ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ ଲୋକଙ୍କୁ ୨ କିଲୋ ଅଧିକ ସବ୍‌ସିଡି ଖାଦ୍ୟଶସ୍ୟ ପ୍ରଦାନ ରହିଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ଫଳରେ ଲୋକଙ୍କୁ ମାସିକ ୭ କିଲୋ ସବ୍‌ସିଡି ଦରରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ଏହାଦ୍ୱାରା ଦେଶର ୮୦ କୋଟି ଜନସାଧାରଣ ଲାଭବାନ ହେବେ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ଗ୍ରହଣ କରିଛି। ପବ୍ଲିକ ଡିଷ୍ଟ୍ରବ୍ୟୁଶନ ସିଷ୍ଟମ ଦ୍ୱାରା ଲୋକମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ୨୭ ଟଙ୍କାର କିଲୋ ପ୍ରତି ଗହମକୁ ରିହାତି ଦରରେ କିଲୋ ପିଛା ୨ ଟଙ୍କା ଏବଂ ଚାଉଳ କିଲୋ ପିଛା ୩ ଟଙ୍କାରେ ପ୍ରଦାନ କରାଯାଉଥିବା ସେ କହିଛନ୍ତି। ଅଗ୍ରୀମ ଭାବେ ଖାଦ୍ୟ ସାମଗ୍ରୀ କେନ୍ଦ୍ରଠାରୁ ନେବା ଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶ ରହିଛି।
ଆର୍‌ଆର୍‌ବିକୁ ମିଳିବ ୧୩୪୦ କୋଟି
ସାରା ଦେଶରେ ରହିଥିବା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆର୍‌ଆର୍‌ବି)ଗୁଡିକୁ ସରକାର ଅଧିକ ପୁଞ୍ଜି ପ୍ରଦାନ କରିବେ। ସିସିଇଏ ବୁଧବାର ଆର୍‌ଆର୍‌ବିଗୁଡିକୁ ୧୩୪୦ ପୁନଃପୁଞ୍ଜିପ୍ରଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆର୍‌ଆର୍‌ବିଗୁଡିକର ସ୍ଥିତିକୁ ଉନ୍ନତ କରିବା ଦିଗରେ ଏଭଳି ପଦକ୍ଷେପ ନେବାକୁ ସରକାର ସୂଚନା ଦେଇଛନ୍ତି। ଏହି ପୁଞ୍ଜି ମଧ୍ୟରୁ ସରକାର ୬୭୦ କୋଟି ଟଙ୍କା ବ୍ୟବସ୍ଥା କରିଥିବା ବେଳେ ବ୍ୟାଙ୍କଗୁଡିକ ପକ୍ଷରୁ ୬୭୦ କୋଟି ବ୍ୟବସ୍ଥା କରାଯାଇଛି।
ପୋଷାକ କ୍ଷେତ୍ରକୁ ଟିକସ ରିହାତି
ଆପାରେଲ ରପ୍ତାନିକାରୀ ଏବଂ ମେଡ୍‌ ଅପ୍‌ ରପ୍ତାନିକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଟିକସ ରିହାତି ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କେନ୍ଦ୍ର କ୍ୟାପିନେଟ ଏହାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏପ୍ରିଲ ୧ ପରଠାରୁ ଏ କ୍ଷେତ୍ରରେ ଟିକସ କୋହଳ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?