ସପ୍ତାହେ ହେଲା ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକଙ୍କୁ ଲୁଟୁଛନ୍ତି କିଓସ୍କ ବ୍ୟାଙ୍କ ସେବା କେନ୍ଦ୍ର

କାଶୀନଗର,୨୫।୬(ଡି.ଏନ୍‌.ଏ.)- କାଶୀନଗର ଏନ୍‌ଏସି ଅଞ୍ଚଳରେ ଗ୍ରାହକ ଉପଯୁକ୍ତ ଏଟିଏମ୍‌ ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଏଠାରେ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌, ଆନ୍ଧ୍ରବ୍ୟାଙ୍କର ଗୋଟିଏ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଏଟିଏମ୍‌ ରହିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଟଙ୍କା ମହଜୁଦ ରଖାଯାଉ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ୧ ସପ୍ତାହ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନ ଥିବା ଜଣାପଡ଼ିଛି। ଯଦ୍ଦ୍ବାରା ନିଜ ଆକାଉଣ୍ଟରେ ଟଙ୍କା ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ଟଙ୍କା ନ ପାଇ ନିରାଶ ହେବାକୁ ପଡ଼ୁଛି। ସେହିପରି ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଧ୍ୟ ଗ୍ରାହକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ଏଭଳି ପରିସ୍ଥିତିର ଲାଭ ଉଠାଉଛନ୍ତି ମିନି ବ୍ୟାଙ୍କ(କିଓସ୍କ ବ୍ୟାଙ୍କ)।
ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାରେ ବ୍ୟାଙ୍କ ଶାଖା ନ ଥିବାରୁ ସେହି ଅଞ୍ଚଳର ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଆର୍‌ବିଆଇ ପକ୍ଷରୁ କିଓସ୍କ ବ୍ୟାଙ୍କ ସେବା ମାଧ୍ୟମରେ ବ୍ୟାଙ୍କ ସେମାନଙ୍କ ନିକଟରେ ପହଞ୍ଚିବା ବ୍ୟବସ୍ଥା କରାଯାଇଛି। ହେଲେ ଗ୍ରାମାଞ୍ଚଳରେ ଏହି ସେବା କେନ୍ଦ୍ର ଖୋଲିବା ପରିବର୍ତ୍ତେ ଗଜପତି ଜିଲା କାଶୀନଗର ସହରାଞ୍ଚଳରେ ଖୋଲାଯାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଜଣାପଡ଼ିଛି। ଏଟିଏମ୍‌ରେ ଟଙ୍କା ମିଳୁ ନ ଥିବାରୁ ଲୋକେ ମିନି ବ୍ୟାଙ୍କ ମାଧ୍ୟରେ ଟଙ୍କା ଉଠାଇ ନେଉଛନ୍ତି। ଫଳରେ ଏଠାରେ ଗ୍ରାହକଙ୍କ ଅସୁବିଧାର ସୁଯୋଗ ନେଇ ୧୦ ହଜାର ଟଙ୍କା ଉଠାଣ କଲେ୧୦୦ ଟଙ୍କା ପର୍ଯ୍ୟନ୍ତ କମିଶନ ନେଉଥିବା ଜଣାପଡ଼ିଛି। ବ୍ୟାଙ୍କ ପକ୍ଷରୁ କମିଶନ ମିଳୁଥିଲେ ମଧ୍ୟ ଏମାନେ ଗ୍ରାହକଙ୍କୁ ଠକୁଛନ୍ତି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଲୋକେ ବ୍ୟାଙ୍କ ସେବା ନ ପାଇ କାଶୀନଗର ଆସି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କଶୀନଗରରେ ଏଟିଏମ୍‌ଗୁଡ଼ିକରେ ଟଙ୍କା ମହଜୁଦ ରଖିବା ସହ ଗ୍ରାମାଞ୍ଚଳ ତଥା ଅଧ୍ୟୁଷିତ ଅଞ୍ଚଳରେ ମିନି ବ୍ୟାଙ୍କ ସେବାକେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri