ସରକାରଙ୍କ ତଥ୍ୟ ଭେଳିକି, ଭୟରେ ଜନତା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଉଛି। ଏପରିକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଏବଂ ଓ୍ବେବ୍‌ସାଇଟ ଯୋଗେ ମଧ୍ୟ ସୂଚନା ଦିଆଯାଇଥାଏ। କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି। ହେଲେ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ରାଜ୍ୟରେ ୬୦କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ପ୍ରଥମେ ସୂଚନା ଦିଆଯାଇଥିଲା। ପରେ ନୂଆ ୫ଆକ୍ରାନ୍ତଙ୍କ ତଥ୍ୟ ସମ୍ପର୍କରେ ଟୁଇଟ୍‌ ଯୋଗେ ସୂଚନା ଦିଆଗଲା। ତେବେ କିଛି ସମୟ ଅନ୍ତରରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ୨ଥର ଭିନ୍ନ ତଥ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା। ମାତ୍ର ଏହାର କିଛି ସମୟ ପରେ ଉକ୍ତ ତଥ୍ୟକୁ ପରିବର୍ତ୍ତନ କରାଯାଇଥିଲା। ସରକାର ନିଜର ଦୁର୍ବଳତା ଲୁଚାଇବାକୁ ୨ୟ ଥର ପାଇଁ ଏକ ଭିନ୍ନ ତଥ୍ୟ ପ୍ରକାଶ କରିଥିବା ଆଲୋଚନା ହେଉଛି।
ସୂଚନାନୁସାରେ ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଥମେ ଯେଉଁ ତଥ୍ୟ ଜାରି କରାଯାଇଥିଲା ସେଥିରେ ଉଲ୍ଲେଖ ରହିଥିଲା ଯେ, ବମିଖାଲ୍‌ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ୫୦ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ପର୍ଯ୍ୟନ୍ତ ସ୍ଥାନୀୟ ଜୟଦୁର୍ଗାନଗରସ୍ଥିତ ବେବିଲୋନ ଆପାର୍ଟମେଣ୍ଟ ଘରେ ଥିଲେ। ଏହି ସମୟ ମଧ୍ୟରେ ସେ ପରିବା, ଗ୍ରସେରି କିଣିବା ପାଇଁ ବାହାରକୁ ଯାଇଥିଲେ। ସ୍ଥାନୀୟ ଗଣେଶ ମଣ୍ଡପ ପରିବା ଦୋକାନ, ଓଭରବ୍ରିଜ ନିକଟ ରିଲାଏନ୍ସ ଫ୍ରେଶ୍‌କୁ ଯାଇଥିଲେ। ଏପରି କି ବମିଖାଲ ଏବଂ ରସୁଲଗଡ଼ ମାର୍କେଟ ମଧ୍ୟ ଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ କୌଣସି ଲକ୍ଷଣ ନ ଥିଲା ବୋଲି ଉକ୍ତ ତଥ୍ୟରେ ଉଲ୍ଲେଖ ରହିଥିଲା। ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ବମିଖାଲକୁ ଗତ ୩ତାରିଖ ରାତିରୁ ଆବଦ୍ଧ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ୍‌) ଭାବେ ଘୋଷଣା କରାଯାଇଛି, ଯାହାଫଳରେ ସେହି ଅଞ୍ଚଳରେ ଥିବା ଲୋକେ ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାର ଲୋକ ସେ ଅଞ୍ଚଳ ଭିତରକୁ ପ୍ରବେଶ କରିପାରିବେ ନାହିଁ। ତେବେ ଆବଦ୍ଧ ଅଞ୍ଚଳରେ ଥାଇ ୫୭ ନମ୍ବର ଆକ୍ରାନ୍ତ ଜଣଙ୍କ କିପରି ବାରମ୍ବାର ବାହାରକୁ ଆସିଲେ ଏବଂ ହାଟ ବଜାର ବୁଲିଲେ, ତାକୁ ନେଇ କରୋନା କଟକଣା ବାବଦରେ ପ୍ରଶାସନର ଆନ୍ତରିକତା ଏବଂ ଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଏହାର କିଛି ସମୟ ପରେ ବିଭାଗ ପକ୍ଷରୁ ଉକ୍ତ ତଥ୍ୟକୁ ବଦଳାଇ ଦିଆଯାଇଥିଲା। ନୂଆ ତଥ୍ୟ ଅନୁସାରେ ଉକ୍ତ ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ଘରେ କେବଳ ରହିଥିଲେ ବୋଲି ସୂଚନା ଦିଆଯାଇଛି। ଯଦି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭୁଲ୍‌କ୍ରମେ ୫୭ନମ୍ବର ଆକ୍ରାନ୍ତ ସମ୍ପର୍କରେ ଏଭଳି ଭୁଲ୍‌ ତଥ୍ୟ ପ୍ରକାଶ କରିଥିବେ ତାହା ଅତ୍ୟନ୍ତ ସାଂଘାତିକ। କାରଣ ସରକାରଙ୍କ ତଥ୍ୟ ଉପରେ ଆସ୍ଥା ପ୍ରକାଶ କରୁଥିବା ସାଧାରଣ ଲୋକଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି। ଲକ୍‌ଡାଉନ ଯୋଗୁ କଷ୍ଟରେ ସମୟ ବିତାଉଥିବା ଲୋକେ ଏଭଳି ତଥ୍ୟ ପାଇବାପରେ ଆତଙ୍କିତ ହୋଇ ଯଦି କିଛି ଭଲମନ୍ଦ କରି ବସିଲେ, ସେଥିପାଇଁ ଦାୟୀ କିଏ ହେବ। ଅନ୍ୟପକ୍ଷରେ ଯଦି ପ୍ରଥମ ପ୍ରକାଶିତ ତଥ୍ୟ ଠିକ୍‌ ଥିଲା ଏବଂ ଲୁଚାଇବାକୁ ଯାଇ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଗଲା ତାହା ମଧ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ। କୋଭିଡ-୧୯ ଭଳି ସମ୍ବେଦନଶୀଳ ଘଟଣାରେ ଯଦି ସରକାରୀ ବିଭାଗ ପକ୍ଷରୁ ତଥ୍ୟ ଘୋଟାଲା କରାଯିବ ତେବେ ଲୋକେ କାହାକୁ ବିଶ୍ୱାସ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଖବରଦାତା ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ନିଯୁକ୍ତ ସରକାରୀ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏକ ଦିବସୀୟ କ୍ରିକେଟରେ ଯେପରି ବଲ୍‌ ପିଛା ବିବରଣୀ ପ୍ରକାଶ କରାଯାଏ, ସେଭଳି ଭାବେ କରୋନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ଠାରୁ ତଥ୍ୟ ଆଶା କରନ୍ତୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏପରି କି ସେ କହିଥିଲେ ଯେ, ଯେତିକି ଆବଶ୍ୟକ ତଥ୍ୟ ସରକାର ଦେଉଛନ୍ତି ସେତିକି ଗଣମାଧ୍ୟaମ ପ୍ରକାଶ କରନ୍ତୁ। ମଙ୍ଗଳବାର ୫୭ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପରିବର୍ତ୍ତନ ପରେ ମୁଖପାତ୍ରଙ୍କ ଉକ୍ତ ମନ୍ତବ୍ୟ ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଭୋଟରଙ୍କୁ ମନ୍ଦିରରେ ଶପଥ କରାଉଛନ୍ତି ବିଜେଡି ନେତା

ଭୁବନେଶ୍ୱର, ୧୫।୪(ସୁନିତ୍‌ ମିଶ୍ର):ବିଜେଡି ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲ୍ଲଂଘନ କରିଆସିଛି। ଏନେଇ...

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri