ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧଘଣ୍ଟା ବଢ଼ିଲା, ୪ର୍ଥ ଶନିବାର ସରକାରୀ ଅଫିସ ଛୁଟି

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟସୀମା ବୃଦ୍ଧି କରାଯାଇଛି। ଏଣିକି ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌ ଯାଏ ଅଫିସରେ ରହିବାକୁ ବାଧ୍ୟ। ମଧ୍ୟାହ୍ନଭୋଜନ ପାଇଁ ଅଧଘଣ୍ଟା ସମୟ ମିଳିବ। ଏଥିସହିତ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଚତୁର୍ଥ ଶନିବାର ଛୁଟି ରହିବ। ଏହି ଦିବସ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍‌ ଯାଏ ଖୋଲା ରହିବ। ଏହି ସମୟରେ ପ୍ରଶାସନିକ କାର୍ଯ୍ୟରେ ୫-ଟି (ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟ୍ରାନ୍ସପାରେନ୍ସି, ଟାଇମ୍‌ ଓ ଟ୍ରାନ୍ସଫରମେଶନ)କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଆୟୋଜନ କରାଯିବ। ରାଜ୍ୟର ବିକାଶ କ୍ଷେତ୍ରରେ କର୍ମଚାରୀମାନେ ଏହି କର୍ମଶାଳାରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ। ପ୍ରଶାସନିକ କାର୍ଯ୍ୟକୁ ଚଳଚଞ୍ଚଳ କରିବାକୁ ଏଭଳି କରାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମଧ୍ୟାହ୍ନଭୋଜନ ଛୁଟି ଅଧ ଘଣ୍ଟାଏ ରଖାଯାଇଥିଲା। ଏଥିସହିତ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ଘୋଷଣା କରାଯାଇଥିଲା। ତେବେ ପୂର୍ବରୁ ପ୍ରଚଳିତ ମାସର ଦ୍ୱିତୀୟ ଶନିବାର ଛୁଟି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହି ବିଜ୍ଞପ୍ତି ପରେ ସଚିବାଳୟର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଚତୁର୍ଥ ଶନିବାର ଯେଉଁ କର୍ମଶାଳା ଓ ଦକ୍ଷତା ଶିବିର କରିବାକୁ ନିଷ୍ପତ୍ତି ହୋଇଛି, ତାହା କେବଳ କାଗଜ କଲମରେ ସୀମିତ ରହିବା ଛଡା କିଛି ନୁହେଁ। କିଛିମାସ ସରକାରୀ ନିୟମ ପାଳନ କରାଯିବ । ପରେ କେବଳ କର୍ମଚାରୀମାନେ ଛୁଟିରେ ରହିବା ଛଡା ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri