ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ ଲୋକଙ୍କୁ ୨ କିଲୋ ଅଧିକ ସବ୍‌ସିଡି ଖାଦ୍ୟଶସ୍ୟ ପ୍ରଦାନ ରହିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ଫଳରେ ଲୋକଙ୍କୁ ମାସିକ ୭ କିଲୋ ସବ୍‌ସିଡି ଦରରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ଏହାଦ୍ୱାରା ଦେଶର ୮୦ କୋଟି ଜନସାଧାରଣ ଲାଭବାନ ହେବେ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ଗ୍ରହଣ କରିଛି। ପବ୍ଲିକ ଡିଷ୍ଟ୍ରବ୍ୟୁଶନ ସିଷ୍ଟମ ଦ୍ୱାରା ଲୋକମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ୨୭ ଟଙ୍କାର କିଲୋ ପ୍ରତି ଗହମକୁ ରିହାତି ଦରରେ କିଲୋ ପିଛା ୨ ଟଙ୍କା ଏବଂ ଚାଉଳ କିଲୋ ପିଛା ୩ ଟଙ୍କାରେ ପ୍ରଦାନ କରାଯାଉଥିବା ସେ କହିଛନ୍ତି। ଅଗ୍ରୀମ ଭାବେ ଖାଦ୍ୟ ସାମଗ୍ରୀ କେନ୍ଦ୍ରଠାରୁ ନେବା ଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶ ରହିଛି।
ଆର୍‌ଆର୍‌ବିକୁ ମିଳିବ ୧୩୪୦ କୋଟି
ସାରା ଦେଶରେ ରହିଥିବା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆର୍‌ଆର୍‌ବି)ଗୁଡିକୁ ସରକାର ଅଧିକ ପୁଞ୍ଜି ପ୍ରଦାନ କରିବେ। ସିସିଇଏ ବୁଧବାର ଆର୍‌ଆର୍‌ବିଗୁଡିକୁ ୧୩୪୦ ପୁନଃପୁଞ୍ଜିପ୍ରଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆର୍‌ଆର୍‌ବିଗୁଡିକର ସ୍ଥିତିକୁ ଉନ୍ନତ କରିବା ଦିଗରେ ଏଭଳି ପଦକ୍ଷେପ ନେବାକୁ ସରକାର ସୂଚନା ଦେଇଛନ୍ତି। ଏହି ପୁଞ୍ଜି ମଧ୍ୟରୁ ସରକାର ୬୭୦ କୋଟି ଟଙ୍କା ବ୍ୟବସ୍ଥା କରିଥିବା ବେଳେ ବ୍ୟାଙ୍କଗୁଡିକ ପକ୍ଷରୁ ୬୭୦ କୋଟି ବ୍ୟବସ୍ଥା କରାଯାଇଛି।
ପୋଷାକ କ୍ଷେତ୍ରକୁ ଟିକସ ରିହାତି
ଆପାରେଲ ରପ୍ତାନିକାରୀ ଏବଂ ମେଡ୍‌ ଅପ୍‌ ରପ୍ତାନିକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଟିକସ ରିହାତି ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କେନ୍ଦ୍ର କ୍ୟାପିନେଟ ଏହାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏପ୍ରିଲ ୧ ପରଠାରୁ ଏ କ୍ଷେତ୍ରରେ ଟିକସ କୋହଳ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri