ଷ୍ଟକ୍‌ ବଜାରକୁ ଲାଭ ଦେବ ଦୁର୍ବଳ ସରକାର

ମୁମ୍ବାଇ,୧୮-୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଶୁକ୍ରବାର ଷ୍ଟକ୍‌ ବଜାର ର଼୍ୟାଲିରୁ ବେଶ୍‌ ସ୍ପଷ୍ଟ ହେଉଛି। କିନ୍ତୁ ବଜାର ବିଶେଷଜ୍ଞ ଚାହୁଁଛନ୍ତି ଦୁର୍ବଳ ମେଣ୍ଟ ସରକାର କ୍ଷମତାକୁ ଆସୁ। ସେମାନଙ୍କ ଯୁକ୍ତି ହେଲା, ଭାଜପା ନେତୃତ୍ୱାଧୀନ କେନ୍ଦ୍ରରେ ଶକ୍ତିଶାଳୀ ସରକାର ଅମଳରେ ନିବେଶକଙ୍କୁ କମ୍‌ ଫାଇଦା ମିଳିଛି। ସେମାନଙ୍କ ମତରେ ଦୁର୍ବଳ ମେଣ୍ଟ ସରକାର ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ସତର୍କତାର ସହିତ ନିୟନ୍ତ୍ରିତ ତଥା ସନ୍ତୁଳିତ ନିଷ୍ପତ୍ତି ନେଉଥିବାରୁ ଏହା ଅର୍ଥନୀତି ପାଇଁ ଲାଭଦାୟକ ହେଉଛି। ପରିସଂଖ୍ୟାନ ମଧ୍ୟ ତାହା ସ୍ପଷ୍ଟ କରୁଛି। ମେଣ୍ଟ ସରକାର ଅମଳରେ ନିବେଶକମାନେ ଭଲ ରିଟର୍ନ ଅର୍ଥାତ୍‌ ଲାଭ ପାଇଥିବା ତଥ୍ୟରୁ ଜଣାପଡିଛି।
ଉଲ୍ଲେଖ କରାଯାଇପାରେ ଯେ, ୧୯୮୯ରୁ ଦେଶରେ ମେଣ୍ଟ ସରକାର ରହିଆସିଛି। ୨୦୧୪ରେ ମଧ୍ୟ ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଚାଲିଥିଲା। ତେବେ ଭାଜପା ଏକାକୀ ନିଜ ଦମ୍‌ରେ ସରକାର ଗଠନ ଲାଗି ଆସନ ପାଇବା ଯୋଗୁ ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ଉପରେ ଏହାର ବେଶ୍‌ ପ୍ରଭାବ ରହିଥିଲା। ଫଳରେ କେନ୍ଦ୍ରରେ ନିଆଯାଇଥିବା ଏକାଧିକ ଆର୍ଥିକ ନିଷ୍ପତ୍ତି ଏନଡିଏ ସରକାରଙ୍କ କୁହାଯାଉଥିଲେ ହେଁ ବାସ୍ତବରେ ଏହା ଭାଜପାର ବୋଲି କହିବାକୁ ହେବ।
ପରିସଂଖ୍ୟାନକୁ ଦେଖିଲେ ଜଣାପଡେ ଯେ, ବମ୍ବେ ଷ୍ଟକ୍‌ ମାର୍କେଟ(ବିଏସ୍‌ଇ)ର ସମ୍ବେଦୀ ସୂଚକାଙ୍କ(ସେନ୍‌ସେକ୍ସ) ୧୯୮୯ରୁ ୧୯୯୧ର ୨ ବର୍ଷ ଭିତରେ ଦୁଇଗୁଣ ବଢ଼ିଥିଲା। ସେହିଭଳି ୨୦୦୪ରୁ ୨୦୧୪ ମଧ୍ୟରେ ଡଃ ମନମୋହନ ସିଂହଙ୍କ ୟୁପିଏ ମେଣ୍ଟ ସରକାର ବେଳେ ମଧ୍ୟ ସେନ୍‌ସେକ୍ସ ପ୍ରାୟ ୫ ଗୁଣା ବୃଦ୍ଧି ପାଇଥିଲା। ଫାର୍ଷ୍ଟଗ୍ଲୋବ୍‌ ଭାଇସ ଚେୟାରମ୍ୟାନ ତଥା ଜଏଣ୍ଟ ଏମ୍‌ଡି ଶଙ୍କର ଶର୍ମା ଗତ ମାସରେ ଏକ ସାକ୍ଷାତ୍‌କାର ବେଳେ କହିଥିଲେ ଯେ, ତାଙ୍କ ମତରେ ଆର୍ଥିକ ଦୃଷ୍ଟିରୁ ଭାରତ ଲାଗି ଦୁର୍ବଳ ମେଣ୍ଟ ସରକାର ଯଥେଷ୍ଟ ଭଲ। ସେ ନିଜ ମତ ସମର୍ଥନରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ। ତାଙ୍କର କହିବାନୁଯାୟୀ, ଭାରତର ବିକାଶ ଦୃଷ୍ଟିରୁ ଦେଖିଲେ ୧୯୯୧ରୁ ୨୦୧୪ ମଧ୍ୟରେ ଦୀର୍ଘ ୨୩ ବର୍ଷର ଅବଧି ସର୍ବଶ୍ରେଷ୍ଠ ଥିଲା। ସେ କହିଛନ୍ତି ଯେ, ଦୁର୍ବଳ ମେଣ୍ଟ ସରକାର କାରଣରୁ ଏହା ଅତି କଠୋର ନିଷ୍ପତ୍ତି ନେବା ବଦଳରେ ସନ୍ତୁଳିତ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଏ, ଫଳସ୍ବରୂପ ଗଣତାନ୍ତ୍ରିକ ପରିଚାଳନା ସୁନିଶ୍ଚିତ ହୋଇଥାଏ। ଅର୍ଥନୀତି କ୍ଷେତ୍ରରେ ଅଳ୍ପ କେତେଜଣ ନିଷ୍ପତ୍ତି ନେଉଥିଲେ ଏହା ବେଳେ ବେଳେ ହିତଠାରୁ ଅହିତ ବେଶି କରିଥାଏ। ସେହିପରି ଆସ୍‌ମୋର୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଇଣ୍ଡିଆର ସହ ପ୍ରତିଷ୍ଠାତା ଅଶ୍ୱିନୀ ଅଗ୍ରଓ୍ବାଲ କହିଛନ୍ତି ଯେ, ଦୁର୍ବଳ ମେଣ୍ଟ ସରକାର ଅର୍ଥନୀତି ପାଇଁ ପ୍ରତିକୂଳ ନୁହେଁ। ମେଣ୍ଟ ସରକାରଙ୍କ ପ୍ରଧାନମନ୍ତ୍ରୀ କିଏ ହେବ, ତାହା ଉପରେ ସରକାରଙ୍କ ସଫଳତା ଅଥବା ବିଫଳତା ନିର୍ଭର କରିବ।
ଏହାଛଡ଼ା ସରକାର କିଭଳି ହେବ, ନୂଆ ଅର୍ଥମନ୍ତ୍ରୀଙ୍କ ଚୟନ ତଥା ତାଙ୍କର ଦାୟିତ୍ୱ ଗ୍ରହଣ ପର୍ଯ୍ୟନ୍ତ ଆର୍‌ବିଆଇର ଭୂମିକା, ନୂଆ ବଜେଟ ଆଦି ଏହି ସବୁ ପ୍ରସଙ୍ଗ ଉପରେ ସରକାରଙ୍କ ସଫଳତା ନିର୍ଭର କରିବ ବୋଲି ସେ କହିଛନ୍ତି। ଓଲ୍ଡବ୍ରିଜ୍‌ କ୍ୟାପିଟାଲ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା କେନିଥ ଅନ୍ଦ୍ରାଦେ ମଧ୍ୟ ଶର୍ମାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ, ଅତୀତର ସାଧାରଣ ନିର୍ବାଚନ ଏବଂ ସେମାନଙ୍କ ଫଳାଫଳ ଉପରେ ଧ୍ୟାନ ଦେଲେ ଜଣାପଡେ ଯେ, ଏକାଧିକ ରାଜନୈତିକ ଦଳକୁ ନେଇ ଗଠିତ ଦୁର୍ବଳ ମେଣ୍ଟ ସରକାର ସର୍ବଶ୍ରେଷ୍ଠ ଥିଲା। ନବେ ଦଶକର ମଧ୍ୟଭାଗରେ ଦୁର୍ବଳ ମେଣ୍ଟ ସରକାର ଗଠନ ହୋଇଥିଲା ଏବଂ ସେତେବେଳେ ପେସାଦାର ଲୋକେ ସରକାର ଚଳାଉଥିଲେ। ଅନ୍ୟପକ୍ଷରେ ଅନ୍ୟ କେତେକ ବଜାର ବିଶେଷଜ୍ଞଙ୍କ ମତରେ କେନ୍ଦ୍ରରେ କାହାର ସରକାର ଗଠନ ହେଉଛି, ତାହା ବଡ଼ କଥା ନୁହେଁ। ମାର୍ସେଲ୍ସ କ୍ୟାପିଟାଲ ପ୍ରତିଷ୍ଠାତା ସୌରଭ ମୁଖାର୍ଜୀଙ୍କ ମତରେ ଦେଶର ଗତ ୪୦ରୁ ୫୦ ବର୍ଷର ଇତିହାସ ଦେଖିଲେ, ଏହା ସ୍ପଷ୍ଟ ହୁଏ ଯେ, ରାଜନୀତି ସହ ଅର୍ଥନୀତ କିମ୍ବା ଶେୟାର ବଜାରର ବିଶେଷ କିଛି ଯୋଗସୂତ୍ର ନାହିଁ। ଗତ ୫ ଦଶକର ଦେଶର ଜିଡିପି ଅଭିବୃଦ୍ଧି ଗତ ଏକ ଦଶକ ଠାରୁ ଭଲ ଥିଲା। ସେ କହିଛନ୍ତି ଯେ, ୧୯୯୧ ପରଠାରୁ ଦେଶର ଅର୍ଥନୀତିରେ ବିଶେଷ ଫରକ ଦେଖାଯାଇନି। ବିଭିନ୍ନ ସରକାରଙ୍କ ଆର୍ଥିକ ନୀତିରେ କ୍ରମାଗତ ଧାରା ବଜାୟ ରହିଥିବା ଦେଖାଯାଇଛି।
ଏକ୍‌ଜିଟ୍‌ ପୋଲ୍‌ ପୂର୍ବରୁ ଷ୍ଟକ୍‌ ମାର୍କେଟରେ ବୃଦ୍ଧି
ସାଧାରଣ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ୭ମ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ଟିଭି ଚ୍ୟାନେଲଗୁଡ଼ିକ ପକ୍ଷରୁ ରବିବାର ଏକ୍‌ଜିଟ୍‌ ପୋଲ୍‌ ପ୍ରଦର୍ଶନ କରାଯିବ। ତେବେ ଏହାପୂର୍ବରୁ ହିଁ ଶୁକ୍ରବାର ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଉଭୟ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବିଏସ୍‌ଇ ୫୩୭.୨୯ ପଏଣ୍ଟ ବୃଦ୍ଧି ପାଇ ୩୭,୯୩୦.୭୭ ପଏଣ୍ଟ ଏବଂ ଏନ୍‌ଏସ୍‌ଇ ୧୫୦.୦୫ ପଏଣ୍ଟ ବୃଦ୍ଧି ପାଇ ୧୧,୪୦୭.୧୫ହୋଇଛି। ଚଳିତ ତ୍ରୈମାସରେ ବହୁ କମ୍ପାନୀଙ୍କ ଫଳାଫଳ ଭଲ ଥିଲା ଏବଂ କେନ୍ଦ୍ରରେ ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଅନୁମାନ କରି ନିବେଶକମାନେ କିଣାକିଣିରେ ବ୍ୟସ୍ତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri