ସମସିଆ ଘେରରେ କ୍ଷେମୁଣ୍ଡିପଦର ସ୍କୁଲ

 

ଭବାନୀପାଟଣା, ୭ା୧୨ (ଡି.ଏନ.ଏ.)-
ସବୁ ଛୁଆ କେନ୍‌ଥେଇ ପ୍ରାଥମିକ ଶିକ୍ଷା ପାଇପାରବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସ୍କୁଲ ଛାତ୍ରୀଛାତ୍ରକଁର ଲାଗି ବେଲାକେ ପୁଷ୍ଟିକର ଖାଏଦ୍‌ର ବେବସ୍‌ତା, ୟୁନିଫର୍ମ, ମାହାଲିଆ ବହିପତର, ସୁଁଦର ସ୍କୁଲ କୁଠା, ଶୌଚାଳୟ, ପିଇଲା ପାଏନ୍‌, ଖେଲପଡ଼ିଆ ଆଦିର ବେବସ୍‌ତା କରିଛନ୍‌। ଇ ସବୁର ଦେଖ୍‌ରେଖ ମରାମତି ଭାର ପଁଚେତ ହାତେ ସରକାର ସମରପି ଦେଇଛନ୍‌। ହେଲେ ଅନେକ ଜାଗାରେ ଇ ସବୁ ବେବସ୍‌ତାରେ ଖେଲ୍‌ଢ଼େପ ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କ୍ଷେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନ୍‌ସାରେ ସ୍କୁଲଟା ୨୦୦୭ ସାଲେ ଥାପିତ ହେଇଥିଲା। ଏହେଦେ ସ୍କୁଲରେ ୧ମରୁ ୫ମ ଶ୍ରେଣୀ ତକ୍‌ ୩୫ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ୨ ଝନ୍‌ ଶିକ୍ଷକ ରହିଛନ୍‌। ହେଲେ ସ୍କୁଲରେ ଛାତ୍ରୀଛାତ୍ରକଁର ସମସିଆକେ ନେଇ ବିଭାଗୀୟ ଅଧ୍‌କାରୀକୁଁ ବାରବାର କହେଲେ ବି କେହି ନାଇଁ ଶୁନବାର ବଲି ଗଁାବାସି ଅଭିଯୋଗ କରିଛନ୍‌। ସ୍କୁଲରେ ଶୌଚାଳୟ ଅଭାବୁ ଛାତ୍ରୀଛାତ୍ର ଝାଡ଼ାଝପଟ ଲାଗି ନିୟମଗିରୀ ପାହାଡ଼ ତଲେ ଥିବାର ଝରନାକେ ଯାଉଛନ୍‌। ଇ ଅଂଚଲରେ ଘଁଚ୍‌ ଜଂଗଲ ଥିଲାବେଲେ ସବୁବେଲେ ବାଘ୍‌ଭାଲୁ ଲେଖେଁ ଜଂଗଲି ଜୀବ୍‌ଜଁତୁକର ଭଏ ରହିଛେ। ସେନ୍‌ତା ରଁଧାଘର ଅଭାବୁ ସ୍କୁଲ ବାରନ୍‌ଡାରେ ଛୁଆକର ଲାଗି ରଁଧାବଢ଼ା ହେଉଛେ। ପିଇଲା ପାଏନ୍‌ ସୁବିଧା ନାଇଁଥିବାର ଲାଗି ଛାତ୍ରୀଛାତ୍ର ବେଲାକେ ଖାଇ ସାଏଲା ଉତାରୁ ନିଜର ଥାଲିଗିନା ଧୁଇବାର ଲାଗି ଝରନାକେ ଯାଉଛନ୍‌। ଇ ଦିଗେ ଜିଲା ଶିକ୍ଷା ବିଭାଗ ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri