ସରୁନି ପାଇପ୍‌ ବିଛା, ଜଳଯୋଗାଣ ନେଇ ଅନିଶ୍ଚିତତା

ବାଲେଶ୍ୱର ଅଫିସ, ୧୬।୧୨(ମାନସ ବିଶ୍ୱାଳ)-ବାଲେଶ୍ୱର ସହରକୁ ୨୦୧୫ରୁ ଅମୃତ ଯୋଜନାରେ ସାମିଲ କରାଯାଇ ପାଇପ୍‌ ବିଛା କାର୍ଯ୍ୟ ଚାଲିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି କାମ ଶେଷ କରାଯାଇ ସହରର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଯାଏ ୫୦ପ୍ରତିଶତ ପାଇପ୍‌ ବିଛା କାର୍ଯ୍ୟ ଶେଷ ହୋଇଛି। ହେଲେ ବହୁ ଜାଗାରେ ପାଇପ୍‌ ବିଛାଇବା ସମୟରେ ସାବଧାନତା ଅବଲମ୍ବନ କରାଯାଉ ନ ଥିବାରୁ ଭାସ୍କରଗଞ୍ଜ, ତେଲେଙ୍ଗାସାହି, ଡିଫେନ୍ସ କଲୋନୀ ଭଳି ବିଭିନ୍ନ ସ୍ଥାନରେ ପୁରୁଣା ପାଇପ୍‌ ଫାଟିଯାଇ ରାସ୍ତାରେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଲୋକମାନେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସହରରେ ୩୧ଟି ୱାର୍ଡରେ ରାସ୍ତା ଖୋଳା ଓ ପାଇପ୍‌ ବିଛା ଏଯାଏ ଅଧାପନ୍ତରିଆ ଅବସ୍ଥାରେ ରହିଛି। ୨୦୨୦ ସୁଦ୍ଧା ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ଯୋଜନା ରଖାଯାଇଥିବା ବେଳେ ସହରର ସମସ୍ତ ରାସ୍ତା ଓ ଗଳିକନ୍ଦିରେ ପାଇପ୍‌ ବିଛା କାମ ସରିନାହଁି। ଏଥିସହ ସୋନ ନଦୀରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରୋଜେକ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ପରିବର୍ତ୍ତନ ହୋଇ ସହରରେ ୨୯ଲକ୍ଷ ଲିଟର ଜଳ ଧାରଣ କ୍ଷମତା ଥିବା ୬ଟି ବୃହତ ଟାଙ୍କି ନିର୍ମାଣ ଆରମ୍ଭ ହୋଇଛି। ମୁଖ୍ୟତଃ ଭୂତଳ ଜଳ ଉତ୍ତୋଳନ କରାଯାଇ ସାରା ସହରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବାର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏଯାଏ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହଁି। ସହରର ପ୍ରାୟ ୧୭୦ କି.ମି. ରାସ୍ତାରେ ପାଇପ୍‌ ବିଛା ସରିଛି। ଦୁଃଖର କଥା ଯେ, ପାନୀୟ ଜଳ ଯୋଗାଣ ନାଁରେ ସହରର ପ୍ରମୁଖ ରାସ୍ତାକୁ ବାରମ୍ବାର ଖୋଳାଯିବା ଓ ପୋତିବା କାରଣରୁ ରାସ୍ତା ନଷ୍ଟ ହେଉଛି। ଏ ବାବଦରେ ଗ୍ରାମ୍ୟ ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) ପକ୍ଷରୁ ବିଧିବଦ୍ଧ ଅନୁଧ୍ୟାନ କରାଯାଉ ନ ଥିବାରୁ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛା ନିମ୍ନମାନର ହେଉଥିବା ପରିଲକ୍ଷିତ ହେଉଛି। କେଉଁଠି ରାସ୍ତା ମଝି ତ ଆଉ କେଉଁଠି ୧୦ ଫୁଟ୍‌ ରାସ୍ତାର ଦୁଇ ପାର୍ଶ୍ୱରେ ପାଣି ପାଇପ୍‌ ନିମନ୍ତେ ରାସ୍ତା ଖୋଳାଯାଉଛି। ଫଳରେ ସହରର ଗଳିକନ୍ଦି ଓ ପ୍ରମୁଖ ରାସ୍ତା ନଷ୍ଟ ହେବାକୁ ବସିଲାଣି। ପାନୀୟ ଜଳ ଷ୍ଟୋରେଜ ନିମନ୍ତେ ବୃହତ ଟାଙ୍କି ନିର୍ମାଣ ଓ ପ୍ରତି ଘରକୁ ପାନୀୟ ଜଳଯୋଗାଣ ଲାଗି ସଂଯୋଗୀକରଣ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ୨୦୨୦ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବ ହେବା ନେଇ ଆଶଙ୍କା ଦେଖାଦେଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପରମେଶ୍ୱର ଜେନା କହିଛନ୍ତି, ଏହି ଯୋଜନାରେ ସହରରେ ମୋଟ ୨୬୦ କି.ମି. ପର୍ଯ୍ୟନ୍ତ ନୂତନ ପାଇପ୍‌ ବିଛାଯିବାର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୧୮୫ କି.ମି. ନୂତନ ପାଇପ୍‌ ବିଛା ସରିଲାଣି। ସହରର ବିଭିନ୍ନ ସ୍ଥାନରେ ପାଇପ୍‌ ଖୋଳିବା ଯୋଗୁ ସୃଷ୍ଟି ହେଉଥିବା ରାସ୍ତା ଦୁରବସ୍ଥାକୁ ମରାମତି କରିବା ପାଇଁ ଗତ ଅକ୍ଟୋବର ୨୯ତାରିଖରୁ ପାଇପ୍‌ ବିଛା କାମ ବନ୍ଦ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ମରାମତି କାର୍ଯ୍ୟ ଶେଷ ହୋଇଯାଇଛି। ଜିଲାପାଳଙ୍କ ଅନୁମତି ପରେ ବାକି ଥିବା ୭୫ କି.ମି. ପାଇପ୍‌ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଯିବ। ନିର୍ଦ୍ଧାରିତ ସମୟ ମାର୍ଚ୍ଚ ୨୦୨୦ ସୁଦ୍ଧା ଲକ୍ଷ୍ୟ ପୂରଣ କରାଯିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri