ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇ ନେବାକୁ ବସିଲେଣି। ସୂଚନା ଅନୁଯାୟୀ, କଣାସ ବ୍ଲକର ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, ବଡାସ, ଗଡ଼ବଳଭଦ୍ରପୁର ପଞ୍ଚାୟତର ୨୫ଶହ ହେକ୍ଟର ଜମିରେ ପ୍ରତିବର୍ଷ ଚିନାବାଦାମ ଚାଷ କରାଯାଏ। ତେବେ ପ୍ରଶାସନ ପକ୍ଷରୁ ଠିକ୍‌ ସମୟରେ ଚିନାବାଦାମ ବିହନ ଯୋଗାଇ ଦିଆଯାଉ ନ ଥିବାରୁ ଚାଷୀମାନେ ବାହାର ଜିଲାରୁ ଚଢା ଦରରେ ବିହନ କିଣି ଚାଷ କରିଥାନ୍ତି। ସେହିପରି ଅମଳ ସମୟରେ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ହଇରାଣ ହୋଇଥାନ୍ତି। ଠିକ୍‌ ଦରରେ ଚିନାବାଦାମ ବିକି ପାରନ୍ତି ନାହିଁ। ବାହାର ବେପାରୀଙ୍କୁ କମ୍‌ ମୂଲ୍ୟରେ ବିକି କ୍ଷତିଗ୍ରସ୍ତ ହୋଇଥାନ୍ତି। ତେଣୁ ଚାଷୀମାନେ ଧୀରେ ଧୀରେ ଚିନାବାଦାମ ଚାଷରୁ ଦୂରେଇ ଯାଉଛନ୍ତି। ସରକାରୀ ବିହନ ବିକ୍ରୟ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦାରବସ୍ତରେ ଧରଣୀସେନ ମଙ୍ଗରାଜ, କଣାସରେ ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତିକୁ ସ୍ବୀକୃତି ମିଳିଛି। ଚଳିତବର୍ଷ ଧରଣୀସେନ ମଙ୍ଗରାଜ ମାତ୍ର ୩୦ କୁଇଣ୍ଟାଲ ଚିନାବାଦାମ ବିହନ ବିକ୍ରି କରିବା ପାଇଁ ଆଣିଥିଲେ। ପଞ୍ଚୁପଦ୍ମା ମହିଳା ସମବାୟ ସମିତି ଓ କୁଞ୍ଜେଶ୍ୱରୀ ସେବା ସମବାୟ ସମିତି ଚଳିତବର୍ଷ ଚିନାବାଦାମ ବିହନ ଆଣିନାହାନ୍ତି। ଫଳରେ ଅନେକ ଚାଷୀ ବିହନ ପାଇପାରି ନାହାନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ କଣାସ ବ୍ଲକରେ ୨୫ଶହ ହେକ୍ଟର ଜମିରେ ଚିନାବାଦାମ ଚାଷ ହେଉଛି। ଗଡସାନପୁଟ ଓ ଗଡବଡପୁଟ ପଞ୍ଚାୟତରେ ୭୫ ହେକ୍ଟର ଲେଖାଏ, ପାଣ୍ଡିଆକେରା ପଞ୍ଚାୟତରେ ୬୨ହେକ୍ଟର ଜମିରେ ଡୋମନ୍‌ ସେକ୍ସନ ଜରିଆରେ ଚିନାବାଦମ ବିହନ ଯୋଗାଇ ଦିଆଯାଇଥିବା ବ୍ଲକ କୃଷି ଅଧିକାରୀ ଜେ. ନଳିନୀ କହିଛନ୍ତି। ଅନ୍ୟପକ୍ଷରେ ରାଜନେତାଙ୍କ ପ୍ରରୋଚନାରେ କୃଷି ବିଭାଗ ପକ୍ଷରୁ ପଞ୍ଚୁପଦ୍ମା ମହିଳା ସମବାୟ ସମିତିକୁ ଚିନାବାଦାମ ବିହନ ଦିଆଯାଉ ନ ଥିବା ଏହି ସମିତିର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। କେତେଜଣ ଚାଷୀ କହିଛନ୍ତି, ନିଗମରୁ କୁଇଣ୍ଟାଲ ପିଛା ୮୨୩୬ ଟଙ୍କାରେ ବିହନ କିଣି ଚାଷୀଙ୍କୁ ବିକିିବା ପରେ ସବ୍‌ସିଡି ବାବଦ ୩ହଜାର ୩୬ ଟଙ୍କା ସରକାରଙ୍କ ଆକାଉଣ୍ଟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ତେବେ ସବ୍‌ସିଡି ଟଙ୍କା ଆସିବାକୁ ୨-୪ ମାସ ସମୟ ଲାଗୁଛି। ତେଣୁ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନେ ନିଗମରୁ ଚିନାବାଦାମ ଆଣୁନାହାନ୍ତି। ପାଣ୍ଡିଆକେରା ଗ୍ରାମପଞ୍ଚାୟତର ପାଣ୍ଡିଆକେରା, ବଗିପଡ଼ା, ଘରଛିଆ, ଗଡ଼ମାଟିଆପଡ଼ା, ନୂଆସାହି, ନାନକେରା, ଗଡ଼ବଡପୁଟ ପଞ୍ଚାୟତର ବୀରକେଶରପୁର, ବାରଦା, ବାଦଲପୁର, ତିଗିରିଆ, ଗଡ଼ସାନପୁଟ ପଞ୍ଚାୟତର ଗଡ଼ସାନପୁଟ, ଛୋଟିଯୋଡ଼ିି, କଣ୍ଟାବଣିଆ, ଦୋକନ୍ଦା ପଞ୍ଚାୟତର ଦୋକନ୍ଦା, ସବଳଙ୍ଗ, ବଡ଼ାସ ପଞ୍ଚାୟତର ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଗଡ଼ବଳଭଦ୍ରପୁର, ଗୌଡ଼ପାଟଣା, ଅଶ୍ୱତ୍ଥପାରି ପ୍ରଭୃତି ଗ୍ରାମର ଶହ ଶହ ଚାଷୀ ଦୈନନ୍ଦିନ କଣାସ କୃଷି କାର୍ଯ୍ୟାଳୟ ଏବଂ ସ୍ବୀକୃତିପ୍ରାପ୍ତ ବିକ୍ରେତାମାନଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri