Posted inଫୁରସତ

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍‌ଢ଼ାଣା ଜିଲାରେ ସପ୍ତାହ ପୂର୍ବରୁ ଆରମ୍ଭ ହେଲାଣି ମହିଳା ଦିବସ ଉତ୍ସବ। ଜିଲାପାଳ ସୁମନ୍‌ ଚନ୍ଦ୍ରା ଏହାକୁ ସପ୍ତାହବ୍ୟାପୀ ପାଳିବାକୁ ଚିନ୍ତା କରିଥିବାବେଳେ ଏଥିପାଇଁ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି। ସ୍କୁଲ ଛାତ୍ରୀଙ୍କୁ ସଶକ୍ତ କରିବା ଓ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଦିନ ଜିଲାର ଜଣେ ଲେଖାଏ ମେଧାବୀ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ ଦେଇଛନ୍ତି। ଗତ ୨ ତାରିଖରୁ ଏହି ନିଆରା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ପଡୋଲି ଜିଲାପରିଷଦ ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରୀ ପୁନମ୍‌ ଦେଶମୁଖ୍‌ ଜିଲାପାଳଙ୍କ ଆସନରେ ବସି ଦିନକ ପାଇଁ ଜିଲାର ଦାୟିତ୍ୱ ସମ୍ଭାଳିଥିଲେ। ଜିଲାପାଳ ଚନ୍ଦ୍ରା ପୁନମ୍‌ଙ୍କୁ କର୍ମଚାରୀଙ୍କ ସହ ପରିଚୟ କରାଇଥିଲେ, ପୁନମ୍‌ ମଧ୍ୟ ଜିଲାପାଳଭାବେ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା କରି ଜିଲାରେ ଅଦିନିଆ ବର୍ଷା ନେଇ ପୁନମ୍‌ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ଚନ୍ଦ୍ରା ପ୍ରକାଶ କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ମଙ୍ଗରୁଲ୍‌ ନବ୍‌ଗରେ ଜେଡ୍‌ପି ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ୟୋଗିତା ମାଗର୍‌ ଜିଲାପାଳଙ୍କ ଭାର ସମ୍ଭାଳିଥିଲେ। କାର୍ଯ୍ୟାଳୟ ଦାୟିତ୍ୱ ସହ ସେ ଏକ ସଡ଼କ ନିର୍ମାଣ ଯୋଜନା ବିଷୟରେ ବୁଝିବା ପାଇଁ ଯାଇଥିଲେ। ସେଠାରେ ଠିକାଦାରଙ୍କ ସହ ଆଲୋଚନା କରି ଧୂଳି ପ୍ରଦୂଷଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ୟୋଗିତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତେବେ ଏ ନେଇ ଜିଲାପାଳ ଚନ୍ଦ୍ରା କହିଛନ୍ତି, ଏଠାରେ ଏହି କୁନି ଜିଲାପାଳମାନେ ଅଧିକାରୀଭାବେ କୌଣସି ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ, ତାହା ମୋ ଦାୟିତ୍ୱ। କିନ୍ତୁ ଜଣେ ଜିଲାପାଳଙ୍କ ପ୍ରକୃତ କର୍ତ୍ତବ୍ୟ ଏବଂ ସମସ୍ୟା ନେଇ ଆସୁଥିବା ଶହଶହ ଲୋକଙ୍କ ସହ କିପରି ମିଶିବେ ଏବଂ ଆଲୋଚନା କରିବେ ସେ ବିଷୟରେ ସେମାନେ ବୁଝିବାର ସୁଯୋଗ ପାଇଛନ୍ତି। ସେହିପରି ଦାୟିତ୍ୱ ଶେଷ ପରେ ସେମାନଙ୍କୁ ନିଜର ଅନୁଭବ ବିଷୟରେ ଏକ ସଂକ୍ଷିପ୍ତ ନିବନ୍ଧ ଲେଖିବାକୁ କୁହାଯାଇଛି। ଏହା ଭବିଷ୍ୟତରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ପ୍ରେରଣା ଯୋଗାଇବ ବୋଲି ଜିଲାପାଳ ଚନ୍ଦ୍ରା କହିଛନ୍ତି। ଏଭଳି ପଦକ୍ଷେପକୁ ସୋସିଆଲ୍‌ ମିଡିଆରେ ଅନେକେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri