Posted inଫୁରସତ

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍‌ଢ଼ାଣା ଜିଲାରେ ସପ୍ତାହ ପୂର୍ବରୁ ଆରମ୍ଭ ହେଲାଣି ମହିଳା ଦିବସ ଉତ୍ସବ। ଜିଲାପାଳ ସୁମନ୍‌ ଚନ୍ଦ୍ରା ଏହାକୁ ସପ୍ତାହବ୍ୟାପୀ ପାଳିବାକୁ ଚିନ୍ତା କରିଥିବାବେଳେ ଏଥିପାଇଁ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି। ସ୍କୁଲ ଛାତ୍ରୀଙ୍କୁ ସଶକ୍ତ କରିବା ଓ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଦିନ ଜିଲାର ଜଣେ ଲେଖାଏ ମେଧାବୀ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ ଦେଇଛନ୍ତି। ଗତ ୨ ତାରିଖରୁ ଏହି ନିଆରା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ପଡୋଲି ଜିଲାପରିଷଦ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରୀ ପୁନମ୍‌ ଦେଶମୁଖ୍‌ ଜିଲାପାଳଙ୍କ ଆସନରେ ବସି ଦିନକ ପାଇଁ ଜିଲାର ଦାୟିତ୍ୱ ସମ୍ଭାଳିଥିଲେ। ଜିଲାପାଳ ଚନ୍ଦ୍ରା ପୁନମ୍‌ଙ୍କୁ କର୍ମଚାରୀଙ୍କ ସହ ପରିଚୟ କରାଇଥିଲେ, ପୁନମ୍‌ ମଧ୍ୟ ଜିଲାପାଳଭାବେ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା କରି ଜିଲାରେ ଅଦିନିଆ ବର୍ଷା ନେଇ ପୁନମ୍‌ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ଚନ୍ଦ୍ରା ପ୍ରକାଶ କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ମଙ୍ଗରୁଲ୍‌ ନବ୍‌ଗରେ ଜେଡ୍‌ପି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ୟୋଗିତା ମାଗର୍‌ ଜିଲାପାଳଙ୍କ ଭାର ସମ୍ଭାଳିଥିଲେ। କାର୍ଯ୍ୟାଳୟ ଦାୟିତ୍ୱ ସହ ସେ ଏକ ସଡ଼କ ନିର୍ମାଣ ଯୋଜନା ବିଷୟରେ ବୁଝିବା ପାଇଁ ଯାଇଥିଲେ। ସେଠାରେ ଠିକାଦାରଙ୍କ ସହ ଆଲୋଚନା କରି ଧୂଳି ପ୍ରଦୂଷଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ୟୋଗିତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତେବେ ଏ ନେଇ ଜିଲାପାଳ ଚନ୍ଦ୍ରା କହିଛନ୍ତି, ଏଠାରେ ଏହି କୁନି ଜିଲାପାଳମାନେ ଅଧିକାରୀଭାବେ କୌଣସି ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ, ତାହା ମୋ ଦାୟିତ୍ୱ। କିନ୍ତୁ ଜଣେ ଜିଲାପାଳଙ୍କ ପ୍ରକୃତ କର୍ତ୍ତବ୍ୟ ଏବଂ ସମସ୍ୟା ନେଇ ଆସୁଥିବା ଶହଶହ ଲୋକଙ୍କ ସହ କିପରି ମିଶିବେ ଏବଂ ଆଲୋଚନା କରିବେ ସେ ବିଷୟରେ ସେମାନେ ବୁଝିବାର ସୁଯୋଗ ପାଇଛନ୍ତି। ସେହିପରି ଦାୟିତ୍ୱ ଶେଷ ପରେ ସେମାନଙ୍କୁ ନିଜର ଅନୁଭବ ବିଷୟରେ ଏକ ସଂକ୍ଷିପ୍ତ ନିବନ୍ଧ ଲେଖିବାକୁ କୁହାଯାଇଛି। ଏହା ଭବିଷ୍ୟତରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ ଚନ୍ଦ୍ରା କହିଛନ୍ତି। ଏଭଳି ପଦକ୍ଷେପକୁ ସୋସିଆଲ୍‌ ମିଡିଆରେ ଅନେକେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri