରାଯିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri