ସମସ୍ୟାରେ ଅଟକିଛି ବାରିଝୋଲା ବିକାଶ

ରାୟଗଡ଼ା ଅଫିସ, ୨୦ା୧- ରାୟଗଡ଼ା ଜିଲା ସଦର ବ୍ଲକ୍‌ ହାଲୁଆ ପଞ୍ଚାୟତ ବାରିଝୋଲା ଗାଁରେ ଅନେକ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ହେଲା ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ ପାଇଁ ଆନ୍ତରିକତା ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।
ଗାଁରେ ୧୯୮୬ ନଭେମ୍ବର ୨୭ରେ ସ୍ଥାପନ ହୋଇଥିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଇତିମଧ୍ୟରେ ୩୩ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟର ମରାମତି ହୋଇପାରୁନାହିଁ। ସ୍କୁଲ୍‌ ରୋଷେଇ ଘର ଛାତରେ କଣା ହୋଇଥିବାରୁ ବର୍ଷା ହେଲେ ପାଣି ଜମୁଛି। ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ ପିଲା ପାଠ ପଢ଼ୁଥିବାବେଳେ ସେମାନଙ୍କ ପାଇଁ ରହିଛି ୫ ଶ୍ରେଣୀଗୃହ। ହେଲେ ଶ୍ରେଣୀ କୋଠା ଅବସ୍ଥା ଯେପରି, କାନ୍ଥ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ସ୍କୁଲ୍‌ ପରିସରରେ ନଳକୂପଟିଏ ମଧ୍ୟ ନ ଥିବାରୁ ବାହାରୁ ପାଣି ଅଣାଯାଉଛି। ଏ ବିଷୟରେ ସ୍କୁଲ୍‌ର ପ୍ରଧାନଶିକ୍ଷକ ଶରତ କୁମାର ମାଦଳା କହିଛନ୍ତି, ସମସ୍ୟା ନେଇ ବାରମ୍ବାର ବିଇଓଙ୍କୁ ଅବଗତ କରାଯାଇଛି, ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ବାରିଝୋଲା ଗାଁରେ ପାନୀୟ ଜଳର ଘୋର ଅଭାବ ନେଇ ମହିଳାମାନେ କହିଛନ୍ତି। ୪ବର୍ଷ ତଳୁ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଟାଙ୍କି ନିର୍ମାଣ ହେଲେ ବୋର୍‌ଓ୍ବେଲ୍‌ ପାଣି ସେଠାରେ ସଂରକ୍ଷଣ କରି ରଖାଯାଇପାରିବ ଏବଂ ଗ୍ରାମବାସୀଙ୍କ ଜଳ ସଙ୍କଟ ଦୂର ହୋଇପାରିବ। ହେଲେ ଏ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଗ୍ରାମରେ ଜନସ୍ବାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଉଛି। ହେଲେ ତାହା ଗ୍ରାମବାସୀଙ୍କ ପାଇଁ ଯଥେଷ୍ଟ ହୋଇପାରୁନାହିଁ। ଏ ନେଇ ସରପଞ୍ଚ ସରସ୍ବତୀ ବିଡ଼ିକା କହିଛନ୍ତି, ଜେଇଙ୍କ ଅବହେଳା ଯୋଗୁ ଏପରି ସମସ୍ୟା ହେଉଛି। ଗାଁରେ ଟାଙ୍କି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ କହିଛୁ। ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଗଳୁଛି। ଏହାର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ଏହାଦ୍ୱାରା ପିଲାମାନେ ଖେଳ ଓ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ପ୍ରତିମାସରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ବାଧକ ଉପୁଜୁଥିବା ଅଙ୍ଗନୱାଡ଼ି କର୍ମୀ ଉମାବତୀ ବିଡିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri